Categories: ଜାତୀୟ

ଜମ୍ମୁ-କଶ୍ମୀର ସ୍ଥିତି ସଙ୍କଟ ଜନକ; ଅତ୍ୟାଚାରରୁ ମୁକ୍ତି ଚାହୁଁଛନ୍ତି ଲୋକେ: ପ୍ରଗତି ମହିଳା ସଂଗଠନ

ଶ୍ରୀନଗର,୨୪।୯: ଜମ୍ମୁ-କଶ୍ମୀରର ସ୍ଥିତି ସଙ୍କଟ ଜନକ ରହିଛି। ଏଠାରେ ପ୍ରଶାସନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ରାଜ୍ୟରେ ଜଙ୍ଗଲ ଆଇନ ଚାଲିଥିବା ପ୍ରଗତି ମହିଳା ସଂଗଠନ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ବୃଦ୍ଧି ପାଇଛି। ସେମାନଙ୍କର ଗାରିମା ଏବଂ ସ୍ବାଭିମାନ ଏହାଦ୍ୱାରା ଭଙ୍ଗ ହୋଇଥିବା ଲୋକେ ଅନୁଭବ କରୁଥିବା ରିପୋର୍ଟରେ ଦର୍ଶାଯାଇଛି। ଯେ କୌଣସି ପରିବାରର ପିଲାଙ୍କୁ ବିନା କାରଣରେ ପୋଲିସ ଉଠାଇ ନେଉଛି। ସେ ନେଇ କୌଣସି ଖୋଜ୍‌ ଖବର ମଧ୍ୟ ମିଳୁନି। ହସ୍ପିଟାଲରେ ସ୍ବାସ୍ଥ୍ୟ ସେବା ଯୋଗାଇବା ଅସମ୍ଭବ ହୋଇ ପଡ଼ିଥିବା ମହିଳା ସଂଗଠନ ସହିତ ଜଡ଼ିତ ଥିବା ଆଇନଜୀବୀ ପୁନମ୍‌ କୌଶିକ୍‌ ସୂଚନା ଦେଇଛନ୍ତି।

Share