ଜମି ମାଲିକାନା କୃଷକ ହାତକୁ ଯାଉ

ଶେଖ୍‌ ଫରିଦ୍‌ଉଦ୍ଦିନ୍‌

ଓଡ଼ିଶାରେ ପ୍ରାୟ ୭୫ ପ୍ରତିଶତ ଅଧିବାସୀ ଗ୍ରାମାଞ୍ଚଳରେ ବାସ କରନ୍ତି। ସେଥିମଧ୍ୟରୁ ୬୫ ପ୍ରତିଶତ କେବଳ କୃଷିଜୀବୀ। ଗ୍ରାମାଞ୍ଚଳରେ ଅଧିକାଂଶ ଗରିବ ବାସ କରନ୍ତି। ସେମାନଙ୍କ ମଧ୍ୟରୁ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ୩୧ ପ୍ରତିଶତ ଲୋକ ମଧ୍ୟ ଗ୍ରାମାଞ୍ଚଳରେ ରହନ୍ତି। ସୁଖର କଥା ଯେ କୃଷିର ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ ୩-୪ ବର୍ଷ ମଧ୍ୟରେ ବୃଦ୍ଧି ପାଇଛି ଏବଂ ଆସନ୍ତା ତିନି ବର୍ଷ ମଧ୍ୟରେ ଅଧିକ ୬ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ଦିଆଯିବ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ ରେଙ୍ଗାଲି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ। ଆସନ୍ତା ବର୍ଷଠାରୁ ଏଥିରୁ ଚାଳିଶ ହଜାର ହେକ୍ଟର ଜମି ଜଳସେଚିତ ହେବ। ଏସବୁରୁ ସୂଚନା ମିଳୁଛି ଯେ, ଗ୍ରାମାଞ୍ଚଳର ଦାରିଦ୍ର୍ୟ ହ୍ରାସ ପାଉଛି କିନ୍ତୁ ଅସଲ କଥା ହେଉଛି, ରାଜ୍ୟରେ କୃଷିର ବିକାଶ ଅନ୍ୟ ରାଜ୍ୟଗୁଡ଼ିକ ସହିତ ସମକକ୍ଷ ନ ହେବାର କାରଣ ରାଜ୍ୟର ୮୫ ଭାଗ ନାମକୁମାତ୍ର ଚାଷୀ ଅଛନ୍ତି ଏବଂ ଅନ୍ୟ ସମସ୍ତେ ଜମିର ମାଲିକ। ଯେଉଁମାନେ ଜମିର ମାଲିକ ନୁହନ୍ତି ସେମାନଙ୍କ ହାତରେ ଚାଷର ଦାୟିତ୍ୱ ରହୁଥିବାରୁ କୃଷି ବିକାଶ ନିମନ୍ତେ ଅଧିକ ଜମିକୁ ଜଳଯୋଗାଣ, ଉତ୍ତମ ବିହନ ପ୍ରୟୋଗ, ଅଧିକ ସାର ବିନିଯୋଗ ଓ କୀଟନାଶକ ବ୍ୟବହାର ପାଇଁ ନାମକୁମାତ୍ର ଚାଷୀମାନଙ୍କ ହାତରେ ଅର୍ଥ ନାହିଁ। ତେଣୁ ଏହି ନାମକୁମାତ୍ର ଚାଷୀମାନେ ସରକାରୀ ସୂତ୍ରରୁ ହେଉ ବା ବ୍ୟବସାୟୀ ସୂତ୍ରରୁ ଋଣ କରିବାକୁ ବାଧ୍ୟ ହୁଅନ୍ତି ଅଧିକ ଅମଳ କରିବା ପାଇଁ।
ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ, ଯେଉଁଠାରେ ଅଧିକ ଲୋକ ରାଜ୍ୟ ବାହାରୁ ଆସୁଥିବା ସାମଗ୍ରୀ ଉପରେ ନିର୍ଭର କରନ୍ତି। ଧାନ, ମକା, କିଛି ପରିବା, ଦୁଗ୍ଧ, କିଛି ଫଳମୂଳ ବାଦ ଦେଇ ଆଉ ସବୁ ଜିନିଷ ବାହାର ରାଜ୍ୟରୁ ଓଡ଼ିଶାକୁ ଆସିଥାଏ। ଓଡ଼ିଶାର କୃଷକମାନଙ୍କ ମଧ୍ୟରେ ୮୫ଭାଗ ଲୋକ ନାମକୁମାତ୍ର ଚାଷୀ ହୋଇଥିବାରୁ କୃଷି ଉପତ୍ାଦନ ସେମାନଙ୍କର ଆର୍ଥିକ ଅବସ୍ଥା ଓ ଜଳ, ସାର, ଉତ୍ତମ ବୀଜ ଇତ୍ୟାଦିର ପ୍ରୟୋଗ ଉପରେ ନିର୍ଭର କରେ। ଏହି ଚାଷୀମାନଙ୍କ ହାତରେ ଅର୍ଥ ନାହିଁ, ଯଦ୍ଦ୍ବାରା ସେମାନେ କୃଷିକୁ ଅଧିକ ଉପତ୍ାଦନକ୍ଷମ କରିବା ପାଇଁ ଋଣ ଆଣି ତାହାର ସଦୁପଯୋଗ କରିବେ। ଯେଉଁ କେତେକ କୃଷକ ଋଣ ପରିଶୋଧ କରି ନ ପାରି ଆତ୍ମହତ୍ୟା କରୁଛନ୍ତି ସେମାନଙ୍କର ପରିବାରର ଆବଶ୍ୟକତା ଧାନ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରି ପରିଶୋଧ କରିବା ସମ୍ଭବ ହେଉନାହିଁ। ବନ୍ୟା, ବାତ୍ୟା, ମରୁଡ଼ି ଯୋଗୁ ଫସଲ ନଷ୍ଟ ହେଉଛି। ଏହାର ସ୍ଥାୟୀ ପ୍ରତିକାର ହେଉନାହିଁ। ଫଳ, ପରିବା, ମାଛ, ଅଣ୍ଡା, କୁକୁଡ଼ା ଓ ଅନ୍ୟାନ୍ୟ ଘରକରଣା ସାମଗ୍ରୀ, ଲୁଗା, ଲୁଙ୍ଗି, ଗାମୁଛା ଇତ୍ୟାଦି ପ୍ରାୟ ଜିନିଷ ଓଡ଼ିଶାବାସୀଙ୍କୁ କ୍ରୟ କରିବାକୁ ପଡ଼ିଥାଏ। ଫଳରେ ଧାନ, ମକା ଆଉ ଅନ୍ୟାନ୍ୟ କିଛି ସାମଗ୍ରୀ ବିକ୍ରି କରି ସେମାନେ ଯାହା ଉପାର୍ଜନ କରନ୍ତି ବାହାରୁ ଆସୁଥିବା ସାମଗ୍ରୀ କ୍ରୟ କରିବା ଦ୍ୱାରା ହାତରେ ଅର୍ଥ ରହେନାହିଁ। ଗତ କେତେବର୍ଷ ଧରି ଚାଷୀଙ୍କର ଆୟ ଦୁଇଗୁଣ ବଢ଼ୁଥିବାରୁ ଆତ୍ମହତ୍ୟା କରୁଥିବା ଚାଷୀଙ୍କର ସଂଖ୍ୟା କମିଛି ଏବଂ ତା’ ସହିତ ଚାଷୀଙ୍କର ସମସ୍ୟା ମଧ୍ୟ କେତେକାଂଶରେ ସମାଧାନ ହୋଇଥିବ। କିନ୍ତୁ ମୂଳକଥା ହେଉଛି ଯେ ଓଡ଼ିଶାର ୮୫ ପ୍ରତିଶତ ଚାଷୀ ଯଦି ନାମକୁମାତ୍ର ଚାଷ ଉପରେ ନିର୍ଭର କରୁଛନ୍ତି, ତେବେ କୃଷି ଉପତ୍ାଦନ ବୃଦ୍ଧି କରିବା ସତ୍ତ୍ୱେ ସମସ୍ୟାର ସମାଧାନ ହୋଇପାରୁନାହିଁ। ମୂଳ ପ୍ରସଙ୍ଗ ହେଉଛି ଯେ ଭାଗଚାଷୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏବଂ ପ୍ରକୃତ ଚାଷୀଙ୍କ ହାତରେ ଜମି ନ ଥିବାରୁ ଜମିରୁ ଅଧିକ ଫସଲ ଉତାରିବା ପାଇଁ ଋଣକରି ଜଳ, ବିହନ, ସାର କ୍ରୟ କରିବା ଲାଗି ସେ ସାହସ କରିପାରୁନାହିଁ। କାରଣ ଓଡ଼ିଶାରେ ବନ୍ୟା, ମରୁଡ଼ି, ବାତ୍ୟା ଗୋଟିଏ ପରେ ଗୋଟିଏ ଲାଗି ରହିଥାଏ। ଏଥିରୁ ବୁଝିବାକୁ ହେବ ଯେ ଭାଗଚାଷ ପ୍ରଥାର ସଂସ୍କାର ଜରୁରୀ ଏବଂ ଚାଷୀ ଯେ ପର୍ଯ୍ୟନ୍ତ ଜମିର ମାଲିକ ହୋଇନାହିଁ, ସେ ପର୍ଯ୍ୟନ୍ତ ସେ ଚାଷ ପାଇଁ ସବୁ ସମ୍ବଳ ଖର୍ଚ୍ଚ କରିପାରିବନାହିଁ।
ଗତ ଦଶବର୍ଷ ମଧ୍ୟରେ ଯଦି ଆମ୍ବ, ସପେଟା, ଲିଚୁ, ଅମୃତଭଣ୍ଡା ଇତ୍ୟାଦି ଉପତ୍ାଦନ ଆଶାନୁରୂପ ବଢ଼ିଥାଏ ଏବଂ ମାଛ, କୁକୁଡ଼ା, ଅଣ୍ଡା ଇତ୍ୟାଦିର ଆମଦାନୀ କିଛି ପରିମାଣରେ କମିଥାଏ ତେବେ ଚାଷୀକୁ ତା’ ସମସ୍ୟା ପାଇଁ ଦୋଷ ଦେଇହେବ ନାହିଁ। କାରଣ ତା’ ପାଖରେ ଅର୍ଥ ନାହିଁ କି ସେ ଜମିର ମାଲିକ ନୁହେଁ। ଗତ ୨-୩ ବର୍ଷ ଧରି ଚାଷୀମାନଙ୍କୁ ସ୍ବାସ୍ଥ୍ୟବୀମା ଯୋଗାଇ ଦିଆଯାଉଛି ଏବଂ ଏହା ଏକ ସକାରାତ୍ମକ ପଦକ୍ଷେପ। କିନ୍ତୁ ପ୍ରାକୃତିକ ବିପତ୍ତିରୁ ଚାଷୀକୁ ଯେଉଁସବୁ ସମସ୍ୟାକୁ ସାମ୍‌ନା କରିବାକୁ ପଡ଼ୁଛି ସେ ବିଷୟରେ ସମାଧାନର ଶକ୍ତି ତା’ ହାତରେ ନାହିଁ। ବଳକା ଫଳମୂଳ ସାଇତି ରଖିବା ପାଇଁ ଶୀତଳଭଣ୍ଡାର ଅଭାବ ରହିଛି। ଫଳ ପ୍ରକ୍ରିୟାକରଣ ମଧ୍ୟ ସହଜ ହେଉନାହିଁ। ଜଳସେଚନର ସୁବ୍ୟବସ୍ଥା ଉତ୍ତମ ବିହନ, କୀଟନାଶକ ଓ ସାର ଉପଯୋଗ ପାଇଁ ତା’ ହାତରେ ଯଦି କିଛି ପାଣ୍ଠି ନ ରହେ ତେବେ କୃଷି ସହିତ ଆନୁଷଙ୍ଗିକ ଧନ୍ଦାଗୁଡ଼ିକର ବିକାଶ କରିବା ସମ୍ଭବ ହେବନାହିଁ। ତାହା ନ ହେଲା ପର୍ଯ୍ୟନ୍ତ ଗ୍ରାମାଞ୍ଚଳରୁ ଦାରିଦ୍ର୍ୟ ଦୂରୀକରଣ ଦୂର କରିବା ସମ୍ଭବ ନୁହେଁ।
ଦୂରସଞ୍ଚାର ଭବନ, ଲିଙ୍କରୋଡ଼, କଟକ
ମୋ: ୯୪୩୭୦୦୪୮୮୮


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri