ଜଟଣୀ ତହସିଲ ପକ୍ଷରୁ ଜବରଦଖଲ ଉଚ୍ଛେଦ: ପ୍ରଭାବଶାଳୀ ଲୋକଙ୍କ କବ୍‌ଜାରେ ସରକାରୀ ଜମି

ଜଟଣୀ,୧୦ା୮(ଡି.ଏନ.ଏ.): ଜଟଣୀ ତହସିଲ ପକ୍ଷରୁ ଶୁକ୍ରବାର ଜବରଦଖଲ ଉଚ୍ଛେଦ କରାଯାଇଛି। ଏହି ତହସିଲ ଅନ୍ତର୍ଗତ ଷଣ୍ଢପୁର ମୌଜାର ପ୍ଲଟ ନଂ. ୫୮୫ ଓ ୬୧୬ରେ ଥିବା ୩୦ ଏକର ଜମି ଉପରେ ଜବରଦଖଲ କରି ଅନେକେ ଘର ଓ ପାଚେରି ନିର୍ମାଣ କରିଛନ୍ତି। ବାରମ୍ବାର ଅଭିଯୋଗ ପରେ ତହସିଲ ପକ୍ଷରୁ ଜେସିବି ଦ୍ୱାରା କେତେକ ଅର୍ଦ୍ଧନିର୍ମିତ ଘର ଓ ପାଚେରି ଉଚ୍ଛେଦ କରାଯାଇଥିଲା। ତହସିଲଦାର ପ୍ରିୟାଂଶୁ ଚାନ୍ଦ, ଅତିରିକ୍ତ ତହସିଲଦାର ଦିଲୀପ କୁମାର ଷଡ଼ଙ୍ଗୀ, କର୍ମଚାରୀ ଓ ପୋଲିସ ଫୋର୍ସ ଉପସ୍ଥିତିରେ ଏହି ଉଚ୍ଛେଦ ହୋଇଥିଲା। ଜଟଣୀ ତହସିଲ ଅନ୍ତର୍ଗତ ଅନେକ ମୌଜାରେ ଶହ ଶହ ଏକର ସରକାରୀ ଜମି ଜବରଦଖଲ ହୋଇଛି। ଏହା ଉପରେ ବଡ଼ ବଡ଼ ଅଟ୍ଟାଳିକା ଠିଆ ହୋଇଛି। ଭୂମିହୀନ ଗରିବ ଲୋକଙ୍କ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନ ଥିବା ବେଳେ ଅନେକ ପ୍ରଭାବଶାଳୀ, ଆର୍ଥତ୍କ ସ୍ବଚ୍ଛଳ ବ୍ୟକ୍ତି ବିଶେଷ ଓ କେତେକ ନେତାଙ୍କ କବ୍‌ଜାରେ ଏହି ସରକାରୀ ଜମି ରହିଛି। ଏହି ସବୁ ଜମି ଉପରେ ୨ରୁ ୩ ମହଲା ଅଟ୍ଟାଳିକାମାନ ଛିଡା ହୋଇଛି। ଅନେକ ସମ୍ପତ୍ତିର ମାଲିକ ଉପରୋକ୍ତ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଏହି ସରକାରୀ ଜମି ଜବରଦଖଲ ହେବା ସହ ଏହାକୁ ବିକ୍ରୟ କରି ଲକ୍ଷାଧିକ ଟଙ୍କା ଲାଭବାନ୍‌ ହେଉଛନ୍ତି। ୧୦ ଟଙ୍କିଆ ଷ୍ଟାମ୍ପ ପେପରରେ ଏହି ସରକାରୀ ଜମିକୁ ଡିସିମିଲ ପିଛା ୧ ଲକ୍ଷରୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରୟ ଚାଲିଛି। ବିଶେଷକରି ଏହି ତହସିଲର କୁସୁମାଟି ଛଣଘର, ଗୋପୀନାଥପୁର ଓ ଷଣ୍ଢପୁର ମୌଜାରେ ଥିବା ଶହ ଶହ ଏକର ସରକାରୀ ଜମି ଜବରଦଖଲ କରାଯାଇଛି। ଅନେକ ପ୍ରଭାବଶାଳୀ ଲୋକ ଏହି ସରକାରୀ ଜମି ଜବରଦଖଲ କରିବା ସହ ଘର ନିର୍ମାଣ କରି ସରକାରଙ୍କ ଜମି ମିଶନ ଯୋଜନାରେ ପଟ୍ଟା ହାସଲ ପାଇଁ ଉଦ୍ୟମ କରୁଛନ୍ତି। କେତେକ ଏଥିରେ ସଫଳ ହୋଇଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି। ଜମି ମିଶନ ଯୋଜନାରେ ପ୍ରକୃତ ହିତାଧିକାରୀ ଚିହ୍ନଟ ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀ ଏହାକୁ ଠିକ୍‌ ଅନୁଧ୍ୟାନ କରୁ ନ ଥିବା ଅଭିଯୋଗ ହୋଇଛି। ଏଣୁ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ସହ ଜବରଦଖଲ ଉଚ୍ଛେଦକୁ ଜୋରଦାର କରିବାକୁ ଦାବି ହେଉଛି। ଷଣ୍ଢପୁର ଗ୍ରାମର ମା’ କାଳିକା ୟୁଥ୍‌ କ୍ଲବର ସଦସ୍ୟ ରୋଶନ କୁମାର ଦାସ, ସୁଶାନ୍ତ କୁମାର ଦାସ, ଲକ୍ଷ୍ମୀକାନ୍ତ ରାଉତ କୁହନ୍ତି ତାଙ୍କ ଗ୍ରାମ ମୌଜାରେ ବହୁ ପରିମାଣରେ ଜବରଦଖଲ ହୋଇଛି। ତହସିଲ ପକ୍ଷରୁ ଶୁକ୍ରବାର ଅଳ୍ପ ଅର୍ଦ୍ଧନିର୍ମିତ ଘର ଓ ପାଚେରି ଉଚ୍ଛେଦ କରାଯାଇଛି। ଏହିପରି ଅନେକ ଜବରଦଖଲ ରହିଛି। ଏଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବାକୁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri