Posted inଭଦ୍ରକ

ଜମି ଅନୁଯାୟୀ ମିଳୁନି ଧାନବିକ୍ରି ଅନୁମତି

ଭଦ୍ରକ ଅଫିସ,୩।୧- ସରକାରୀ ସ୍ତରରେ ତଳସ୍ତରର କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ଚାଷୀମାନେ ଉପଯୁକ୍ତ ପରିମାଣର ଧାନ ସମବାୟ ସମିତି ମାଧ୍ୟମରେ ବିକ୍ରି କରି ନ ପାରି ଦଲାଲଙ୍କ ଶୋଷଣର ଶିକାର ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଭଦ୍ରକ ଉପକଣ୍ଠ ପରସିଙ୍ଗା ପଞ୍ଚାୟତ ଅଧୀନ ତେନ୍ତୁଳିଗଡ଼ିଆ ଗଁାର ବ୍ରଜନାଥ ପଲାର ଗୁରୁବାର ଏ ସମ୍ପର୍କରେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ଏଆର୍‌ସିଏସ୍‌ ସ୍ବାତୀବାଳା ମହାପାତ୍ରଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ସମବାୟ ସମିତିସ୍ତରରେ ଚାଷୀଙ୍କ ଜମି କାଗଜପତ୍ର ନିଆଯାଇ ପଞ୍ଜୀକରଣ କରାଯାଇଥିଲା। ସେହି ସମୟରେ ସମବାୟ ସମିତିର କେତେଜଣ କର୍ମଚାରୀଙ୍କ ଡାଟାଏଣ୍ଟ୍ରି ବେଳେ ଖାମଖିଆଲି ମନୋଭାବ କାରଣରୁ ଉପଯୁକ୍ତ ପରିମାଣର ଧାନବିକ୍ରିରୁ ଚାଷୀମାନେ ବଞ୍ଚତ୍ତ ହେଉଥିବା ଅଭିଯୋଗ ହୋଇଛି।
ବ୍ରଜନାଥ ଅଭିଯୋଗ କରିଛନ୍ତି ଯେ, ତାଙ୍କର ୩.୫ ଏକର ଚାଷଜମି ରହିଛି। ଏକର ପିଛା ଜଳସେଚିତ ଜମି ହାରରେ ୧୮ କୁଇଣ୍ଟାଲ ଧାନ ବିକ୍ରି କରିପାରିବାର ସରକାରୀ ନିୟମ ରହିଛି। ନିୟମ ମୁତାବକ ୩.୫ ଏକର ଅନୁଯାୟୀ ୬୨ କୁଇଣ୍ଟାଲ ଧାନ ବିକିପାରିବେ। ହେଲେ ସରକାରୀ ଭାବେ ତାଙ୍କୁ ୧.୯୦ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଅଗ୍ରିମ ଟୋକନ୍‌ ପ୍ରଦାନ କରାଯାଇଛି। ଏହି ଟୋକନ ଦେଖି ସେ ଚିନ୍ତାରେ ପଡ଼ିଯାଇଛନ୍ତି। ଆଉ ବଳକା ଧାନ ଦଲାଲଙ୍କୁ ବିକିଲେ ପ୍ରାୟ ୪୦ ହଜାର ଟଙ୍କା କ୍ଷତି ସହିବାକୁ ପଡ଼ିବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଏହିଭଳି ଅନେକ ଚାଷୀଙ୍କ ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଫଳରେ ଚାଷୀମାନେ ନିଜ ଜମି ମୁତାବକ ଧାନ ମଣ୍ଡିରେ ବିକ୍ରି କରି ନ ପାରି ହତାଶ ହେଉଛନ୍ତି। ଏ ସମ୍ପର୍କରେ ଏଆର୍‌ସିଏସ୍‌ ମହାପାତ୍ରଙ୍କୁ ପଚାରିବାରୁ ସମସ୍ୟା କାହିଁକି ଓ କେଉଁ ସ୍ତରରେ ହୋଇଛି ଏହାର ତଦନ୍ତ କରାଯିବ ଓ ପରବର୍ତ୍ତୀ ମୁହୂର୍ତ୍ତରେ ସେମାନଙ୍କୁ ଅନୁମତି ଦିଆଯାଇ ଧାନକ୍ରୟ କରାଯିବ ବୋଲି କହିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଚଳିତବର୍ଷ ଜିଲାରେ ୫୧ ହଜାର ୨୩୪ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି। ସରକାରୀ ସ୍ତରରେ ସେମାନଙ୍କଠାରୁ ମୋଟ ୨୦ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ ସକାଶେ ଟାର୍ଗେଟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୩ ଓ ଦ୍ୱିତୀୟ ପର୍ଯ୍ୟାୟରେ ୭ ଲକ୍ଷ କୁଇଣ୍ଟାଲ ଧାନକ୍ରୟ କରାଯିବ ବୋଲି ଧାର୍ଯ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକ ଲୋକ ସଭା କ୍ଷେତ୍ର: ରଣାଙ୍ଗନରେ ଅନନ୍ତ, ଅଭିମନ୍ୟୁ, ମଞ୍ଜୁଲତା

ଭଦ୍ରକ,୧୫ା୪(ସନାତନ ରାଉତ): ଭଦ୍ରକ ଲୋକ ସଭା ଆସନରେ ଭାଜପା ଓ ବିଜେଡି ପୁରୁଣା ପ୍ରାର୍ଥୀଙ୍କୁ ଦୋହରାଇଥିବା ବେଳେ କଂଗ୍ରେସ ଶନିବାର ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ...

ଡିଭାଇଡର୍‌ ଉପରେ ଚଢ଼ିଗଲା କାର୍‌, ଚାଲିଗଲା ବାପ-ଝିଅଙ୍କ ଜୀବନ, ୩ ଗୁରୁତର

ଭଦ୍ରକ,୧୪ା୪(ସନାତନ ରାଉତ): ପୁରୀରୁ ଖଡ଼ଗପୁର ଆସୁଥିବା ଏକ କାର୍‌ ରବିବାର ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ବ୍ରିଜ୍‌ରୁ ଖସିଲା କଦଳୀ ବୋଝେଇ ଟ୍ରକ୍‌

ଭଦ୍ରକ,୧୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ଓଭର ବ୍ରିଜରୁ ତଳକୁ ଶୁକ୍ରବାର ଖସି ପଡ଼ିଛି କଦଳୀ ବୋଝେଇ ଟ୍ରକ୍‌। ଟ୍ରକର ଆଗ...

ସମୂହ ନମାଜ ପାଠ କଲେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ

ଭଦ୍ରକ,୧୧ା୪(ସନାତନ ରାଉତ): ଶାନ୍ତି, ମୈତ୍ରୀ, ତ୍ୟାଗ ଓ ସମର୍ପଣର ପର୍ବ ଇଦ୍‌ ଅବସରରେ ଗୁରୁବାର ଭଦ୍ରକ ଇଦ୍‌ଗାହାଠାରେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ ସମୂହ...

ପୋତିହେଲାଣି ଚୁଡ଼ାମଣି ଘାଟ ମୁହାଣ

ବାସୁଦେବପୁର,୧୧ା୪(ନାରାୟଣ ପ୍ରସାଦ ବାରିକ୍‌)ଚୁଡ଼ାମଣୀ ଘାଟ ପୋଲଠାରୁ ବଙ୍ଗୋପସାଗର ମୁହାଣ ପର୍ଯ୍ୟନ୍ତ ପ୍ରାୟ ୩ କି.ମି.ରୁ ଊର୍ଦ୍ଧ୍ୱ ଅଙ୍କାବଙ୍କା ଗମେଈ ନଦୀ ପୋତି ହୋଇ ପଡ଼ିଲାଣି। ଫଳରେ...

ଗୁଲମକ୍କି ଦଳକୁ ଆସିବା ପରେ ଶକ୍ତିଶାଳୀ ହେଉଛି ବିଜେଡି

ଭୁବନେଶ୍ୱର,୧୦ା୪(ଅନିଲ ଦାସ):ଭଦ୍ରକ ପୌରପାଳିକାର ପୌରାଧ୍ୟକ୍ଷା ଗୁଲମକ୍କି ହବିବଙ୍କ ସମେତ ଶତାଧିକ କର୍ମୀ ମଙ୍ଗଳବାର ଶଙ୍ଖଭବନଠାରେ ପୂର୍ବତନ ମନ୍ତ୍ରୀ ତଥା ଭଦ୍ରକ ଜିଲା ପର୍ଯ୍ୟବେକ୍ଷକ ସଞ୍ଜୟ କୁମାର...

ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ଏଆରଆଇ ନିଲମ୍ବିତ

ଭଦ୍ରକ,୧୦।୪(ସନାତନ ରାଉତ ): ନିର୍ବାଚନ କାର୍ଯ୍ୟରେ ଅବହେଳା ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶ ଅବମାନନା ପାଇଁ ଭଦ୍ରକ ଜିଲା ବନ୍ତ ତହସିଲର ଅତିରିକ୍ତ ରାଜସ୍ବ ନିରୀକ୍ଷକ...

ଶୋଭାଯାତ୍ରାରେ ଭାଜପାର ନିର୍ବାଚନୀ ପ୍ରଚାର ଆରମ୍ଭ

ଖଇରା,୯।୪(ଉତ୍କଳବନ୍ଧୁ ପଣ୍ଡା): ସିମୁଳିଆ ନିର୍ବାଚନମଣ୍ଡଳୀ ଅଧୀନ ଖଇରା ବ୍ଲକରେ ମଙ୍ଗଳବାର ଭାଜପାର ବିଧାୟକ ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡା ଓ ଭଦ୍ରକ ଏମ୍‌ପି ପ୍ରାର୍ଥୀ ଅଭିମନ୍ୟୁ ସେଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri