ଜଗତସିଂହପୁରରେ ଭାରତ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ

ଜଗତସିଂହପୁର ଅଫିସ୍‌, ୮।୧: ଜଗତସିଂହପୁରରେ ଭାରତ ବନ୍ଦ ଡାକରା ସଫଳ ହୋଇଛି। ବୁଧବାର ସକାଳୁ ଜିଲାର ଦୋକାନ ବଜାର ବନ୍ଦ ରହିଛି। କଂଗ୍ରେସ ଏବଂ ମିଳିତ ଟ୍ରେଡ୍‌ ୟୁନିୟନ୍‌ ପକ୍ଷରୁ ସ୍ଥାନୀୟ ଏସକେ ଏକାଡେମୀ ପଡିଆରୁ ଏକ ଶୋଭାଯାତ୍ରା ବାହାରି ମୁନସିପାଲଟି ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜିଲାରେ ଭାରତ ବନ୍ଦ ଶାନ୍ତିପୂର୍ଣ୍ଣ ରହିଛି।