ଜବାହରଚୌକ ପ୍ରତିଷ୍ଠାନ ପାଳିବ ପ୍ଲାଟିନମ୍‌ ଜୁବିଲି: ଛାମୁଣ୍ଡିଆରୁ କଂକ୍ରିଟ୍‌ ମଣ୍ଡପ

ଢେଙ୍କାନାଳ ଅଫିସ, ୧୬।୧୦-ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉତ୍ସବର ୨ନଂ. ମେଢ଼ ଜବାହରଚୌକ ପୂଜା ପ୍ରତିଷ୍ଠାନ ୭୫ବର୍ଷ ପୂର୍ତ୍ତି ଅବସରରେ ଚଳିତବର୍ଷ ପ୍ଲାଟିନମ୍‌ ଜୁବିଲି ଉତ୍ସବ ପାଳନ କରୁଛି। ଏହାକୁ ଦେଇ କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ବିପୁଳ ଉତ୍ସାହ ଉଦ୍ଦୀପନା ଦେଖାଦେଇଛି।
୧୯୪୪ରେ ହାତଗଣତି ଲୋକଙ୍କୁ ନେଇ ଜବାହାରଚୌକରେ ଆରମ୍ଭ ହୋଇଥିଲା ମା’ ଲକ୍ଷ୍ମୀଙ୍କ ଆବାହନ। ସେହିଦିନଠାରୁ ନିରବଚ୍ଛିନ୍ନ ଭାବେ ପୂଜା ଆୟୋଜିତ ହୋଇଆସୁଛି। ପ୍ରଥମେ ଡାଳ ଛାମୁଣ୍ଡିଆ ମଣ୍ଡପରେ ମା’ଙ୍କ ମୃଣ୍ମୟୀ ପ୍ରତିମାକୁ ପୂଜା କରାଯାଉଥିଲା। ଏହା ପରେ ସ୍ଥାନ ପରେ ସ୍ଥାନ ବଦଳାଇ ପୂଜା ଉତ୍ସବ ଆଗେଇ ଚାଲିଲା।

(ରତନ ନାୟାର)