ଜନଜାତି ସାମଗ୍ରୀର ନୂଆ ଠିକଣା ‘ଆଦିଶା’

ମାଣ୍ଡିଆ ଚୂନାରୁ ଆରମ୍ଭ କରି ଶାଳଫୁଲ ଚାଉଳ ପର୍ଯ୍ୟନ୍ତ କଳା ତୁଳସୀ ପାଉଡରରୁ ପାଳୁଅ ଚୂନା ପର୍ଯ୍ୟନ୍ତ ଓଡ଼ିଶାର ଆଦିମ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସମସ୍ତ ଜଙ୍ଗଲୀ ଓ ପ୍ରାକୃତିକ ଦ୍ରବ୍ୟ ଏବେ ମିଳୁଛି ଗୋଟିଏ ସ୍ଥାନରେ। ତାହା ପୁଣି ନୂଆରୂପ ଓ ନୂଆବ୍ରାଣ୍ଡ୍‌ରେ। ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ଓଡ଼ିଶା ଆଦିବାସୀ ଉନ୍ନୟନ ସମବାୟ ନିଗମ ଲିମିଟେଡ୍‌(ଟିଡିସିସିଓଏଲ୍‌) ଦ୍ୱାରା ପ୍ରଥମଥର ପାଇଁ ଓଡ଼ିଶା ଜନଜାତି ସାମଗ୍ରୀକୁ ନେଇ ଏକ ସ୍ବତନ୍ତ୍ର ବ୍ରାଣ୍ଡ୍‌ ‘ଆଦିଶା’ ବଜାରକୁ ଆସିଛି।

ଢିଙ୍କିକୁଟା ଚାଉଳରୁ ମଲ୍ଟିଗ୍ରେନ୍‌ ଅଟା
ଟିଡିସିସିଓଏଲ୍‌ ତରଫରୁ ଏବେ ରାଜ୍ୟର ୬ଟି ଜିଲାରେ ୧୧ଟି ସ୍ବତନ୍ତ୍ର ଷ୍ଟୋର୍‌ ସହ ଭୁବନେଶ୍ୱର ରୂପାଲି ଛକସ୍ଥିତ ଟିଡିସିସିଓଏଲ୍‌ ପରିସରରେ ‘ଆଦିଶା’ର ଏକ ଅତ୍ୟାଧୁନିକ ଷ୍ଟୋର୍‌ ଖୋଲାଯାଇଛି। ଓଡ଼ିଶା ଜନଜାତିଙ୍କ ଦ୍ୱାରା ଉପତ୍ାଦିତ ତଥା ପ୍ରସ୍ତୁତ ଲଘୁ ବନଜାତ ଦ୍ରବ୍ୟ, କୃଷି ଉପତ୍ାଦିତ ଦ୍ରବ୍ୟ, ଜନଜାତି ହସ୍ତତନ୍ତ ହସ୍ତକଳା, ହସ୍ତଶିଳ୍ପ, ଅଳଙ୍କାର, ମସଲାଜାତ ଦ୍ରବ୍ୟ, ଚିତ୍ରକଳା ଓ ଖାଦ୍ୟ ସାମଗ୍ରୀକୁ ଆଦିଶା ବ୍ରାଣ୍ଡ୍‌ ମାଧ୍ୟମରେ ବିକ୍ରିବଟା କରାଯାଉଛି। ଆଦିଶାରେ ଉପଲବ୍ଧ ବିଭିନ୍ନ ଖାଦ୍ୟସାମଗ୍ରୀ ମଧ୍ୟରେ ରହିଛି କଳା ଓ ଧଳା ସୋରିଷ, ଅଁଳା, ନିମପତ୍ର ପାଉଡ଼ର, ପାଳୁଅ ଚୂନା ବା ଆରୋରୁଟ୍‌ ପାଉଡ଼ର୍‌, ମାଣ୍ଡିଆ ଚୂନା, ରିଠା, ସିକାକାଇ, ସୋୟାବିନ୍‌, ମଲ୍ଟିଗ୍ରେନ୍‌ ଅଟା, କଳାତୁଳସୀ ପାଉଡ଼ର୍‌, ଗୋଟାହଳଦୀ, ଶୁଖିଲା ଅଦା ବା ଡ୍ରାଏ ଜିଞ୍ଜର ପାଉଡ଼ର୍‌, ଗୁଡମାରୀ ପତ୍ର ପାଉଡ଼ର୍‌, ଢିଙ୍କିକୁଟା ଚାଉଳ, ବ୍ରାଉନ୍‌ ରାଇସ୍‌ ବା ଆଦିବାସୀ ଅଞ୍ଚଳରେ ଉପତ୍ାଦିତ ବିରଳ କଳାଧାନରୁ ପ୍ରସ୍ତୁତ ଚାଉଳ, ଗୋଲମରିଚ, ତେନ୍ତୁଳି, ପ୍ରସିଦ୍ଧ କାନ୍ଦୁଲଡାଲି ଆଦି ରହିଛି। ଏହାବ୍ୟତୀତ ଜଙ୍ଗଲୀ ମହୁ, ପିଙ୍ଗୁ ତେଲ, ଜାମୁକୋଳି ପାଉଡର୍‌, ବେଲପତ୍ର ପାଉଡର୍‌, ଲେମନ୍‌ଗ୍ରାସ୍‌ ଅଏଲ୍‌, ନିମତେଲ, କୁସୁମତେଲ, କରଞ୍ଜ ତେଲ, ପ୍ରାକୃତିକ ପଦ୍ଧତିରେ ପ୍ରସ୍ତୁତ ସୋରିଷ ତେଲ ଭଳି ଏକାଧିକ ଔଷଧୀୟ ତେଲ ଓ ସାମଗ୍ରୀ ଏଠାରେ ଉପଲବ୍ଧ ହେଉଛି। କେବଳ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ଶୁଦ୍ଧ ଖାଦ୍ୟସାମଗ୍ରୀ ନୁହେଁ, ବିଭିନ୍ନ ପ୍ରକାରର ଘରସଜ୍ଜା ତଥା ଜନଜାତି ହସ୍ତକଳା ସାମଗ୍ରୀ ଏଠାରୁ ମିଳୁଛି। ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଜନଜାତି ଅଳଙ୍କାରର ଡିମାଣ୍ଡ୍‌ ରହୁଥିବାବେଳେ ଖୁବ୍‌ ଶୀଘ୍ର ଆଦିଶା ଆଦିମ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତତନ୍ତ ମଧ୍ୟ ବିକ୍ରି ପାଇଁ ଉପଲବ୍ଧ କରିବ ବୋଲି କୁହାଯାଇଛି।
କୁକିଜ୍‌, ବ୍ରେଡ୍‌ର ଚାହିଦା
ଆଦିଶାରେ ଉପଲବ୍ଧ ବିଭିନ୍ନ ସାମଗ୍ରୀ ମଧ୍ୟରୁ ସବୁଠାରୁ ଅଧିକ ଡିମାଣ୍ଡ୍‌ରେ ରହୁଛି ମାଣ୍ଡିଆ କୁକିଜ୍‌ ଓ ବ୍ରେଡ୍‌ ଭଳି ରେଡିମେଡ୍‌ ଖାଦ୍ୟ ସାମଗ୍ରୀ। ସ୍ବାସ୍ଥ୍ୟ ସଚେତନ ଲୋକ ଧୀରେ ଧୀରେ ଅର୍ଗାନିକ୍‌ ଖାଦ୍ୟ ଆଡକୁ ଢଳୁଥିବା ବେଳେ ଏଭଳିସ୍ଥଳେ ପାରମ୍ପରିକ ଜନଜାତି ଖାଦ୍ୟ ଲୋକଙ୍କ ପାଇଁ ନୂଆ ଅପସନ୍‌ ଆଣିଦେଇଛି। କେବଳ ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ମଧ୍ୟ ଓଡ଼ିଶା ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ମାଣ୍ଡିଆ, ପାଳୁଅ, ଡାଲି ଆଦିର ଚାହିଦା ରହିଛି। ବର୍ତ୍ତମାନର ମାର୍କେଟ ଓ ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଟିଡିସିସିଓଏଲ୍‌ ପକ୍ଷରୁ ମାଣ୍ଡିଆରେ ପ୍ରସ୍ତୁତ ବ୍ରେଡ୍‌, ମାଣ୍ଡିଆ ବିସ୍କୁଟ୍‌, ମଲ୍ଟିଗ୍ରେନ୍‌ ବ୍ରେଡ୍‌, ମଲ୍ଟିଗ୍ରେନ୍‌ କୁକିଜ୍‌, ମାଣ୍ଡିଆ ଓ ଦେଶୀ ଘିଅରେ ପ୍ରସ୍ତୁତ କୁକିଜ୍‌, ମାଣ୍ଡିଆ କୁକିଜ୍‌, ରେଡିମେଡ୍‌ ଖେଚୁଡି ମିକ୍ସ ଭଳି ସ୍ବାସ୍ଥ୍ୟ ଉପୋଯୋଗୀ ରେଡିମେଡ୍‌ ଖାଦ୍ୟ ପ୍ରସ୍ତୁତ କରାଯାଇ ଆକର୍ଷଣୀୟ ପ୍ୟାକେଜିଂରେ ବିକ୍ରି କେରାଯାଉଛି।
ଆମାଜନ୍‌ରେ କୋରାପୁଟ କଫି
କେବଳ ଆଦିଶା ଷ୍ଟୋର୍‌ ନୁହେଁ, ଜନଜାତି ସାମଗ୍ରୀକୁ ବିଶ୍ୱ ବଜାରରେ ପହଞ୍ଚାଇବାକୁ ପ୍ରଥମଥର ପାଇଁ ଏହାକୁ ଇ-କମର୍ସ ପ୍ଲାଟଫର୍ମ ସହ ଯୋଡ଼ାଯାଇଛି। ଗ୍ଲୋବାଲ୍‌ ମାର୍କେଟ ସୁଯୋଗ ସୃଷ୍ଟି କରିବାକୁ ଆମାଜନ୍‌’ ସହ ଆଦିଶାର ନିଜସ୍ବ ୱେବ୍‌ସାଇଟ୍‌ www.adisha.in ରେ ସମସ୍ତ ସାମଗ୍ରୀ ଅନ୍‌ଲାଇନ୍‌ ବିକ୍ରି ପାଇଁ ଉପଲବ୍ଧ କରାଯାଇଛି। ତେବେ ଟିଡିସିସିଓଏଲ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆମାଜନ୍‌ରେ କୋରାପୁଟ କଫିର ସର୍ବାଧିକ ଡିମାଣ୍ଡ୍‌ ରହିଥିବା ବେଳେ ଦୈନିକ ଶତାଧିକ ଅର୍ଡର ମିଳୁଛି। କୋରାପୁଟ କଫିର ସ୍ବାଦ ଅନ୍ୟ ଅଞ୍ଚଳରେ ମିଳୁଥିବା କଫିର ସ୍ବାଦଠାରୁ ଭିନ୍ନ ଏବଂ ଏଥିରେ ଥିବା ଔଷଧୀୟ ଗୁଣ ଯୋଗୁୁ କୋରାପୁଟ କଫି ବିଶେଷ ଲୋକପ୍ରିୟତା ହାସଲ କରିଛି। ସ୍ବତନ୍ତ୍ର ବ୍ରାଣ୍ଡିଂ ସହ ବୈଜ୍ଞାନିକ ପଦ୍ଧତିରେ କରାଯାଇଥିବା ପ୍ୟାକେଜିଂ ଗ୍ରାହକଙ୍କୁ ଆକୃଷ୍ଟ କରୁଛି। ଏହାସହ ଭୁବନେଶ୍ୱରରେ ଥିବା ‘ଆଦିଶା’ ଷ୍ଟୋର୍‌ରେ କେବଳ କୋରାପୁଟ କଫିକୁ ନେଇ ଏକ ସ୍ବତନ୍ତ୍ର କାଫେଟେରିଆ ଖୋଲାଯାଉଛି। ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସବାଇ ଘାସ ଚେୟାରରେ ବସି ଲୋକ ଏଠାରେ କଫିର ମଜା ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri