Posted inଜାତୀୟ

ଜଗନ ମୋହନଙ୍କୁ ମାନସିକ ରୋଗୀ ବୋଲି କହିଲେ ଚନ୍ଦ୍ରାବାବୁ

ହାଇଦ୍ରାବାଦ,୧୨।୧୦: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ପୁଣିଥରେ ଓ୍ବାଇଏସ୍‌ଆର୍‌ କଂଗ୍ରେସର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଟାର୍ଗେଟ କରିଛନ୍ତି। ଚନ୍ଦ୍ରାବାବୁ କହିଛନ୍ତି ଓ୍ବାଇଏସ୍‌ଆର୍‌ସିପି ସରକାର ଜନ ବିରୋଧୀ ନୀତି ଲାଗୁ କରୁଛି। ଏହାସହ ସରକାର ବିରୋଧୀଙ୍କ ଉପରେ ଅନାବଶ୍ୟକ ଓ ଅବୈଧ ମାମଲା ଲଗାଉଛି। ତେଣୁ ଜଗନ ମୋହନ ଜଣେ ମାନସିକ ରୋଗୀ ଭଳିକାମ କରୁଛନ୍ତି। ବିଶାଖାପାଟନମରେ ଟିଡିପିର ସ୍ଥିତି ସମୀକ୍ଷା କରିବାକୁ ପହଞ୍ଚିିବା ବେଳେ ଚନ୍ଦ୍ରାବାବୁ କହିଛନ୍ତି, ଏହା ପୂର୍ବରୁ ସେ ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ଦେଖିଛନ୍ତି ହେଲେ ଜଗନ ମୋହନଙ୍କ ଭଳି ମୁଖ୍ୟମନ୍ତ୍ରୀ ଦେଖି ନାହାଁନ୍ତି। ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନରେ ଜଗନ ମୋହନ ରେଡ୍ଡୀଙ୍କ ଦଳ ମୋଟ ୧୭୧ ଆସନରୁ ୧୫୧ ଆସନରେ ବିଜୟଲାଭ କରି ସରକାର ଗଠନ କରିଥିଲେ। ହେଲେ ଚନ୍ଦ୍ରାବାବୁ ନାଇଡୁଙ୍କୁ ମାତ୍ର ୨୩ଟି ଆସନରେ ବିଜୟ ମିଳିଥିଲା। ୨୦୦୯ରେ ଜଗନ ମୋହନ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିବା ବେଳେ ଖୁବ୍‌ କମ୍‌ ସମୟ ମଧ୍ୟରେ ଏତେ ସଫଳତା ହୁଏତ ବିରୋଧୀଙ୍କର ହଜମ ହେଉନାହିଁ ବୋଲି ରାଜନୀତି ମହଲରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri