Categories: ଜାତୀୟ

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ୩ ଗିରଫ

ଶ୍ରୀନଗର,୧୨।୯: ଜମ୍ମୁ-କଶ୍ମୀରରେ ଏକ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ରକୁ ମିଳିତ ସୁରକ୍ଷାକର୍ମୀ ପଣ୍ଡ କରିଛନ୍ତି। ୩ ଆତଙ୍କବାଦୀଙ୍କୁ ପଞ୍ଜାବ-ଜମ୍ମୁ-କଶ୍ମୀର ସୀମା ଲଖନପୁରଠାରୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୪ ଏକେ-୫୬, ୨ ଏକେ-୪୭, ୬ ମାଗାଜିନ୍‌, ୧୮୦ ରାଉଣ୍ଡ ଗୁଳି ଜବତ ହୋଇଥିବା କଠୁଆ ଏସ୍‌ଏସ୍‌ପି ଶ୍ରୀଧର ପାଟିଲ୍‌ ସୂଚନା ଦେଇଛନ୍ତି। ଟ୍ରକ୍‌ରେ ଅସ୍ତ୍ରଶସ୍ତ୍ର ଅଣାଯାଉଥିବା ନେଇ ସୁରକ୍ଷାକର୍ମୀଙ୍କୁ ଗୋଇନ୍ଦା ସୂଚନା ମିଳିଥିଲା। ସୁରକ୍ଷାକର୍ମୀ ସନ୍ଦିଗ୍ଧ ଟ୍ରକ୍‌କୁ ଅଟକାଇ ତଲାସୀ ନେଇଥିଲେ। ଟ୍ରକ୍‌ରେ ଥିବା ଅସ୍ତ୍ରଶସ୍ତ୍ର ସହିତ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିତ୍ଲା। ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ଷଡ଼ଯନ୍ତ୍ର କରିଥିବା କୁହାଯାଉଛି। ଏନେଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପଚରାଉଚରା ଜାରି ରହିଛି।

Share