ଜନ୍ମଦିନରେ ବିଭିନ୍ନ ମହଲରୁ କେନ୍ଦ୍ରମନ୍ତ୍ରୀ ପ୍ରତାପଙ୍କୁ ଶୁଭେଚ୍ଛା; ବୃଦ୍ଧାଶ୍ରମର ଅନ୍ତେବାସୀ କଲେ ଆଶୀର୍ବାଦ

ବାଲେଶ୍ୱର ଅଫିସ, ୧୧।୧୧-ଭାରତର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ୬୪ତମ ଜନ୍ମଦିନ ବାଲେଶ୍ୱର ଜିଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି। ବିଭିନ୍ନ ମହଲରୁ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ରବିବାର ପୂର୍ବାହ୍ନ ୧୧ଟାରେ ଅମୃତଧାରା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଚାନ୍ଦବାଲି ପଡିଆସ୍ଥିତ ବୃଦ୍ଧାଶ୍ରମରେ ଆୟୋଜିତ ଜନ୍ମଦିନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଷଡଙ୍ଗୀ ଯୋଗ ଦେଇ ଅନ୍ତେବାସୀଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ଆଶ୍ରମ ଅନ୍ତେବାସୀ ତାଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅନ୍ତେବାସୀଙ୍କୁ କମ୍ବଳ ଓ ଫଳ ବଣ୍ଟନ କରିଥିଲେ ।
ସେହିପରି ନୀଳଗିରି ନିକଟସ୍ଥ ମିତ୍ରପୁର ମହୋତ୍ସବ ପଡ଼ିଆଠାରେ ଯୁବ ସ୍ବାଭିମାନ ମଞ୍ଚ ତରଫରୁ କେନ୍ଦ୍ରମନ୍ତ୍ରୀଙ୍କ ଜନ୍ମ ଦିବସ ଧୁମ୍‌ଧାମରେ ପାଳିତ ହୋଇଥିଲା। ଏହି ଉତ୍ସବରେ ଯୋଗଦେବାକୁ କେନ୍ଦ୍ରମନ୍ତ୍ରୀ ଆସି ପହଞ୍ଚିବାବେଳେ ମର୍ଦ୍ଦରାଜପୁର ଛକଠାରେ ଉପସ୍ଥିତ ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ମାଦଳ ବାଦ୍ୟ ସାଙ୍ଗକୁ ଆଦିବାସୀ ନୃତ୍ୟ ଓ କୀର୍ତ୍ତନ ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଚାଲି ଚାଲି ଯାଇ ସ୍ଥାନୀୟ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ମିତ୍ରପୁର ମହାବିଦ୍ୟାଳୟରେ ବୃକ୍ଷରୋପଣ କରି ସେ ମିତ୍ରପୁର ମହୋତ୍ସବ ପଡ଼ିଆରେ ପହଞ୍ଚତ୍ଥିଲେ ା ମଞ୍ଚ ତରଫରୁ ପୂର୍ବ ପ୍ରସ୍ତୁତି ମୁତାବକ ବେଦପାଠ, ଦୀପ ପ୍ରଜ୍ୱଳନ କରାଯାଇ ଗୋମାତା, ଗୁରୁ ଓ ସାଧୁ ପୂଜନ ସହ ମୁକ୍ତ ବିହଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀଙ୍କର ପିଲାଦିନର ଗୁରୁ ତ୍ରିଲୋଚନ ସାହୁଙ୍କୁ ସେଠାରେ ପୂଜନ କରାଯିବା ଦୃଶ୍ୟ ବେଶ୍‌ ହୃଦୟସ୍ପର୍ଶୀ ଥିଲା ା ଏହାପୂର୍ବରୁ ପୂର୍ବାହ୍ନରେ ପ୍ରଭାତଫେରି, ସ୍ବଚ୍ଛଭାରତ କାର୍ଯ୍ୟକ୍ରମ, ପ୍ରାତଃ ଭଜନ ସଂକୀର୍ତ୍ତନ, ମେଗା ରକ୍ତଦାନ ଶିବିର, ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର ଏବଂ ଔଷଧ ବଣ୍ଟନ, ଚିତ୍ରାଙ୍କନ ଓ ରଙ୍ଗୋଲି ପ୍ରତିଯୋଗିତା କରାଯାଇଥିଲା। ଅନାଥ ପିଲାଙ୍କୁ ଖାଦ୍ୟ, ବସ୍ତ୍ର ବଣ୍ଟନ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଓଡ଼ିଶୀ, ଛଉ, ନୃତ୍ୟ, ଆଦିବାସୀ ନୃତ୍ୟ, ପାରମ୍ପରିକ ନୃତ୍ୟ, ବନ୍ଦେମାତରମ୍‌ ଆଦି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ କେନ୍ଦ୍ରମନ୍ତ୍ରୀ ଷଡଙ୍ଗୀ ଏହି ସଭାରେ ବକ୍ତବ୍ୟ ରଖିଥିଲେ। ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମରେ ସାମିଲ ଥିବା ସମସ୍ତଙ୍କ ପାଇଁ ପ୍ରସାଦ ଓ ଖିରି ବଣ୍ଟନ କରାଯାଇଥିଲା। ଯୁବ ସ୍ବାଭିମାନ ମଞ୍ଚ ସ୍ବର୍ଣ୍ଣଚନ୍ଦ୍ର ମଣ୍ଡଳର ଆବାହକ ତାପସ ମହାନ୍ତି, ଗଙ୍ଗାଧର ମିଶ୍ର, ଉପେନ୍ଦ୍ର ଦାସ, ସୁବାଶିଷ ଆଚାର୍ଯ୍ୟ, ସୁଇଟି ବାରିକ, ବଳରାମ ବିଶ୍ୱାଳ, ଅକ୍ଷୟ ବେହେରା, ମନୋରଞ୍ଜନ ବେହେରା ଓ ଚନ୍ଦ୍ରଶେଖର ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
୧୯୫୫ ମସିହା ନଭେମ୍ବର ୧୦ ତାରିଖରେ ବାଲେଶ୍ୱର ଜିଲା ନୀଳଗିରି ପୌରାଞ୍ଚଳସ୍ଥିତ କାହାଳିଆ ଗ୍ରାମରେ ଷଡଙ୍ଗୀଙ୍କ ଜନ୍ମ। ମାତା ସିଦ୍ଧେଶ୍ୱରୀ ଓ ପିତା ଗୋବିନ୍ଦଚନ୍ଦ୍ର ଷଡ଼ଙ୍ଗୀ। ପିଲାଟି ଦିନରୁ ଧାର୍ମିକଭାବନା ରଖିଥିବା ଷଡ଼ଙ୍ଗୀ ୧୯୭୧ ମସିହାରେ ସ୍ଥାନୀୟ କେ.ସି. ହାଇସ୍କୁଲରୁ ମାଟ୍ରିକ ପାସ୍‌ ପରେ ଫକୀରମୋହନ କଲେଜରେ ଅଧ୍ୟୟନ କରିଥିଲେ। ସେ ବିଏ ପାସ୍‌ କରିବା ପରେ ୧୯୭୮ ମସିହାରେ ନୀଳଗିରି କଲେଜରେ ଚାକିରି ଜୀବନ ଆରମ୍ଭ କରିଥିଲେ। ହେଲେ ଚାକିରି ମୋହ ତାଙ୍କୁ ବାନ୍ଧି ରଖି ପାରି ନ ଥିଲା। ବିଭିନ୍ନ ସାମାଜିକ କାର୍ଯ୍ୟରେ ଜଡିତ ରହିଥିବା ଯୋଗୁ ସେ ୧୯୮୨-୮୩ରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘରେ ଯୋଗ ଦେଇଥିଲେ। ସଫଳତା ଏବଂ ଦାୟିତ୍ୱ ସହକାରେ କାର୍ଯ୍ୟ ସମ୍ପାଦନ କରି ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ଏବଂ ବିଶ୍ୱହିନ୍ଦୁ ପରିଷଦର ରାଜ୍ୟ ସହସମ୍ପାଦକ ଭାବେ କାର୍ଯ୍ୟ ତୁଲାଇ ପରେ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ। ୨୦୦୪ ବିଧାନସଭା ନିର୍ବାଚନରେ ଭାଜପା ତାଙ୍କୁ ନୀଳଗିରି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ଚୟନ କରିଥିଲା। ସେ ବିପୁଳ ଭୋଟରେ ବିଜୟ ହେବା ପରେ ଭାଜପାର ଜଣେ ସକ୍ରିୟ କର୍ମକର୍ତ୍ତା ଭାବେ ଓଡିଶା ରାଜନୀତିରେ ସେ ନିଜ ପରିଚୟ ସୃଷ୍ଟି କରିଥିଲେ ା ୨୦୦୯ରେ ଭାଜପାରୁ ଟିକଟ ପାଇ ନ ଥିଲେ ମଧ୍ୟ ନିଜର ସାଙ୍ଗଠନିକ ଦକ୍ଷତା ଯୋଗୁ ସେ ସ୍ବାଧୀନ ଭାବେ ଲଢି ବିଜୟୀ ହୋଇଥିଲେ ା ନିଜର ସଚ୍ଚୋଟତାକୁ ଅଳଙ୍କାର ଭାବି ଦୁଇଥର ବିଧାୟକ ହୋଇ ନିର୍ବାଚନମଣ୍ଡଳୀବାସୀଙ୍କ ପ୍ରତିନିଧିତ୍ୱ କରିଆସିଛନ୍ତି। ଅତ୍ୟନ୍ତ ନିରଳସ ଓ ନିରାଡମ୍ବର ଜୀବନଯାପନ ଲାଗି ସେ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ସେ ବାଲେଶ୍ୱର ଲୋକ ସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳର ରାଷ୍ଟ୍ର ପାହ୍ୟାଯୁକ୍ତ ଅଣୁକ୍ଷୁଦ୍ର ମଧ୍ୟମଉଦ୍ୟୋଗ, ପ୍ରାଣୀଧନ ଓ ଦୁଗ୍ଧ ଉପତ୍ାଦନ ଓ ମତ୍ସ୍ୟ ସମ୍ପଦ ବିଭାଗର ଦାୟିତ୍ୱ ତୁଲାଉଛନ୍ତି। ଏତଦ୍‌ବ୍ୟତୀତ ସେ ଜଣେ ଗୋସେବକ ଭାବେ ନିଜ ପରିଚୟ ସୃଷ୍ଟି କରିଛନ୍ତି। ଏହାବାଦ୍‌ ନିଜର ଅଗ୍ନି ବର୍ଷୀ ଭାଷଣ ପାଇଁ ପ୍ରତାପ ଭାଜପା କ୍ୟାମ୍ପରେ ବେଶ୍‌ ପରିଚିତ। ତାଙ୍କର ଜନ୍ମଦିନ ଅବସରରେ ବହୁ ଭାଜପା କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ବୁଦ୍ଧିଜୀବୀ ମହଲ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri