ଜମିଲାଣି ମେଲୋଡ଼ି: ଆକର୍ଷଣ ସାଜୁଛି ଦାଣ୍ଡିଆ

ଭୁବନେଶ୍ୱର, ୬।୧୦ (ବ୍ୟୁରୋ): ଦୁର୍ଗାପୂଜା ପାଇଁ ରାଜଧାନୀ ସମେତ ରାଜ୍ୟର ସହରଠୁ ଗଁା ହୋଇଉଠିଛି ଉତ୍ସବମୁଖର। ସନ୍ଧ୍ୟାର ଆକର୍ଷଣ ସାଜୁଛି ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ନବରାତ୍ରର ଦାଣ୍ଡିଆ ରାସ୍‌। ବିଭିନ୍ନ ପୂଜାମଣ୍ଡପରେ ସନ୍ଧ୍ୟା ହେଲେ ଆରମ୍ଭ ହୋଇଯାଉଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। କେଉଁଠି ଭଜନ ସମାରୋହ ତ କେଉଁଠି ମେଲୋଡ଼ି ଓ ଷ୍ଟାର୍‌ ନାଇଟ୍‌ ବେଶ୍‌ ଜମୁଛି। ସନ୍ଧ୍ୟା ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସବୁ ମଣ୍ଡପ ପକ୍ଷରୁ ଆୟୋଜିତ କରାଯାଇଛି ସାଂସ୍କୃତିକ କାର୍ଯ୍ୟକ୍ରମ। ଏପରି କି କେତେକ ସ୍ଥାନରେ ରାମଲୀଳାର ଆୟୋଜନ ମଧ୍ୟ କରାଯାଉଛି। ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରେ ରାମଲୀଳା କାର୍ଯ୍ୟକ୍ରମ ଦର୍ଶକଙ୍କୁ ଆକୃଷ୍ଟ କରୁଛି। ପ୍ରତି ରାତିରେ ଭିନ୍ନ ଦଳ ଓ ଭିନ୍ନ ବିଷୟକୁ ନେଇ ଏଠାରେ ରାମଲୀଳା ପରିବେଷଣ କରାଯାଉଛି। ଏହାସହ ମେଲୋଡି ଓ ଭଜନ ପରିବେଷଣ ମଧ୍ୟ ଏଠାକାର ଅନ୍ୟତମ ଆକର୍ଷଣ ସାଜିିଛି। ସେହିଭଳି ଶହୀଦନଗର ପୂଜାମଣ୍ଡପରେ ମଧ୍ୟ ଭଜନ ସମାରୋହ ଆରମ୍ଭ ହୋଇଛି, ଯାହା ଆଗାମୀ ଦଶମୀ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ବହୁ ଜଣାଶୁଣା କଣ୍ଠଶିଳ୍ପୀଙ୍କ କଣ୍ଠରୁ ଭଜନ ଶୁଣିବାକୁ ଏଠାରେ ଲୋକଙ୍କ ଭିଡ଼ ଜମୁଛି। ପୁରୁଣା ଷ୍ଟେଶନ ବଜାରରେ ପ୍ରତି ସନ୍ଧ୍ୟାରେ ମେଲୋଡି ଓ ଅର୍କେଷ୍ଟ୍ରା ନାଇଟ୍‌ର ଆୟୋଜନ କରାଯାଉଛି। ରସୁଲଗଡ଼, ଝାରପଡ଼ା, ବମିଖାଲ ଦୁର୍ଗାପୂଜା ମଣ୍ଡପ ବ୍ୟତୀତ ଅନ୍ୟାନ୍ୟ ଛୋଟବଡ଼ ମଣ୍ଡପରେ ମଧ୍ୟ ମେଲୋଡ଼ି ଓ ଭଜନ ସନ୍ଧ୍ୟା ଦେଖିବାକୁ ପ୍ରତ୍ୟହ ଲୋକଙ୍କ ଭିଡ଼ ଜମୁଛି। ଅନ୍ୟପକ୍ଷରେ ନବରାତ୍ର ପୂଜାର ମୁଖ୍ୟ ଆକର୍ଷଣ ଦାଣ୍ଡିଆ ରାସ୍‌ ହୋଇଥିବାରୁ ସନ୍ଧ୍ୟା ସମୟରେ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ଦାଣ୍ଡିଆ କାର୍ଯ୍ୟକ୍ରମ। ବିଭିନ୍ନ ଅନୁଷ୍ଠାନ, ଗୁଜରାଟି ସୋସାଇଟି ଏବଂ ହୋଟେଲଗୁଡିକ ପକ୍ଷରୁ ଦାଣ୍ଡିଆ ଉତ୍ସବ ଏବଂ ଦାଣ୍ଡିଆ ନାଇଟ୍‌ସ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଓଟିଡିସି ପକ୍ଷରୁ ପାନ୍ଥନୀବାସ, ଜନତା ମଇଦାନ, କଳିଙ୍ଗ ଷ୍ଟାଡିୟମ୍‌ ନିକଟ ଲକ୍ଷ୍ମୀପୂଜା ପଡ଼ିଆ, ପ୍ରଦର୍ଶନୀ ପଡ଼ିଆ ସମେତ ବିଭିନ୍ନ ତାରକା ହୋଟେଲରେ ଦାଣ୍ଡିଆ ଉତ୍ସବର ଆୟୋଜନ କରାଯାଇଛି। ଗୁଜରାଟୀ ସମେତ ବହୁଳ ସଂଖ୍ୟାରେ ଓଡ଼ିଆମାନେ ଅଂଶଗ୍ରହଣ କରି ଦାଣ୍ଡିଆର ମଜା ନେଉଥିବା ଦେଖିବାକୁ ମିଳୁଛି। ଦାଣ୍ଡିଆ ରାସ ପାଇଁ ସ୍ବତନ୍ତ୍ର ପୋଷାକ ଏବଂ ଦାଣ୍ଡିଆ ଷ୍ଟିକ୍‌ ମଧ୍ୟ ବିକ୍ରି କରାଯାଉଥିବାବେଳେ ଲୋକେ ଅତ୍ୟାଧୁନିକ ଏଲ୍‌ଇଡି ଲାଇଟ୍‌ ଓ ଲାଇଭ୍‌ ବ୍ୟାଣ୍ଡ୍‌ରେ ଦାଣ୍ଡିଆ ଖେଳିବାର ମଜା ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri