ଜଙ୍ଗଲରେ କାମ କରୁଥିବା ବେଳେ ଶ୍ରମିକଙ୍କୁ ଆକ୍ରମଣ କଲା ହାତୀ

ନିରାକାରପୁର, ୨୪।୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନ ବିଭାଗ ଅଧୀନରେ ଥିବା ମଳିପ କାଜୁ ଜଙ୍ଗଲରେ ହାତୀ ଆକ୍ରାମଣରେ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ସେ ହେଲେ ମଳିପଡ଼ା ଗ୍ରାମର ଜଗବନ୍ଧୁ ସାହୁ। ଜଗବନ୍ଧୁ ଜଙ୍ଗଲରେ କାମ କରୁଥିବା ବେଳେ ଏକ ଜଙ୍ଗଲି ହାତୀ ତାଙ୍କୁ ଶୁଣ୍ଢରେ ଟେକି ଫୋପାଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ମଳିପଡ଼ା ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଖୋର୍ଦ୍ଧା ସରକାରୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।