ଜଗତ୍‌ସିଂହପୁର ଜିଲା ଚିଠି: ସରିଯାଉଛି ଟୋକନ ଅବଧି, ସମସ୍ୟାରେ ପଡୁଛି ଚାଷୀ

ଓଡ଼ିଶାରେ ଚଳିତବର୍ଷ ପ୍ରଥମ ଥର ପାଇଁ ଟୋକନ୍‌ ମାଧ୍ୟମରେ ମଣ୍ଡିରୁ ଧାନ ଉଠୁଛି। ଏହାର ପ୍ରଭାବ ଜଗତ୍‌ସିଂହପୁର ଜିଲାର ଚାଷୀଙ୍କ ଉପରେ ବି ପଡିଛି। ଟୋକନ ବ୍ୟବସ୍ଥା ଜିଲାର ଅଧିକାଂଶ ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। କାରଣ ଟୋକନ୍‌ ପାଇଥିବା ଚାଷୀ ୭ଦିନ ଭିତରେ ମଣ୍ଡିରେ ଧାନ ବିକ୍ରି କରି ନ ପାରିଲେ ଏହା ବାତିଲ ହୋଇଯିବ। ଅର୍ଥାତ୍‌ ନୂଆ ଟୋକନ୍‌ ପାଇବା ପର୍ଯ୍ୟନ୍ତ ଧାନ ବିକ୍ରି କରିପାରିବେ ନାହିଁ। ଦୁଃଖର କଥା ହେଲା, ଜିଲାର ଅନେକ ସ୍ଥାନରେ ମିଲରମାନେ ଚାଷୀଙ୍କ ଉପରେ ଭାରି ପଡିଛନ୍ତି। ସେମାନେ ବିଭିନ୍ନ  ଆଳ ଦେଖାଇ ମଣ୍ଡିରୁ ଧାନ ନ ଉଠାଇବାରୁ ଟୋକନ ଅବଧି ସରିଯାଉଛି। ଏହାପରେ ଯଥାଶୀଘ୍ର ଟୋକନ ନବୀକରଣ ହେବା କଥା। କିନ୍ତୁ ନବୀକରଣରେ ଯଥେଷ୍ଟ ବିଳମ୍ବ ଯୋଗୁ ଚାଷୀ ସମସ୍ୟାରେ ପଡୁଛି। ଏପରି କି ଅନେକ ଚାଷୀ ମାସାଧିକ କାଳ ହେବ ନୂଆ ଟୋକନ ପାଇବା ପାଇଁ ଅପେକ୍ଷା କରି ନିରାଶ ହେଉଛନ୍ତି। ବାରି, ଦାଣ୍ଡରେ ଅସୁରକ୍ଷିତ ଭାବେ ଧାନ ବସ୍ତା ଗଦା କରି ରଖିଥିବାରୁ ଚାଷୀମାନେ କ’ଣ କରିବେ କିଛି ନିଷ୍ପତ୍ତି ନେଇପାରୁନାହାନ୍ତି। ଏଣେ କାଳବୈଶାଖୀ ଦାଉ ସାଧୁଛି। ଏହି କିଛି ଦିନ ଭିତରେ ବର୍ଷା, ପବନର ତାଣ୍ଡବ ଚାଷୀଙ୍କ ପାଇଁ ବିପଦ ଆଣିଦେଇଛି। ଚାଷୀ କୌଣସି ମତେ ଏହାକୁ ଘୋଡ଼ାଇ ରଖିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଅନେକ ସ୍ଥାନରେ ଧାନ ଓଦା ହୋଇଯାଇଥିବାରୁ ଚାଷୀମାନେ ବେପାରୀଙ୍କୁ କମ୍‌ ଦରରେ ବିକ୍ରି କରିଦେବାକୁ ମନସ୍ଥ କରିଛନ୍ତି। ଟୋକନ ନବୀକରଣରେ ବିଳମ୍ବ ଯୋଗୁ ଚାଷୀ ବାହାରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି। ନିକଟରେ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ନିମନ୍ତେ ଅନୁଷ୍ଠିତ ୨ୟ ଜିଲାସ୍ତରୀୟ କମିଟି ବୈଠକରେ ଏନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏଥିରେ ଟୋକନ ଅବଧି ୭ଦିନ ପରିବର୍ତ୍ତେ ୧ ମାସ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏ ସମ୍ପର୍କରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଥିଲେ, ବାସ୍ତବରେ ଟୋକନ ଅବଧି ବଢିଗଲେ ଆଉ ବାତିଲ ହେବ ନାହିଁ। ସରକାର ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଦେଲେ ତାହା କାର୍ଯ୍ୟକାରୀ କରାଯିବ। ଏପରି କି ଜଳସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତ୍‌ସିଂହପୁର ଏମ୍‌ପି ରାଜଶ୍ରୀ ମଲ୍ଲିକ, ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ମଧ୍ୟ ଟୋକନ ସମସ୍ୟାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଜିଲାରେ ୧୦୫ଟି ସମିତିି ମାଧ୍ୟମରେ ଧାନ ସଂଗ୍ରହ ଚାଲିଛି। ଏହି ଧାନ ଉଠାଇବା ଦାୟିତ୍ୱରେ ଜିଲାର ୨ଟି ଓ ଅନ୍ୟ ଜିଲାର ୨୯ଟି ମିଲର ରାଜ୍ୟ ଯୋଗାଣ ନିଗମ ଦ୍ୱାରା ନିଯୁକ୍ତ ହୋଇଛନ୍ତି। କିନ୍ତୁ ସେମାନଙ୍କ ମନମାନି ଯୋଗୁ ଅନେକ ସ୍ଥାନରୁ ଧାନ ଉଠିବାରେ ବିଳମ୍ବ ହେଉଛି। ଟୋକନ ବାତିଲ ଯୋଗୁ ଜିଲାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହେଉଛି। ଏହାର ପ୍ରତିକାର ପାଇଁ ପଦକ୍ଷେପ ନିଆଯିବା ଜରୁରୀ ବୋଲି ମତପ୍ରକାଶ ପାଇଛି।

– ପ୍ରମୋଦ କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri