Categories: ଜାତୀୟ

ଜମ୍ମୁ-କଶ୍ମୀରରେ ଆତଙ୍କ ସୃଷ୍ଟି ପାଇଁ ୟାସିନ୍‌ ମଲିକ୍‌ଙ୍କୁ ପାଣ୍ଠି ଯୋଗାଉଥିଲେ ହାଫିଜ୍‌ ସଇଦ୍‌: ଏନ୍‌ଆଇଏ ରିପୋର୍ଟ

ଶ୍ରୀନଗର,୩୦।୯: ଜମ୍ମୁ-କଶ୍ମୀରରେ ଆତଙ୍କ ସୃଷ୍ଟି ପାଇଁ ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମଲିକ୍‌ଙ୍କୁ ଲଶ୍କର-ଇ-ତୋଏବା ମୁଖ୍ୟ ୟାସିନ୍‌ ମଲିକ୍‌ ପାଣ୍ଠି ଯୋଗାଉଥିଲେ। ଏନେଇ ଏନ୍‌ଆଇଏ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଶବିର ଅହମ୍ମଦ ଶାହ, ମଶରତ୍‌ ଆଲମ୍‌, ରାଶିଦ୍‌ ଇଞ୍ଜିନିୟର ପ୍ରମୁଖଙ୍କୁ ମଧ୍ୟ ହାଫିଜ୍‌ ପାଣ୍ଠି ଯୋଗାଉଥିବା ଏନ୍‌ଆଇଏ ପକ୍ଷରୁ କୁହାଯାଇଛି। ଏନ୍‌ଆଇଏ ପକ୍ଷରୁ ଏସମ୍ପର୍କିତ ୨୧୪ ପୃଷ୍ଠାର ଏକ ରିପୋର୍ଟ ପ୍ରକାଶ ପାଇଛି।

Share