Categories: ଜାତୀୟ

ଜମ୍ମୁ-କଶ୍ମୀରରୁ ୧୪୪ ଧାରା ହଟାଇବା ଆବେଦନର ତତ୍କାଳ ଶୁଣାଣିକୁ ମନା କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୧୩।୮: ଜମ୍ମୁ-କଶ୍ମୀରରୁ ୧୪୪ ଧାରା ହଟାଇବା ଆବେଦନର ତତ୍କାଳ ଶୁଣାଣି କରିବାକୁ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ମନା କରିଛନ୍ତି। ଏହା ଏକ ସମ୍ବେଦନଶୀଳ ମାମଲା। ଏଥି ପାଇଁ ସରକାରଙ୍କୁ ସମୟ ଦିଆଯିବାର ଆବଶ୍ୟକତା ରହିଥିବା ସର୍ବୋଚ୍ଚ ନ୍ୟାୟାଳୟ ସୂଚନା ଦେଇଛନ୍ତି। ଏହାସହିତ ଲୋକଙ୍କ ପାଖରେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିପାରିବ ସେନେଇ ଅଦାଲତ ଗୁରୁତ୍ୱାରୋପ କରିଛନ୍ତି। କିଛି ଦିନ ମଧ୍ୟରେ ପରିସ୍ଥିତି ସ୍ବାଭାବିକ ହେବ ବୋଲି କୋର୍ଟ ଆଶା ପୋଷଣ କରିଛନ୍ତି। ସାଧାରଣ ସୁବିଧା ଉପଲବ୍ଧ ଲାଗି କେତେ ଦିନ ସମୟ ଲାଗିବ ବୋଲି ଆଟର୍ନି ଜେନେରାଲଙ୍କୁ କୋର୍ଟ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଆଟର୍ନି ଜେନେରାଲ କହିଥିଲେ ଯେ, ସ୍ଥିତିରେ ସୁଧାର ଆସିଲେ ଯଥାଶୀଘ୍ର ସାଧାରଣ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମେନକା ଗୁରୁସ୍ବାମୀ ସାଧାରଣ ସୁବିଧା ସୁଯୋଗ କିଭଳି ଲୋକଙ୍କୁ ଯୋଗାଇ ଦିଆଯିବ ସେନେଇ ପ୍ରଶ୍ନ କରିଥିଲେ।

Share