ଜନ୍‌ମୁ ଦିବ୍ୟାଙ୍ଗ ତିନ୍‌ ଭାଇ: ଉଚ ଚିକିଛା ଲାଗି ଟଁକା ଅଭାବ

 

କୋକସରା,୧୪।୧(ଡି.ଏନ୍‌.ଏ.)-
ପୁଓ ହେଉ କି ଝି’ ଜନମ୍‌ ହେଲେ ଘରେ ଖୁସିର ଲହର ଖେଲିଯାଏସି। ମା’ବାପ୍‌ର ସପନ୍‌ ବି ତାକର ସଂଗେ ଯୁଡ଼ି ହେଇଯାଏସି। ହେଲେ ବଏସ୍‌ ବଢ଼ବାର ସଂଗେ ଯଦି ଜନାପଡ଼ବା ଯେ ଝି’ପୁଓ ଦିବ୍ୟାଙ୍ଗ ଆନ୍‌। ସେ ସମିଆରେ ମା’ବାପ୍‌ର ମାନ୍‌ସିକ ଥିତି କାଣା ହେଉଥିବା ଝନେ ଇଥ୍‌ରୁ ଠହରେଇ ପାରବା। ଏନ୍‌ତା ଗୁଟେ ଦୁଖଦ୍‌ ଘଟନା ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା କୋକସରା ବ୍ଲକ ପୋଡ଼ାଗୁଡ଼ା ପଁଚେତ୍‌ ଅଧୀନ ସାନପୋଡ଼ାଗୁଡ଼ା ଗଁାରେ।
ସୂଚନା ଅନ୍‌ସାରେ ସାନପୋଡ଼ାଗୁଡ଼ା ଗଁାର ପରମେଶ୍ୱର ଝାଙ୍କରକଁର ୩ ପୁଓ ବରୁଣ (୧୧), ହିରଣ୍ୟ (୮), ଜିତୁ (୩) ଜନ୍‌ମୁ କୁଁଦା ଆନ୍‌। ବରୁଣ ସାନପୋଡ଼ାଗୁଡ଼ା ପ୍ରାଥମିକ ସ୍କୁଲରେ ୪ର୍ଥ ଶ୍ରେଣୀରେ ପଢ଼ୁଛନ୍‌। ସେ ଶୁନି ପାରୁଥିଲାବେଲେ ଲେଖାପଢ଼ାରେ ତାକର ରୁଚି ଥିବାର ଶିକ୍ଷକମାନେ କହିଛନ୍‌। ସେନ୍‌ତା ହିରଣ୍ୟ ଆର ଜିତୁ ସ୍କୁଲର ମାଏଟ୍‌ ନୁହେମାଡ଼ନ। ଇଆଡ଼େ ଗରିବ୍‌ ବାପ୍‌ କୁଲିମଜୁରି କରି କୁଟୁମ୍‌ ପୁଷୁଛନ୍‌। ଘରେ ସବୁବେଲେ ଅଭାବ ଅନାଟନ ଲାଗି ରହିଛେ। ଏନ୍‌ତାଥି ସେ ପୁଓମାନକର ଚିକିଛା ବି କରେଇ ନାଇଁପାରବାର। ଭିନ୍ନକ୍ଷମ ପରମାନପତର ଅଭାବୁ ୩ ଭାଇ ଭତା ପାଏବାରୁ ବଁଚିତ୍‌ ଥିବାର ଜନାଯାଇଛେ। ପରମେଶ୍ୱର ଦିବ୍ୟାଙ୍ଗ ପୁଓମାନକର ଭତାର ଲାଗି ପଁଚେତ୍‌ରେ ଅନେକ ଥର ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଇ ବାବ୍‌ଦେ କୋକସରା ବ୍ଲକ ସାମାଜିକ ସୁରକ୍ଷା ଅଧ୍‌କାରୀ ଦୀପକ କୁମାର ବେହେରାକୁଁ ପଚ୍‌ରାଲାରୁ ମୋର ପାସେ ଇ ବାବ୍‌ଦେ ସୂଚନା ନାଇଁଥାଇ। ମୁଇଁ ନିଜେ ତାକର ଦରକାରୀ କାଗଜପତର ମଗେଇ ଭିନ୍ନକ୍ଷମ ପରମାନପତର ଲାଗି ଅନ୍‌ଲାଇନ୍‌ ଆବେଦନ କରମି ଆର ଭତା ଯୋଜନାରେ ସାମିଲ କରମି ବଲି ସେ କହିଛନ୍‌।