Categories: ଜାତୀୟ

ଜମ୍ମୁରୁ ହଟିଲା ୧୪୪ ଧାରା: କଶ୍ମୀରରେ ରହିବ ଜାରି; ସୂଚନା ଦେଲେ ଏଡିଜି

ଶ୍ରୀନଗର,୧୪।୮: ଜମ୍ମୁରୁ ୧୪୪ ଧାରା ସହିତ ଅନ୍ୟ ପ୍ରତିବନ୍ଧକ ହଟାଇ ନିଆଯାଇଛି। ତେବେ କଶ୍ମୀରରେ ଏହା ପୂର୍ବବତ୍‌ ଜାରି ରହିବ। ସ୍ଥିିତିରେ ସୁଧାର ହେଲେ କିଛି ଦିନ ମଧ୍ୟରେ କଶ୍ମୀରରୁ ମଧ୍ୟ ସମସ୍ତ ପ୍ରତିବନ୍ଧକ ହଟାଇ ନିଆଯିବ ବୋଲି ଏଡିଜି ମୁନୀର ଖାଁ ସୂଚନା ଦେଇଛନ୍ତି। ତେବେ ମୋବାଇଲ୍‌ ଏବଂ ଇଣ୍ଟରନେଟ୍‌ ସେବା ଯୋଗାଣ ସ୍ବାଭାବିକ ହେବା ପାଇଁ କିଛି ଦିନ ଲାଗିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି ହୋଇଥିଲା।

Share