ଜଗତ୍‌ସିଂହପୁର ଜିଲା ପ୍ରାଥମିକ ବିଦ୍ୟାଳୟ କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି

ଜଗତ୍‌ସିଂହପୁର ଅଫିସ, ୭ା୧: କେନ୍ଦ୍ର ଓ ରାଜ୍ୟ ସରକାର ବିଦ୍ୟାଳୟସ୍ତରରେ କ୍ରୀଡ଼ାର ବିକାଶ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଏହି ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ପାଇଁ କ୍ରୀଡ଼ା ଅନୁଦାନ ଯୋଗାଯାଇଛି। ଏହି ଅନୁଦାନରେ ବିଦ୍ୟାଳୟଗୁଡିକ ବିଭିନ୍ନ ପ୍ରକାର କ୍ରୀଡା ସାମଗ୍ରୀ କ୍ରୟ କରିବାକୁ ନିର୍ଦ୍ଦେଶ ରହିଛି। କେନ୍ଦ୍ର ସରକାର ଅନୁଦାନ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥରିଟି (ଓସେପା) ପ୍ରତି ଜିଲାକୁ ଅନୁଦାନ ଯୋଗାଇ ଦେଇଛି। ଏହି ଅନୁଯାୟୀ ଜଗତ୍‌ସିଂହପୁର ଜିଲାର ୧,୨୫୩ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ୭୫,୭୫,୦୦୦ ଟଙ୍କା ଅନୁଦାନ ଆସିଛି। କିନ୍ତୁ ଏଥିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ସରକାରୀ ନିର୍ଦ୍ଦେଶ ମୁତାବକ ପ୍ରାଥମିକ ବିଦ୍ୟାଳୟ ପିଛା ୫ ହଜାର ଓ ଉଚ୍ଚ ପ୍ରାଥମିକ ପିଛା ୧୦ ହଜାର ଟଙ୍କା ଦିଆଯାଇଛି।
ସର୍ବଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରତି ବିଦ୍ୟାଳୟ ଆକାଉଣ୍ଟକୁ ଅନୁଦାନ ରାଶି ଯୋଗାଇ ଦିଆଯାଇଛି। ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ଖେଳ ସାମଗ୍ରୀ କିଣିବା ପାଇଁ ଚିଠି କରାଯାଇଛି। ବିଦ୍ୟାଳୟଗୁଡିକ ହ୍ୟାଣ୍ଡବଲ୍‌, ଲୁଡୁ ପାଲି, ଚେସ୍‌, ସଟ୍‌ଫୁଟ୍‌, ବ୍ୟାଡମଣ୍ଟନ, ଭଲି ବଲ, ଜାଭଲିନ୍‌, ହାଣ୍ଡବଲ୍‌, କ୍ରିକେଟ୍‌ ସେଟ୍‌, କ୍ୟାରମ୍‌ ବୋର୍ଡ ଆଦି ମଧ୍ୟରୁ ସେମାନଙ୍କ ପସନ୍ଦର ସାମଗ୍ରୀ କ୍ରୟ କରିପାରିବେ। କିନ୍ତୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦିଷ୍ଟ ସପ୍ଲାୟରଙ୍କଠାରୁ ଏସବୁ ସାମଗ୍ରୀ କିଣିବା ପାଇଁ ପ୍ରବର୍ତ୍ତାଯାଇଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ କେତେଜଣ ଶିକ୍ଷକ ସେମାନଙ୍କ ନାମ ଗୋପନ ରଖି କହିଛନ୍ତି, ସିଆର୍‌ସିସିମାନଙ୍କ ଜରିଆରେ ନିର୍ଦ୍ଦିଷ୍ଟ ଦୋକାନରୁ ସାମଗ୍ରୀ କିଣିବା ପାଇଁ କୁହାଯାଇଥିଲା। ଯଦି କେହି ନିଜ ପସନ୍ଦର ଦୋକାନରୁ କିଣନ୍ତି ତେବେ ଆଗକୁ ଅଡିଟ୍‌ କିମ୍ବା ଅନ୍ୟ କିଛି ଅସୁବିଧା ହେଲେ ସେତେବେଳେ ସହଯୋଗ ମିଳିବ ନାହିଁ ବୋଲି ପରୋକ୍ଷ ଚେତାବନୀ ଦିଆଯାଇଥିଲା। ଏହି ଭୟରେ ଅଧିକାଂଶ ବିଦ୍ୟାଳୟ ସିଆର୍‌ସିସିମାନଙ୍କ କଥାରେ ରାଜି ହୋଇ ଯାଇଥିଲେ। ବିଦ୍ୟାଳୟଗୁଡିକ କିଣିଥିବା ବିଲ୍‌ ଅନୁଧ୍ୟାନ କରାଗଲେ ବାସ୍ତବ ଚିତ୍ର ପଦାକୁ ଆସିବ ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷରେ ଜିଲାରେ ଥିବା ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକ ମଧ୍ୟରୁ ପାଖାପାଖି ୭୦ ଭାଗରେ ଖେଳ ପଡିଆ ନାହିଁ। ଏପରି କି କାଗଜପତ୍ରରେ କେତେକ ବିଦ୍ୟାଳୟର ଖେଳ ପଡିଆ ଦର୍ଶାଯାଉଥିଲେ ସୁଦ୍ଧା ବାସ୍ତବ କ୍ଷେତ୍ରରେ ତାହା ନାହିଁ। ଏପରି କି ଜିଲା ମୁଖ୍ୟାଳୟରେ ଥିବା ଏକାଧିକ ବିଦ୍ୟାଳୟରେ ଖେଳ ପଡିଆ ନ ଥିବାରୁ ଛାତ୍ରୀଛାତ୍ର ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ସୁଯୋଗରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଗୁଣାବତ୍ତା ନ ପରଖି ଯେନତେନ ପ୍ରକାରେଣ ଅର୍ଥାତ୍‌ ଶସ୍ତାରେ ଖେଳ ସାମଗ୍ରୀ କିଣୁଥିବା କୁହାଯାଉଛି। କାରଣ ଏହି ସାମଗ୍ରୀ ବ୍ୟବହାର ହେବାର ସମ୍ଭାବନା କମ ଥିବାରୁ ବିଦ୍ୟାଳୟ, ସିଆର୍‌ସିସି ଓ ଡିପିସି ସପ୍ଲାୟର୍ସଙ୍କ ସହ ସଲାସୁତୁରାରେ ଅଧିକ ଟଙ୍କାର ବିଲ୍‌ କରି ବେସ୍‌ କିଛି ଅର୍ଥ ହାତେଇବାକୁ ସକ୍ଷମ ହୋଇଥିବା ଅଭିଯୋଗ ହୋଇଛି। ତବେ ଏ ଦିଗରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି। ଏସମ୍ପର୍କରେ ସର୍ବଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ ସଂଯୋଜକ ସପନ କୁମାର ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି, ବିଦ୍ୟାଳୟଗୁଡିକ ସେମାନଙ୍କ ପସନ୍ଦର ଦୋକାନରୁ ସାମଗ୍ରୀ କିଣିବାକୁ ଚିଠି କରାଯାଇଥିଲା। ଏଥିରେ କୌଣସି ଦୁର୍ନୀତି ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri