Categories: ଗଞ୍ଜାମ

ଜମି ଦେବା ନାଁରେ ଠକେଇ : ଅଭିଯୁକ୍ତ କୋର୍ଟଚାଲାଣ

ବ୍ରହ୍ମପୁର ଅଫିସ,୧୬ା୫: ଜମି ଦେବାକୁ କହି ଠକେଇ କରିଥିବା ଅଭିଯୋଗରେ ସଦର ଥାନା ପୋଲିସ ବୁଧବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଜଣଙ୍କ ଲୋଚପଡ଼ା ଶକ୍ତିନଗର ୫ ସାରଣୀର ଅଯୋଧ୍ୟା ପାଣିଗ୍ରାହୀ (୪୨)। ଗୁରୁବାର ଅଯୋଧ୍ୟାଙ୍କୁ କେସ ନମ୍ବର ୯୮/୧୯ ଅନୁସାରେ କୋର୍ଟଚାଲାଣ କରାଯାଇଛି ବୋଲି ଥାନାଧିକାରୀ ଭୁବନାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି। ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି । ପ୍ରକାଶ ଯେ, ଏମକେସିଜି ମେଡିକାଲର ଡାକ୍ତର ସତ୍ୟନାରାୟଣ ସାହୁଙ୍କୁ ବର୍ଷକ ତଳେ ଲୋକଙ୍କ ପାଇଁ ଜମି କିଣା – ବିକା କରାଉଥିବା ଦଲାଲ ଅଯୋଧ୍ୟା ପାଣିଗ୍ରାହୀ ଭେଟିଥିଲେ। କମ୍‌ ଦାମରେ ଜମି ଯୋଗାଇ ଦେବା କହି ଅଯୋଧ୍ୟା ଡାକ୍ତରଙ୍କଠାରୁ ୩ ଲକ୍ଷ ଟଙ୍କା ନେଇଥିଲେ । ହେଲେ ନିର୍ଦ୍ଧାରିତ ସମୟ ମଧ୍ୟରେ ଘର କି ଟଙ୍କା କିଛି ପାଇ ନ ଥିଲେ । ଅଯୋଧ୍ୟାଙ୍କ ପାଖକୁ ବାରମ୍ବାର ଦୌଡ଼ି ଡାକ୍ତର ଶେଷରେ ନିରାଶ ହୋଇଥିଲେ। ପରେ ଅନ୍ୟ ଉପାୟ ନ ପାଇ ପୋଲିସର ସହାୟତା ନେଇଥିଲେ ।