ଜନବସତିରେ ପଶିଲା ବାର୍‌ହା : ଲୋକେ ଆତଙ୍କିତ

ଉଦଳା,୨୮ା୫ (ଡି.ଏନ.ଏ) – ବନ୍ୟଜନ୍ତୁଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିିଛି ଜଙ୍ଗଲ। ଯାହାଫଳରେ ବିଭିନ୍ନ ସମୟରେ ସେମାନେ ଜନବସତି ମୁହଁ। ହେଉଛନ୍ତି। ମୟୂରଭଞ୍ଜ ଜିଲା ଉଦଳା ଏନଏସି ଅଞ୍ଚଳରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଏକ ବାର୍‌ହା ଜନବସତିରେ ପଶି ବେଶ ହଲ୍ଲାପଟା କରିଛି । ଯାହାକୁ ନେଇ ବନବିଭାଗକୁ ନାକେଦମ ହେବାକୁ ପଡ଼ିଛି । ଉଦଳା ଏନଏସିର ୬ ନଂ. ୱାର୍ଡ ଭିତରକୁ ଗତକାଲି ହଠାତ୍‌ ସ୍ଥାନୀୟ ବନାଞ୍ଚଳରୁ ଏକ ବାର୍‌ହା ପଶି ଆସିଥିଲା। କେହି ଶିକାରୀ ଶିକାର ଉଦ୍ଦେଶ୍ୟରେ ବାର୍‌ହାଟିକୁ ତୀର ମାଡ଼ କରିଥିଲା। ଯାହାଫଳରେ ତୀରଟି ବାର୍‌ହାର ବାମ ପାଖ କାନ ନିକଟରେ ଲାଗି ରହିବା ସହିତ ବାର୍‌ହାଟି ଆକ୍ରମଣାମତ୍କ ହୋଇ ଉଠିଥିଲା । ଦୌଡି ଆସି ୬ ନଂ. ୱାର୍ଡସ୍ଥିତ ଜନବସତିରେ ପଶି ଯାଇଥିଲା ା ପରେ ଏହି ୱାର୍ଡର ଜଣେ ବ୍ୟକ୍ତିଙ୍କ ବାଡିରେ ବାର୍‌ହାଟି ଲୁଚି ରହିଥିଲା ା ଖବର ପାଇ ଉଦଳା ବନବିଭାଗ ସେଠାରେ ପହଞ୍ଚତ୍ ରାତି ହେଲେ ବାର୍‌ହାଟିକୁ ଜଙ୍ଗଲକୁ ଘଉଡାଇବା ନିମନ୍ତେ ଜଗି ରହିଥିଲା। ମାତ୍ର ସ୍ଥାନୀୟ ଲୋକେ ତାକୁ ଘଉଡାଇବା ଆରମ୍ଭ କରିଥିଲେ ା ଫଳରେ ବାର୍‌ହାଟି ଜନବସତିରେ ଦୌଡି ବୁଲିଥିଲା ା ଏପରିକି ସିନେମା ହଲ୍‌ ରାସ୍ତାରେ ଥିବା ଏକ ଦୋକାନ ଭିତରକୁ ପଶି ଯାଇଥିବା ଦେଖିବାକୁ ମିଳିଥିଲା ା ପରେ ବାର୍‌ହାଟି ସ୍ଥାନୀୟ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପାର୍ଶ୍ୱ ରାସ୍ତା ଦେଇ ଏନଏସିର ୯ ନଂ. ୱାର୍ଡକୁ ଚାଲି ଯାଇଥିଲା ା ସେଠାରୁ ବନବିଭାଗ ବାରହାଟିକୁ ତେଲଦିହୁଡି ସ୍ଥିତ ହୁଡିସାହି ଜଙ୍ଗଲକୁ ଘଉଡାଇ ଦେଇଥିଲା। ବାର୍‌ହାଟି ଜନବସତିରେ ପଶିବା ପରେ ଏହାକୁ ନେଇ ଜନସାଧାରଣ ଆତଙ୍କିତ ହୋଇ ପଡ଼ିଥିଲେ। ତେବେ ବାର୍‌ହା ଦେହରେ ତୀର ଲାଗିଥିବା ବେଳେ ତାହାର ଚିକିସତ୍ା କିପରି ହେବ ନା ଜଙ୍ଗଲରେ ପଶିବା ପରେ ତା’ର ମୃତ୍ୟୁ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।