ଜମି ଦଖଲକୁ ନେଇ ଗ୍ରାମବାସୀ-ତହସିଲ ପ୍ରଶାସନ ମୁହଁ।ମୁହିଁ

ଧରାକୋଟ,୧।୭(ଡି.ଏନ.ଏ.)-ଧରାକୋଟ ତହସିଲ ପୁଟୁ ଗ୍ରାମବାସୀଙ୍କ ଅଧୀନରେ ରହିଥିବା ପୁଟୁ ମୌଜାର ଗୁହାରିଆ ପଡ଼ିଆର ୫ ଏକର ପରିତ୍ୟକ୍ତ ବେଦଖଲି ରୟତି କିସମରେ ରହିଥିବା ଜମିକୁ ନେଇ ଧରାକୋଟ ତହସିଲ ଓ ପୁଟୁ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। କେଉଁ ଆବାହମାନ କାଳରୁ ଗ୍ରାମବାସୀ ଏହି ଜମିକୁ ଗଁ। ଠାକୁରାଣୀ ଦେବୀ ଓ ମୁକ୍ତେଶ୍ୱର ସ୍ବାମୀଙ୍କ ସେବାରେ ଉପଯୋଗ କରି ଆସୁଥିଲେ । ଏହି ଜମିରୁ ଗତବଷର୍ର୍ ଅଞ୍ଚଳବାସୀଙ୍କ ସ୍ବାର୍ଥ ରକ୍ଷା ଦୃଷ୍ଟିରୁ ବିଦ୍ୟୁତ୍‌ ବିଭାଗ ଗ୍ରୀଡ ପାଇଁ ଦୁଇ ଭରଣ ଜମି ଗ୍ରାମବାସୀଙ୍କ ସହମତିରେ ପ୍ରଦାନ କରାଯାଇଥିଲା। କିନ୍ତୁ ହଠାତ୍‌ ସରକାରୀ ନିର୍ଦ୍ଦେଶରେ ତହସିଲ ଅଧୀନରେ ଥିବା ସମସ୍ତ ସରକାରୀ ଜମିକୁ ଜବରଦଖଲ (ବେଆଇନ) ରକ୍ଷା କରିବାକୁ ନେଇ ତହସିଲଦାର ସୁରକ୍ଷା ପ୍ରାଚୀରର କାର୍ଯ୍ୟ ଆରମ୍ଭ କରିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ସୋମବାର ପୁଟୁ ଗ୍ରାମ୍ୟ ସଭାପତି ପଞ୍ଚାନନ ରାଉତ, ପୂର୍ବତନ ସଭାପତି ଉପେନ୍ଦ୍ର ବେହେରା, ସମାଜିକ କର୍ମୀ ଉମାକାନ୍ତ ପଣ୍ଡା, ପ୍ରମୋଦ ପଣ୍ଡା, ଉମାକାନ୍ତ ମୁନି, ରାମଚନ୍ଦ୍ର ପଣ୍ଡା, ମିଟିକ ସେଠୀ, କବିରାଜ ମୁନିଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ଏହାର ପୁନଃବିଚାର ପାଇଁ ତହସିଲଦାରଙ୍କ ଅନୁପସ୍ଥିତିରେ ମୁଖ୍ୟ କିରାଣୀ ଶିବରାମ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ତହସିଲଦାର ଗଦାଧର ପାତ୍ରଙ୍କ ସହ ଯୋଗାଯୋଗ ବେଳେ ସମ୍ପ୍ରତି ସରକାର ସମସ୍ତ ତହସିଲ ଅଧୀନରେ ଥିବା ଜମିକୁ ସରକାରୀ କାର୍ଯ୍ୟରେ ନିୟୋଜନ ନିର୍ଦ୍ଦେଶନାମା ମିଳିବା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଥିଲେ। ସେହି ଜମିରେ ଗ୍ରାମବାସୀଙ୍କ ଅଗୋଚରରେ ଯଦି କିଛି ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ ତା’ହେଲେ ଯେଉଁ ପରିସ୍ଥିତି ଉପୁଜିବ ସେଥିପାଇଁ କର୍ତ୍ତୃପକ୍ଷ ଦାୟି ରହିବେ ବୋଲି ଲୋକେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri