ଜନ ଶୁଣାଣିରେ ଉଠିଲା ଆବାସ ଦୁର୍ନୀତି ଅଭିଯୋଗ: ବିଡିଓଙ୍କ ସହ ଗ୍ରାମବାସୀ ମୁହାଁମୁହିଁ

ଜଗତ୍‌ସିଂହପୁର ଅଫିସ,୨୦ା୮: ଜଗତ୍‌ସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ସୋମବାର ଜିଲାସ୍ତରୀୟ ଯୁଗ୍ମ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ଏଥିରେ ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରିତାରେ ଦୁର୍ନୀତିକୁ ନେଇ ଅଭିଯୋଗ ଉଠିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଭିଯୋଗକାରୀ ଗ୍ରାମବାସୀ ଏବଂ ବିଡିଓଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା। ସେହିପରି ଡ୍ରେନେଜ୍‌ ସମସ୍ୟା ଯୋଗୁ ୫ ପଞ୍ଚାୟତ ପ୍ରଭାବିତ ହେଉଥିବା ଓ ୫ ହଜାର ହେକ୍ଟର ଜମି ଜଳମଗ୍ନ ଥିବା ଅଭିଯୋଗ ହୋଇଥିଲା। ଶୁଣାଣିବେଳେ ବିଦ୍ୟୁତ୍‌ ଚାଲିଯିବା ଓ ଜେନେରେଟର କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହେବାରୁ ଜିଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ। ଏଣିକି ଜିଲାପାଳଙ୍କ କାର୍ଯ୍ୟାଳୟରେ ଯେପରି ୨୪ ଘଣ୍ଟା ବିଦ୍ୟୁତ୍‌ ରହିବ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସୂଚନା ଅନୁଯାୟୀ, କାଦୁଆପଡ଼ା ପଞ୍ଚାୟତ ରାଇବରାଇ ଗ୍ରାମର ପ୍ରଭାତ ସ୍ବାଇଁ, ବିରଞ୍ଚତ୍ ସ୍ବାଇଁ, ଯୁଧିଷ୍ଠିର ମହାରଣା, ଅକ୍ଷୟ ପାଳ, ଭୋଳାନାଥ ଓଝା, ପ୍ରଦୀପ ମଲ୍ଲିକ, ସଚିକାନ୍ତ ପାଳ ଓ ପ୍ରତିମା ମହାରଣା ପ୍ରମୁଖ ବିଜୁ ପକ୍କାଘର ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ କରିଥିଲେ। ଗ୍ରାମର ବନିତା ନାୟକଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଯାଇଛି। ତାଙ୍କର ୨ଟି ସନ୍ତାନ। ଢିଅକୁ ବାଦ୍‌ଦେଲେ ଜମି ବୋଲି ଗୁଣ୍ଠେ ନାହିଁ। କିନ୍ତୁ ତାଙ୍କୁ ଏହି ଯୋଜନାରୁ ବାଦ୍‌ ଦିଆଯାଇଛି। ସେହିପରି ଭୋଳାନାଥ ଓଝା, ପ୍ରତାପ ମଲ୍ଲିକ ଓ ରୀତାଞ୍ଜଳି ରାଉତଙ୍କ ଭଳି ବହୁ ଗରିବ ପରିବାରକୁ ଏହି ଯୋଜନାରେ ସାମିଲ କରାଯାଇନାହିଁ। ଅଥଚ ୮ ବଖରା ମାର୍ବଲ ପକ୍କା ଘର ଥିବା ହେମନ୍ତ ସ୍ବାଇଁଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ସ୍ବାଇଁ ବଡ଼ଦେଢିଲୋ ଗ୍ରାମର ରଞ୍ଜନ ଦାସଙ୍କ ଘର ଦେଖାଇ ୧.୨୦ ଲକ୍ଷ ଟଙ୍କା ହାତେଇଛନ୍ତି। ସରପଞ୍ଚ, ନୋଡାଲ ଅଫିସର ଓ ବିଡିଓଙ୍କ ସଲାସୁତରାରେ ଏଭଳି ହୋଇଥିବା ଗ୍ରାମବାସୀ କହିଥିଲେ। କେବଳ ଏହି ଗୋଟିଏ ନୁହେଁ, ଅନେକ ଥିଲାବାଲା ଲୋକଙ୍କୁ ପକ୍କାଘର ଦିଆଯାଇଛି। ଗ୍ରାମବାସୀଙ୍କ ଏଭଳି ଅଭିଯୋଗ ପରେ ବିଡିଓ ଲଗ୍ନଜିତ ରାଉତ ପ୍ରତିକ୍ରିୟାଶୀଳ ହୋଇ ସେମାନେ ମିଥ୍ୟା ଅଭିଯୋଗ କରୁଛନ୍ତି ବୋଲି କହିବାରୁ ଯୁକ୍ତିତର୍କ ହୋଇଥିଲା। ତେଣୁ ଲୋକେ ସଙ୍ଗେ ସଙ୍ଗେ ତଦନ୍ତ ହେଉ ବୋଲି ଦାବି କରିଥିଲେ। ଏହା ପରେ ଜିଲାପାଳ ମହାପାତ୍ର ବିନା କାରଣରେ ଏତେ ଲୋକ ଅଭିଯୋଗ କରିବାକୁ ଆସି ନ ଥାନ୍ତେ ବୋଲି କହି ବିଡିଓଙ୍କୁ ଚୁପ୍‌ କରାଇଥିଲେ। ଏଥିସହ ତୁରନ୍ତ ସ୍ବତନ୍ତ୍ର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜାହାନପୁର, କଣ୍ଟିଲୋ, ପାଟେଣୀଗାଁ, ସଭାମୂଳ ଓ ପଟସରା ପଞ୍ଚାୟତର ଲୋକେ ଜଳ ନିଷ୍କାସନ ସମସ୍ୟା ସମ୍ପର୍କରେ ଜଣାଇଥିଲେ। ରବୀନ୍ଦ୍ରନାଥ ସାହୁ, ପ୍ରମୋଦ ରଥ, ରମାକାନ୍ତ ସାହୁ, ବିଶ୍ୱରଞ୍ଜନ ସାହୁ, ବଳରାମ ମଲିକ, ଜ୍ୟୋତିରଞ୍ଜନ ସ୍ବାଇଁ ଓ ଶରତ ପ୍ରଧାନ ପ୍ରମୁଖ କହିଲେ ଯେ, ନଛିପୁରରୁ ଅଢଙ୍ଗା ସାଇଫନ୍‌ ପର୍ଯ୍ୟନ୍ତ ଯାଇଥିବା ଡ୍ରେନ୍‌ରେ ଜଳ ନିଷ୍କାସନ ହୋଇପାରୁନି। କୋଦଳ ପୂର୍ବରୁ ଥିବା ସେଠୀ ସାହି ନିକଟରେ ଡ୍ରେନ୍‌ ଉପରେ ପ୍ରାୟ ୨୦୦ ବାଉଁଶ ବୁଦା ପଡ଼ିଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ବାତ୍ୟା ଫନୀରେ ଏହି ଗଛଗୁଡିକ ଉଡି ଡ୍ରେନ୍‌ରେ ପଡିଛି। ବାରମ୍ବାର ଜଳସେଚନ ଓ ଡ୍ରେନେଜ୍‌ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ମଧ୍ୟ ପ୍ରତିକାର କରାଯାଇନାହିଁ। ତେଣୁ ପ୍ରାୟ ୫ ହଜାର ହେକ୍ଟର ଜମିରେ ପାଣି ଜମି ରହିଛି। ଏହା ଉପରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲାପାଳ ଡ୍ରେନେଜ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କଣ୍ଟିଲୋ ପଞ୍ଚାୟତ ବଡ଼ମୁଣ୍ଡିଲୋ ଗାଁ ଦାଣ୍ଡରେ ପାଣି ଜମି ରହିଛି। ହାଜିପୁର ପଞ୍ଚାୟତ ଚାନ୍ଦପୁର ଗାଁର ଶତ୍ରୁଘ୍ନ ଭୋଇ, ରବୀନ୍ଦ୍ର ଭୋଇ, ଅର୍ଜୁନ ଭୋଇ, ପ୍ରଶାନ୍ତ ଭୋଇ ପ୍ରମୁଖ ଜଳସେଚନ ବିଭାଗର ବେପରୁଆ ମନୋଭାବ ଯୋଗୁ ଗଁାରୁ ଜଳ ନିଷ୍କାସନ ହୋଇପାରୁ ନ ଥିବା କହିଥିଲେ। ଶିବିରରେ ମୋଟ ୨୦୨ ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିରେ ୧୮୨ଟି ବ୍ୟକ୍ତିଗତ, ଯଥା ଇନ୍ଦିରା ଆବାସ/ବିଜୁ ପକ୍କାଘର ୬୧, ଭତ୍ତା ସମ୍ପର୍କିତ ୧୦, ରାଶନ କାର୍ଡ ୧୩, ଆଇନ ସହାୟତା ୧୨, ଜମିଜମା ସଂକ୍ରାନ୍ତୀୟ ୧୧, କଳାକାର ଭତ୍ତା ୪, ଅଙ୍ଗନୱାଡି ସମସ୍ୟା ସମ୍ପର୍କିତ ୬ ଓ ଅନ୍ୟାନ୍ୟ ୬୫ଟି, ଗାଁ ସମସ୍ୟା ସମ୍ପର୍କିତ ୯, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇଁ ୨, ରେଡକ୍ରସ୍‌ ସହାୟତା ପାଇଁ ୯ ଦରଖାସ୍ତ ଗ୍ରହଣ କରାଯାଇଥିଲା। ୬ ଅଭିଯୋଗ ତତ୍କାଳ ସମାଧାନ ହୋଇଥିଲା। ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁ, ଜଗତ୍‌ସିଂହପୁର ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଉପଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri