ଜଜାଙ୍ଗ ରଶ୍ମିରଞ୍ଜନ ହତ୍ୟା ମାମଲା : ମାଷ୍ଟର ମାଇଣ୍ଡଙ୍କୁ ମୁମ୍ବାଇରେ ଖୋଜୁଛି ପୋଲିସ

ଜଗତ୍‌ସିଂହପୁର ଅଫିସ,୪ା୧୧: ତିର୍ତ୍ତୋଲ ଥାନା ଅଧୀନ ବେଗୁଡିଆ ଜଜାଙ୍ଗ ଗ୍ରାମର ଦୀପା ଓରଫ ରଶ୍ମିରଞ୍ଜନ ସ୍ବାଇଁ ହତ୍ୟା ମାମଲାର ମାଷ୍ଟର ମାଇଣ୍ଡଙ୍କୁ ମୁମ୍ବାଇରେ ଖୋଜୁଛି ପୋଲିସ। ସମ୍ପୃକ୍ତ ଅଭିଯୁକ୍ତ ଚଞ୍ଚକତାପୂର୍ବକ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବାରୁ ପୋଲିସକୁ ଗିରଫ କରିବାରେ ବିଳମ୍ବ ହେଉଛି। ତଥାପି ଶୀଘ୍ର ଅଭିଯୁକ୍ତ କବ୍‌ଜାକୁ ଆସିବେ ବୋଲି ତିର୍ତ୍ତୋଲ ଆଇଆଇସି କୃଷ୍ଣପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି। ଜଗତ୍‌ସିଂହପୁର ଏସ୍‌ପିଙ୍କ ନିର୍ଦ୍ଦେଶରେ ୫ ଜଣିଆ ଦଳ ମୁମ୍ବାଇ ଯାଇ ତାଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି। ତାଙ୍କ ଠିକଣା, ମୋବାଇଲ ନମ୍ବର ଆଦି ପୋଲିସକୁ ଜଣାଥିବାରୁ ବିଶେଷ ଅସୁବିଧା ହେବନାହିଁ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ଗତ ମାସ ୨୨ ତାରିଖରେ ରଶ୍ମିରଞ୍ଜନଙ୍କୁ ବାଲିକୁଦା ଥାନା ମୁଳୁଗାଁର ଜଗା ଓରଫ ଜଗନ୍ନାଥ ଦାସ ଓ ଏହି ଥାନା ସରଣା ଗାଁର ରାଜା ଓରଫ ରାକେଶ ରଞ୍ଜନ ମୁଦୁଲି ମିଶି କଟରା ପଞ୍ଚାୟତ ପୋଖରୀ ନିକଟରେ ହତ୍ୟା କରିଥିଲେ। ପରେ ମୃତଦେହକୁ ପୋଖରୀରେ ଫିଙ୍ଗି ଦେଇଥିବା ପୋଲିସ ତଦନ୍ତରୁ ଜଣାଯାଇଥିଲା। ତଦନ୍ତକୁ ଆଧାର କରି ତିର୍ତ୍ତୋଲ ପୋଲିସ ଅଭିଯୁକ୍ତଦ୍ୱୟଙ୍କୁ ଧରିବା ପରେ ହତ୍ୟାକାଣ୍ଡର ରହସ୍ୟ ପଦାକୁ ଆସିଥିଲା। ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ହେଉଛନ୍ତି ଜଜାଙ୍ଗ ଗ୍ରାମର ଜଣେ ମହିଳାଙ୍କ ସ୍ବାମୀ ଯିଏକି ମୁମ୍ବାଇର ଏକ କମ୍ପାନୀରେ ଶ୍ରମିକ ସୁପରଭାଇଜର ଭାବେ କାମ କରନ୍ତି। ସମ୍ପୃକ୍ତ ମହିଳାଙ୍କୁ ରଶ୍ମିରଞ୍ଜନ ବଳ ପୂର୍ବକ ଯୌନ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରି ବିଫଳ ହେବାରୁ କ୍ରୋଧାନ୍ବିତ ହୋଇ ପଡିଥିଲେ। ଏପରି କି ମହିଳାଙ୍କ ଛୋଟ ସନ୍ତାନ ଓ ସ୍ବାମୀଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ପରିସ୍ଥିତି ଜଟିଳ ହେବାରୁ ମହିଳା ତାଙ୍କ ସ୍ବାମୀଙ୍କୁ ଫୋନ୍‌ରେ ସୂଚନା ଦେଲା ପରେ ପରିସ୍ଥିତି ଭିନ୍ନ ମୋଡ ନେଇଥିଲା। ମହିଳାଙ୍କ ସ୍ବାମୀ କୌଣସି ପରିସ୍ଥିତିରେ ରଶ୍ମିରଞ୍ଜନଙ୍କୁ ହତ୍ୟା କରିବାକୁ ଚାହିଁଥିଲେ। ସୌଭାଗ୍ୟ ଚାକିରି ଅନୁସନ୍ଧାନରେ ମୁମ୍ବାଇ ଯାଇଥିବା ମାଷ୍ଟରମାଇଣ୍ଡର ସମ୍ପର୍କୀୟ ଭାଇ ଜଗା ଦେଖା ହୋଇ ଯାଇଥିଲେ। ପରେ ରଶ୍ମିରଞ୍ଜନଙ୍କୁ ହତ୍ୟା ପାଇଁ ସୁପାରିକିଲର ଠିକ କରିଦେବାକୁ ମହିଳାଙ୍କ ସ୍ବାମୀ କହିବାରୁ ଆର୍ଥିକ ଦୃଷ୍ଟିରୁ ଗରିବ ଥିବା ଜଗା ଏହି କାମ ପାଇଁ ରାଜି ହୋଇ ଯାଇଥିଲେ। ୩ ଲକ୍ଷ ଟଙ୍କା ଡିଲ୍‌ ହୋଇଥିଲା। ପ୍ରଥମେ ୨୦ ହଜାର ଜଗା ନେଇଥିଲେ। ମୁମ୍ବାଇରୁ ଗାଁକୁ ଗଲା ବେଳେ ୫୦ ହଜାର ଟଙ୍କା ନେଇଥିଲେ। ରଶ୍ମିରଞ୍ଜନଙ୍କ ଜଣେ ବନ୍ଧୁ ହେଉଛନ୍ତି ରାଜା। ତେଣୁ ରାଜାଙ୍କ ସହାୟତାରେ ରଶ୍ମିରଞ୍ଜନଙ୍କୁ ହତ୍ୟା ପାଇଁ ଜଗା ଷଡଯନ୍ତ୍ର ରଚିଥିଲେ। ରାଜା ମଧ୍ୟ ଏଥିରେ ରାଜି ହୋଇ ଯାଇଥିଲେ। ଯୋଜନା ମୁତାବକ ସେମାନେ କଟରା ପଞ୍ଚାୟତ ପୋଖରୀ ପାର୍ଶ୍ୱରେ ମଦ୍ୟପାନ କରିଥିଲେ। ପରେ ଜଗା ଏକ ହଁସୁଆ କଟୁରୀରେ ରଶ୍ମିରଞ୍ଜନଙ୍କୁ ହାଣି ପୋଖରୀରେ ପକାଇ ଦେଇଥିଲେ। ହତ୍ୟାକାଣ୍ଡ ପରେ ମାଷ୍ଟରମାଇଣ୍ଡ ଆଉ ୫୦ ହଜାର ଟଙ୍କା ଦେଇଥିଲେ। ଜଗା ଏହା ଭିତରେ ୧,୨୦,୦୦୦ ଟଙ୍କା ନେଇଥିବା ବେଳେ ଅବଶିଷ୍ଟ ୧,୮୦,୦୦୦ ଟଙ୍କା ପାଇବାର ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରୋହିଗାଁ’ରୁ ବନ୍ଧାହେଲେ ୨୦ ଜୁଆଡି: ୫ ଲକ୍ଷ ୪୪ ହଜାର ଟଙ୍କା ସହ…

ବ୍ରହ୍ମପୁର, ୪/୬(ସୁବାସ ଚନ୍ଦ୍ର ପାଢ଼ୀ): ସଦର ଥାନା ପୋଲିସ ବୁଧବାର ବିଳମ୍ବିତ ରାତିରେ ରୋହିଗାଁରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡାରେ ଚଢାଉ କରିଥିଲା। ସେଠାରୁ…

ବଳଭଦ୍ର ଜୈବିକ ଚାଷ ମିଶନ ପାଇଁ ଦାରିଙ୍ଗବାଡି ମନୋନୀତ:ଚାଷ ପାଇଁ ଅଣ୍ଟା ଭିଡ଼ିଲେ ଚାଷୀ

ଦାରିଙ୍ଗବାଡି, ୪।୬ (ଅରୁଣ ସାହୁ): କାଳବୈଶାଖୀ ବର୍ଷା ଚାଷୀଙ୍କ ପାଇଁ ଆଣିଛି ଖୁସିର ମୂହୁର୍ତ୍ତ। ପ୍ରଚଣ୍ଡ ଖରାରେ ଚାଷ ଜମି ଫାଟି ଆଁ କରିଥିବାବେଳେ ଏବେ ବର୍ଷା…

କାଠଯୋଡି ନଦୀରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର: ବ୍ୟାଗ-ଚପଲ ରଖି…

କଟକ,୪।୬(ପ୍ରଭୁକଲ୍ୟାଣ ପାଲ୍‌): କାଠଯୋଡି ନଦୀରୁ ପୁଣି ଏକ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। କଟକ ତ୍ରିଶୁଳିଆ ପୋଲ ତଳେ ଭାସୁଛି ମହିଳାଙ୍କ ମୃତଦେହ। ଉଦ୍ଧାର କଲା ଅଗ୍ନିଶମ…

ଅକାମୀ ହୋଇପଡ଼ିଛି ବିଦ୍ୟୁତ ଟ୍ରାନ୍ସଫର୍ମର: ୧୫ ଦିନ ହେଲା ଅନ୍ଧାରରେ ଗ୍ରାମବାସୀ

ଆର. ଉଦୟଗିରି,୪।୬(ମନୋଜ କୁମାର ପାଢୀ):ଅକାମୀ ହୋଇଛି ବିଦ୍ୟୁତ ଟ୍ରାନ୍ସଫର୍ମର। ୧୫ ଦିନ ହେଲା ଅନ୍ଧାରରେ ଗ୍ରାମବାସୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗଜପତି ଜିଲା…

ବାଦ୍ୟଯନ୍ତ୍ର ନିର୍ମାଣରେ ସିଦ୍ଧହସ୍ତ ରତ୍ନାକର: ପ୍ରୋତ୍ସାହନ ଅଭାବରୁ ବିତୁଛି ଅବହେଳିତ ଜୀବନ

ପଦ୍ମପୁର,୪।୬(ପ୍ରଦୀପ୍ତ ଦାଶ):ପଶ୍ଚିମ ଓଡ଼ିଶାର ଲୋକକଳାର ବିଭିଧତା ଓ ବିଭବତାକୁ ନେଇ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଭିନ୍ନ ଏକ ପରିଚୟ ସୃଷ୍ଟି କରିଛି। ଦ୍ୱିତୀୟତଃ ଲୋକକଳା ଅଛି…

ମିଲର୍ସଙ୍କ ମର୍ଜିରେ ଚାଲିଛି ଧାନକିଣା: ଗର୍ଜିଲେ ଚାଷୀ

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ସପ୍ତାହକ ପରେ ଏହି ପ୍ରକ୍ରିୟାକୁ ମାସେ ବିତିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନ ସଂଗ୍ରହ…

ମମି ଶରୀରରେ ବଢୁଛନ୍ତି ଅଣୁଜୀବ: ୫,୩୦୦ ବର୍ଷ ପରେ ବି ଜୀବିତ

ବୋଲଜାନୋ (ଇଟାଲୀ),୪ା୬:ପ୍ରାୟ ୫,୩୦୦ ବର୍ଷ ପୂର୍ବେ ଇଟାଲୀର ଆଲ୍ପସ ପର୍ବତମାଳାରେ ଜଣେ ଶିକାରୀଙ୍କୁ ତୀର ମାରି ହତ୍ୟା କରାଯାଇଥିଲା। ବର୍ଷ ବର୍ଷ ଧରି ବରଫ ତଳେ ପୋତିହୋଇ…

ହସ୍ପିଟାଲ ICUରେ ଭୟଙ୍କର ଅଗ୍ନିକାଣ୍ଡ: ୧୦ ରୋଗୀ ଜୀବନ୍ତ ଦଗ୍ଧ

ପାଟନା,୪।୬: ଦିଲ୍ଲୀର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡର ମାତ୍ର ଗୋଟିଏ ଦିନ ପରେ, ବିହାରର ମୁଜାଫରପୁରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିବା ରିପୋର୍ଟ ଆସିଛି। ଗୁରୁବାର ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri