ଜଗତ୍‌ସିଂହପୁର ଜିଲା ପରିଷଦର ୫ମ ସାଧାରଣ ବୈଠକ: ଭୁଲ ଜଙ୍ଗଲ ଜମି ରିପୋର୍ଟକୁ ନେଇ ଉଦ୍‌ବେଗ

ଜଗତ୍‌ସିଂହପୁର ଅଫିସ,୨୯ା୮: ଜଗତ୍‌ସିଂହପୁର ଜିଲା ପରିଷଦର ୫ମ ସାଧାରଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଛି। ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣରେ ବିଳମ୍ବକୁ ନେଇ କିଛି ସମୟ ଆଲୋଚନା ଚାଲିଥିଲା। ଏତିକିବେଳେ ଜଙ୍ଗଲ ଜମି ଯୋଗାଣରେ ଦେଖା ଦେଇଥିବା ସମସ୍ୟା ସମ୍ପର୍କରେ ଅନେକ ତଥ୍ୟ ପଦାକୁ ଆସିଥିଲା। ବିଶେଷକରି ଜଙ୍ଗଲ ଜମି ସଂକ୍ରାନ୍ତରେ ଜିଲାରୁ ସରକାରଙ୍କ ନିକଟକୁ ଯାଇଥିବା ରିପୋର୍ଟ ଠିକ ନ ଥିବାରୁ ଅନେକ ସମସ୍ୟା ଉପୁଜିଛି। ଅଙ୍ଗନୱାଡି କେନ୍ଦ୍ର ସମେତ ଅନେକ କିଛି ସରକାରୀ ଯୋଜନା କାର୍ଯ୍ୟକାରୀ କରାଯିବାରେ ବାଧା ଉପୁଜିଛି। ସାଧାରଣ ଭାବେ ଲୋକେ ଜାଣନ୍ତି ଯେ, ଆଦିବାସୀଙ୍କୁ ଜଙ୍ଗଲ ଜମି ମିଳେ। ବାସ୍ତବରେ ଯେଉଁମାନେ ୩ ପୁରୁଷ ଧରି ଜଙ୍ଗଲ ଉପରେ ନିର୍ଭରଶୀଳ ଅର୍ଥାତ୍‌ ଏହାକୁ ଆଧାର କରି ଜୀବନଜୀବିକା ନିର୍ବାହ କରନ୍ତି ସେମାନଙ୍କୁ ଏହି ଜମି ମିଳିପାରେ ବୋଲି ଅନେକ ଜାଣନ୍ତି ନାହିଁ। ଜିଲାରୁ ଯାଇଥିବା ରିପୋର୍ଟରେ ଏ ସମ୍ପର୍କରେ ସୂଚନା ଦିଆଯାଇ ନ ଥିବାରୁ ଏରସମା ସମେତ ଜିଲାର କେତେକ ଅଞ୍ଚଳରେ ଲୋକଙ୍କୁ ଜଙ୍ଗଲ ଜମି ମିଳିପାରୁନାହିଁ। ସେମାନଙ୍କ ମଧ୍ୟରୁ ଜପାର ୮୭୦ ପରିବାର ବଞ୍ଚତ୍ତ ହୋଇଛନ୍ତି। ଏହାର ପ୍ରତିକାର ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି। ସେ ଏକଥା ମଧ୍ୟ କହିଛନ୍ତି, ଜିଲାର ୬,୦୦୦ ଏସ୍‌ଏଚ୍‌ଜି (ସ୍ବୟଂ ସହାୟକ ଗୋଷ୍ଠୀ)ଙ୍କୁ ମଞ୍ଜି କିଣା ବାବଦରେ ସରକାର ଟଙ୍କା ଦେଇଛନ୍ତି। ଜିଲାର ୧,୨୦,୦୦୦ ଏସ୍‌ଏଚ୍‌ଜି ସଭ୍ୟ ରହିଛନ୍ତି। ସେମାନଙ୍କୁ ଚଳିତବର୍ଷ ନଡ଼ିଆ, ଆମ୍ବ ଓ କଦଳୀ ଚାଷ ପାଇଁ ପ୍ରୋତ୍ସାହିତ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ଜିଲାର ବିଭିନ୍ନ ବିଭାଗ ସମ୍ପର୍କରେ ତଥ୍ୟ ଜାଣିବା ପାଇଁ ଡିଆର୍‌ଡିଏ ୱେବ୍‌ ପୋର୍ଟାଲ ଖୋଲାଯିବ। ଏହାଦ୍ୱାରା ବିଭାଗୀୟ କାର୍ଯ୍ୟ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ।
ବୈଠକରେ ମୃତ୍ତିକା ସଂରକ୍ଷଣ ବିଭାଗର ନିସ୍କ୍ରିୟତା ଉପରେ ଅସନ୍ତୋଷ ପ୍ରକାଶ ପାଇଥିଲା। କର୍ମଚାରୀ ଅଭାବ ଯୋଗୁ କାମ ଆଗେଇ ପାରୁ ନ ଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ। ଏହାପରେ ଜିଲାରେ ନିର୍ମାଣାଧୀନ ୧୫୧ ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟରୁ ୧୩୬ଟି ଶେଷ ହୋଇଥିବା ସୂଚନା ଦିଆଯାଇଥିଲା। କିନ୍ତୁ ଏହି ତଥ୍ୟ ଭୁଲ ଥିବା ନେଇ ଜିଲାପାଳ ସନ୍ଦେହ ପ୍ରକାଶ କରିଥିଲେ। କେତେକ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କାମ ଜମି ସମସ୍ୟା ଯୋଗୁ ଆଗେଇ ପାରୁ ନ ଥିବା ଅନେକ କହିଥିଲେ। ଯେଉଁଠି ଯେଉଁ ବିଭାଗ ପ୍ରତିବନ୍ଧକ ସାଜିଛି ସେ କ୍ଷେତ୍ରରେ ବିଭାଗ ସହ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ନିଷ୍ପତ୍ତି ହୋଇଥିଲା। କୃଷି କ୍ଷେତ୍ରରେ କୀଟନାଶକ ସମସ୍ୟା ସୃଷ୍ଟି କରୁଛି। ତେଣୁ ସରକାର ସେଫ୍‌ ୟୁଜ୍‌ ଅଫ ପେଷ୍ଟିସାଇଡ୍ସ ଯୋଜନା ଆରମ୍ଭ କରିଛନ୍ତି। ବ୍ଲକରେ ୨ ବର୍ଷ ହେବ ଆତ୍ମା କମିଟି ଗଠନ ହୋଇନି। ନିକଟରେ ଗୋଟିଏ ବ୍ଲକରେ ଏହା ହୋଇଥିବା ବେଳେ ଅବଶିଷ୍ଟ ୭ଟିରେ ତୁରନ୍ତ କରାଯିବାକୁ ଦାବି ହୋଇଥିଲା। ତେବେ ଚଳିତ ମାସ ଶେଷ ସୁଦ୍ଧା ଏହି କମିଟି ଗଠନ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ବାତ୍ୟା ଫନୀ ଯୋଗୁ ଜିଲାରେ ମୁଗ ଚାଷ ଉଜୁଡିଥିଲା। ଏହି କ୍ଷୟକ୍ଷତି ପାଇବା ପାଇଁ ଆବେଦନ ଚାଲିଛି। ଏ କ୍ଷେତ୍ରରେ ଭିଏଡବ୍ଲ୍ୟୁ ଓ ଆର୍‌ଆଇଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ସେମାନଙ୍କ ଦେଖା ମିଳୁନି। ଦଲାଲ ୨୦୦ରୁ ୫୦୦ ଟଙ୍କା ସଂଗ୍ରହ କରି ଫର୍ମ ବିକ୍ରି କରି ଚାଲିଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଜଳସମ୍ପଦ ବିଭାଗ କାର୍ଯ୍ୟ ସନ୍ତୋଷଜନକ ନ ଥିବା ନେଇ ମଧ୍ୟ ଦୁଃଖପ୍ରକାଶ କରାଯାଇଥିଲା। ଏମ୍‌ପାୱାର କମିଟି ବୈଠକ ଡକାଯାଉ ନ ଥିବାରୁ ଅନେକ ସମସ୍ୟା ହେଉଛି। ଏହି ବୈଠକ ଯଥାଶୀଘ୍ର ଡକାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଗଡ଼ ହରିଶପୁର ନିକଟରେ ସମୁଦ୍ର ବେଳାଭୂମି କାମ କାହିଁକି ଅଟକିଛି ବୋଲି ପ୍ରଶ୍ନ ଉଠିଥିଲା। ପରିବେଶ ଉପରେ ଆଞ୍ଚ ଆସିବା ସମ୍ଭାବନାକୁ ଦୃଷ୍ଟିରେ ରଖି ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ) ଅଙ୍କୁଶ ଲଗାଇଥିବା କୁହାଯାଇଥିଲା। ନଗରି ସ୍ଲୁଇସ୍‌ ଗେଟ୍‌, ମରାମତି ପାଇଁ ଦାବି ହୋଇଥିଲା। ଦଳେଇ ଘାଇ ନିକଟରେ ମୁଖ୍ୟ କେନାଲ ଲାଇନିଂ ହେବ ବୋଲି କୁହାଯାଇଥିଲା। ହଂସୁଆ ଜଳ ନିସ୍କାସନ ହୋଇପାରୁ ନ ଥିବାରୁ ଅନେକ ସମସ୍ୟା ହେଉଛି। ଜଟାଧାରୀ ମୁହାଣ ଓ ନଗରୀ ଶଯ୍ୟା ସଫା କରାଯିବ। ଜିଲାରେ ୫୯ ଡାକ୍ତର ଓ ୮୩ ପାରାମେଡିକାଲ କର୍ମଚାରୀ ପଦବୀ ଖାଲି ଥିବାରୁ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ଥିବା କୁହାଯାଇଥିଲା। ବିଭିନ୍ନ ବ୍ଲକରେ ହେଉଥିବା ଜଳମଗ୍ନ ଅଞ୍ଚଳର ଡ୍ରେନେଜ୍‌ ସମସ୍ୟାର ପ୍ରକଳ୍ପ ଚିହ୍ନଟ ବେଳେ ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ସାମିଲ କରିବାକୁ ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା। ଜିଲା ପରିଷଦ ସଭାପତି ପ୍ରିୟଦର୍ଶିନୀ ବିଶ୍ୱାଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାଶ, ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସ, ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଜିଲା ପରିଷଦ ସଭ୍ୟାସଭ୍ୟ, ବିଭିନ୍ନ ବ୍ଲକ ଅଧ୍ୟକ୍ଷା, ଅଧ୍ୟକ୍ଷ, ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri