ଜନସଂଖ୍ୟା ବିସ୍ଫୋରଣର ମୁକାବିଲା

ଶେଖ୍‌ ଫରିଦ୍‌ଉଦ୍ଦିନ
ସମଗ୍ର ବିଶ୍ୱକୁ ଜନସଂଖ୍ୟାର ଗଣିତ ଓଲଟପାଲଟ କରିଦେବାର କ୍ଷମତା ରଖିଥାଏ। ନିକଟରେ ମିଳିତ ଜାତିସଂଘର ଏକ ରିପୋର୍ଟର ତଥ୍ୟ ଅନୁଯାୟୀ ଆସନ୍ତା ୩୦ବର୍ଷ ଭିତରେ ଭାରତର ଜନସଂଖ୍ୟା ବର୍ତ୍ତମାନର ୧୩୫କୋଟିରୁ ବୃଦ୍ଧି ପାଇ ୨୭୦କୋଟି ଛୁଇଁବ। ସମଗ୍ର ବିଶ୍ୱରେ ବିଶାଳ ଜନସଂଖ୍ୟା ଦୃଷ୍ଟିରୁ ଆସନ୍ତା ୮ବର୍ଷରେ ଭାରତ ଶୀର୍ଷରେ ରହିବ। ଏହା ସୁଲକ୍ଷଣ ନା କୁଲକ୍ଷଣ? ଏଇ ବିଶାଳ ଜନସଂଖ୍ୟା ଏକ ଚିନ୍ତାର କାରଣ ନିଶ୍ଚୟ। ତେବେ ବିଭିନ୍ନ ଶପିଙ୍ଗ୍‌ ମଲ୍‌ର ଅଫର ଏବଂ ବିଭିନ୍ନ ଖାଦ୍ୟ ଗୋଦାମରେ ମହଜୁଦ ଥାଇ ନଷ୍ଟ ହେଉଥିବା ଖାଦ୍ୟଶସ୍ୟର ପରିମାଣକୁ ବିଚାରକୁ ନେଲେ ଏହି ସଂଖ୍ୟା କ’ଣ ସତରେ ଏତେ ବେଶି? ଏପରି ଏକ ପ୍ରଶ୍ନ ମନକୁ ଆସେ। ଆଜିର ଦିନରେ ବିଭିନ୍ନ ସହର ବଜାରର ବଡ଼ ବଡ଼ ଶପିଙ୍ଗ୍‌ ମଲ୍‌ରେ ବିକ୍ରି ହେଉଥିବା ଅନେକ ସାମଗ୍ରୀର ଅଫର ଏପରି ଚିନ୍ତାର ମୂଳ କାରଣ। ଏଠି ଗୋଟିଏ କିଣିଲେ ଆଉ ଗୋଟିଏ ମାଗଣା ଦିଆଯାଏ। ଅର୍ଥାତ୍‌ ଯେଉଁ ପରିମାଣର ସାମଗ୍ରୀ ତିଆରି ହୋଇଛି ସେଇ ସଂଖ୍ୟକ ଲୋକ ନ ଥିବାରୁ ଆଉ ଗୋଟିଏ ମାଗଣାରେ ଦିଆଯାଉଛି। ଦେଶର ବିିଭିନ୍ନ ଖାଦ୍ୟ ଗୋଦାମରେ ମହଜୁଦ ଥିବା ଧାନ, ଚାଉଳ, ଗହମ ଯେଉଁ ପରିମାଣରେ ନଷ୍ଟ ହେଉଛି ତାକୁ ଦେଖିଲେ କିଏ କହିବ ଏ ଦେଶରେ ଜନସଂଖ୍ୟା ବିସ୍ଫୋରଣ ଏକ ସମସ୍ୟା? ଯେକୌଣସି ପଦାର୍ଥ ଆବଶ୍ୟକତାଠାରୁ ଅଧିକ ଥିଲେ ତାହା ନଷ୍ଟ ହୁଏ। କମ୍‌ ଥିଲେ ସେଥିପ୍ରତି ମଣିଷ ଯତ୍ନବାନ ହୁଏ। ହାଉଯାଉ ହେଲେ ପଦାରେ ପଡ଼ି ଖତ ଖାଏ। ତା’ହେଲେ କେଉଁଟା ସତ୍ୟ? ସରକାର ସବୁବେଳେ କହୁଛନ୍ତି- ‘ଦେଶରେ ଗଚ୍ଛିତ ବିଦେଶୀ ମୁଦ୍ରାର ସିଂହଭାଗ ତୈଳ ଆମଦାନିରେ ଖର୍ଚ୍ଚ ହେଉଛି। ଗାଡ଼ିମୋଟର ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ତେଲ ଚାହିଦା ତା’ସହ ତାଳଦେଇ ବଢ଼ୁଛି। ତେଣୁ ସେଇ ପରିମାଣର ଅଶୋଧିତ ତୈଳ ବିଦେଶରୁ ଆମଦାନି କରାଯାଉଥିବାରୁ ଏଥିପାଇଁ ଅଧିକ ବିଦେଶୀ ମୁଦ୍ରା ଆବଶ୍ୟକ ହେଉଛି।
ଏହି ଯୁକ୍ତି କ’ଣ ପ୍ରକୃତରେ ସତ୍ୟ? ବୋଧହୁଏ ନା। ଏହା ଯେ ସତ୍ୟ ନୁହେଁ ତାହା ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ ତେଲ ଟାଙ୍କିରେ ମରାହୋଇଥିବା ବିଜ୍ଞାପନରୁ ବେଶ୍‌ ବୁଝିହୁଏ। ବିଜ୍ଞାପନଟି ଅଧିକ ତେଲ ବ୍ୟବହାର ପାଇଁ ଗ୍ରାହକଙ୍କୁ ଆକୃଷ୍ଟ କରିବା ଦିଗରେ ଉଦ୍ଦିଷ୍ଟ। ଏଥିରେ ଲେଖା ହୋଇଛି- ”ଆପଣ ଯଦି ୫୦୦ ଟଙ୍କାରେ ତେଲ କିଣିବେ ତା’ହେଲେ ଗୋଟେ ରଙ୍ଗିନ ଛତା ଉପହାର ମିଳିବ“। ଯିଏ ୨୦୦ ଟଙ୍କାର ତେଲ ପକାଇବାକୁ ଯାଉଥିବ ସେ ଏଇ ଛତା ଲୋଭରେ ୫୦୦ ଟଙ୍କାର ତେଲ ପକାଇବାକୁ ଆଗ୍ରହୀ ହେବା ସ୍ବାଭାବିକ। ୨୦୦ ଟଙ୍କାର ତେଲ ପକାଉଥିଲେ ଯେତେଦୂର ଗାଡ଼ି ଚାଲିଥାନ୍ତା ୫୦୦ ଟଙ୍କାର ତେଲ ପକାଇଥିବାରୁ ତାକୁ ଅଧିକ ବାଟ ଯିବାକୁ ଇଚ୍ଛା ହେବ ନା ନାଇଁ? ତେଲ ବାବଦରେ ଅଧିକ ବୈଦେଶିକ ମୁଦ୍ରା ଆବଶ୍ୟକ ହେଉଛି ଏହି ଯୁକ୍ତି ଉକ୍ତ ବିଜ୍ଞାପନରେ କେଉଁଠି ପ୍ରତିଫଳିତ, ଭାବିଲେ ଥଳକୂଳ ମିଳେନା। ଭାରତର ଲୋକସଂଖ୍ୟାକୁ ବିଚାରକୁ ନେଲେ ଏ ଦେଶକୁ ଆଖପାଖର ଦେଶଗୁଡ଼ିକ ଭୟ କରିବା କଥା। କିନ୍ତୁ ସେମାନେ ଭୟ କରିବା ବଦଳରେ ଧମକାଉଛନ୍ତି। ଏହାର କାରଣ ଆଉ ଯାହା ହୋଇଥାଉନା କାହିଁକି, ଆମ ଦେଶରେ ମଣିଷର ଶକ୍ତି ଏବଂ ସାମର୍ଥ୍ୟର ଉପଯୁକ୍ତ ମୂଲ୍ୟାୟନ ହୋଇନାହିଁ କି ହେଉ ନାହିଁ। ଯେଉଁ କାରଣରୁ ୧୨୭ କୋଟି ଲୋକ ଥାଇ ସୁଦ୍ଧା ଗୋଟିଏ କିଣିଲେ ଆଉ ଗୋଟିଏ ମାଗଣାରେ ମିଳୁଛି। ଖାଦ୍ୟ ଗୋଦାମରେ ଲକ୍ଷ ଲକ୍ଷ ଟନ୍‌ ଖାଦ୍ୟଶସ୍ୟ ନଷ୍ଟ ହେଉଛି। କିଛି ଲୋକ ଖିରିପୁରିରେ ଭାସୁଥିବା ବେଳେ ଆଉ କେତେକେ କୋଟି କୋଟି ଟନ୍‌ ଖାଦ୍ୟଶସ୍ୟ ଥାଇ ସୁଦ୍ଧା ଅନାହାରରେ ଶଢ଼ୁଛନ୍ତି।
ଭାରତର ୧୪ ଭାଗରୁ ଭାଗେ ଆୟତନର ଦେଶ ଭାରତକୁ ଧମକାଉଛି। କାରଣ ଆମ ଦେଶରେ ଜନସଂଖ୍ୟାକୁ ସମ୍ବଳ ବୋଲି ବିଚାର ନ କରି ତାକୁ ସମସ୍ୟା ଭାବେ ଗ୍ରହଣ କରି ତା’ର ପ୍ରତିକାର ବ୍ୟବସ୍ଥା ଆମେ ଖୋଜୁଛୁ। ମୁମ୍ବାଇର ଲୋକସଂଖ୍ୟାର ଦୁଇଗୁଣ ଲୋକ ସାଂଘାଇରେ ରୁହନ୍ତି। କିନ୍ତୁ ସାଂଘାଇ ତୁଳନାରେ ମୁମ୍ବାଇ ୧୦ଗୁଣ ଅପରିଷ୍କାର, ବିପର୍ଯ୍ୟସ୍ତ ଏବଂ ବିଶୃଙ୍ଖଳିତ। ଏହାର ଏକମାତ୍ର କାରଣ, ମଣିଷକୁ ଆମେ ସମ୍ବଳ ବୋଲି ଭାବୁନାହୁଁ। ପୃଥିବୀର ବିଶାଳ ଜନସଂଖ୍ୟାବହୁଳ ଦେଶ ଚାଇନା ଗରିବୀ ଓ ବେରୋଜଗାରୀ ସମସ୍ୟାକୁ ସଫଳ ଭାବେ ମୁକାବିଲା କରିପାରିଛି। ଭାରତ ବେରୋଜଗାରୀ, ଗରିବୀ ପରି ବଡ଼ ସମସ୍ୟା ସହ ସଂଗ୍ରାମ କରୁଥିବାବେଳେ ଜନ୍ମରୁ କୁପୋଷଣ ମଧ୍ୟ ଏକ ଉଦ୍‌ବେଗଜନକ ସମସ୍ୟା। ତେଣୁ ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ। କାରଣ ଜନସଂଖ୍ୟା ବୃଦ୍ଧି ସହ ସମାନୁପାତିକ ଭାବେ ପ୍ରାକୃତିକ ସମ୍ପଦ ବଢ଼ୁନାହିଁ। ନାଇଜେରିଆ ହେଉଛି ଏପରି ଏକ ଦେଶ ଯେଉଁଠାରେ ଆଗାମୀ ୫୦ବର୍ଷ ମଧ୍ୟରେ ଜନସଂଖ୍ୟା ବୃଦ୍ଧି ସବୁଠୁ ଅଧିକ ଦେଖାଯିବ। ତେଣୁ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଜଳବାୟୁ ପରିବର୍ତ୍ତନ ସହ ତାପମାନର ଉଦ୍‌ବେଗଜନକ ପରିବର୍ତ୍ତନ ଏବଂ ବୃଦ୍ଧି ପାଉଥିବା ଜନସଂଖ୍ୟା ଏବେ ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ଆହ୍ବାନ ସୃଷ୍ଟି କରିଛି।
ଦୂରସଞ୍ଚାର ଭବନ, ଲିଙ୍କ୍‌ରୋଡ୍‌, କଟକ, ମୋ: ୯୪୩୭୦୦୪୮୮୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri