ଜରାଜୀର୍ଣ୍ଣ ଅବସ୍ଥାରେ ସଙ୍ଗମ କୃଷି ଫାର୍ମ

ହାଟଡିହୀ, ୮ା୧(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଢେଙ୍କା ପଞ୍ଚାୟତର ସଙ୍ଗମ କୃଷି ଫାର୍ମଟି ଏବେ ଅବ୍ୟବସ୍ଥାରେ ପଡ଼ିଥିବା ଯୋଗୁ ସରକାରଙ୍କର ଉଦ୍ଦେଶ୍ୟ ସଫଳ ହୋଇପାରିନି। ଜରାଜୀର୍ଣ୍ଣ ଅବସ୍ଥାରେ ଗୃହ ଗୁଡ଼ିକ ପଡ଼ିଥିବାବେଳେ ଫାର୍ମର ପରିବେଶଟି ଅସ୍ବାସ୍ଥ୍ୟକର ହୋଇପଡ଼ିଛି। ଅଳିଆ ଆବର୍ଜନା, ଲତା, ବୁଦା ଓ ସରୀସୃପଙ୍କର ଆଡ଼ାସ୍ଥଳୀ । ଫାର୍ମଟି ୨୪ ଏକର ଏରିଆ ଭିତରେ ଥିବା ବେଳେ ଧାନ ଚାଷ ଜମି ୨୪ ଏକର ରହିଛି। ଏହା ସବୁଠାରୁ ବଡ଼ ଫାର୍ମ ହୋଇଥିଲେ ମଧ୍ୟ କୃଷି ବିଭାଗର ଅଧିକାରୀ ମାନଙ୍କର ଅଣଦେଖା ପାଇଁ ଫାର୍ମଟି ଶ୍ରୀହୀନ ହୋଇପଡ଼ିଛି। ଫାର୍ମ ଭିତରେ ୬ଶହରୁ ଊର୍ଦ୍ଧ୍ୱ ଆମ୍ବ ଗଛ, ପଟାସ, ଶାଗୁଆନ, ପିଜୁଳି ଇତ୍ୟାଦି ଗଛ ରହିଥିଲେ ମଧ୍ୟ ତାର ସୁରକ୍ଷା ବାଡ଼ା ନ ଥିବାରୁ ତାହା ଏବେ ଧ୍ୱଂସ ହେବାକୁ ବସିଛି। ଗୋରୁଗାଈ ଓ ଅସାମାଜିକ ବ୍ୟକ୍ତି ଅବାଧରେ ପ୍ରବେଶ କରୁଛନ୍ତି। ଫାର୍ମରେ ଥିବା ବିଭିନ୍ନ ସାମଗ୍ରୀଠାରୁ ଆରମ୍ଭ କରି ଗଛରେ ଥିବା ବିଭିନ୍ନ ଫଳ ଚୋରି କରିନେଇଥାନ୍ତି। ରକ୍ଷଣାବେକ୍ଷଣ ଅଭାବରୁ ଘର ଓ କାର୍ଯ୍ୟାଳୟ ଗୁଡ଼ିକ ଅସୁରକ୍ଷିତ ହୋଇପଡ଼ିଛି। ଜଣେ ଯନ୍ତ୍ରୀ ନିଯୁକ୍ତି ହୋଇଥିଲେ ମଧ୍ୟ ସେ ଫାର୍ମକୁ ତାଙ୍କ ଇଚ୍ଛାରେ ଯାତାୟତ କରିଥାନ୍ତି। କୌଣସି କର୍ମଚାରୀ ସେଠାରେ ରୁହନ୍ତି ନାହିଁ। ଏହି ଫାର୍ମଟି ଚାଷର ପ୍ରୟୋଗ ଶାଳା କୁହାଯାଉଥିବା ବେଳେ ଏହାର ଏଭଳି ଦୟନୀୟ ଓ ଅସହାୟ ଅବସ୍ଥାକୁ ନେଇ ଚାଷୀ ଚିନ୍ତିତ ହୋଇପଡ଼ିଛନ୍ତି। ଯେଉଁ ଫାର୍ମର ଧାନ ଚାଷକୁ ଦେଖି ଚାଷୀଙ୍କ ମଧ୍ୟରେ ପ୍ରତିଯୋଗିତା କରି ଉତ୍ସାହ ସୃଷ୍ଟି ହେବା ପ୍ରତିବଦଳରେ ତାହା ପ୍ରତିବନ୍ଧକ ସୃଷ୍ଟି କରିବ ବୋଲି କୁହାଯାଉଛି। ଏ ସମ୍ପର୍କରେ ଫାର୍ମ କୃଷି ସହ ଅଧିକାରୀ ମନମୋହନ ଜେନାଙ୍କୁ ପଚାରିବାରୁ ଫାର୍ମରେ ସ୍ଥାୟୀ ଶ୍ରମିକ ନାହାନ୍ତି। ଏସମ୍ପର୍କରେ ବହୁବାର ବିଭାଗ ଅଧିକାରୀଙ୍କୁ ଜଣାଯାଇଛି। ୨୪ ଏକର ଫାର୍ମଟିକୁ ଗଛ ଲଟା କାଟି ସଫା କରିବାକୁ ଅନୁଦାନ ରାଶି ମିଳୁନାହିଁ। ସରକାରଙ୍କ ପକ୍ଷରୁ ଘର ମରାମତି ଓ ରକ୍ଷଣାବେକ୍ଷଣ କରାଯାଉନାହିଁ ମୁଁ କଣ କରିପାରିବି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri