ଛେରାପହଁରା କଲେ ଗଜପତି ମହାରାଜାଙ୍କ ପ୍ରତିନିଧି ମୁଦିରଥ

ପୁରୀ ଅଫିସ, ୫।୬: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ବିଜେ କରିଛନ୍ତି ମହାପ୍ରଭୁ। ସ୍ନାନବେଦୀରେ ବିଜେ କରିବା ପରେ ନୀତିକାନ୍ତି ଆରମ୍ଭ ହୋଇଛି। ବେଦୀରେ ମହାପ୍ରଭୁଙ୍କ ଜଳଲାଗି ପରେ ନିର୍ଦ୍ଧାରିତ ସମୟରେ ଗଜପତି ମହାରାଜାଙ୍କ ପ୍ରତିନିଧି ମୁଦିରଥ ଛେରାପହଁରା କରିଛନ୍ତି। ଏହା ପରେ ମହାପ୍ରଭୁଙ୍କ ହାତୀବେଶ ଅନୁଷ୍ଠିତ ହେବ। ଏଥିଲାଗି ସ୍ନାନମଣ୍ଡପରେ ପ୍ରସ୍ତୁତି ଚାଲିଛି। ହାତୀବେଶ ପରେ ଅନ୍ୟାନ୍ୟ ନୀତି ହୋଇ ଅପରାହ୍ନ ୫ଟାରୁୁ ମହାପ୍ରଭୁଙ୍କୁ ବାହାଡ଼ା ପହଣ୍ଡି ଲାଗି ସମୟ ନିର୍ଷଣ୍ଟ ହୋଇଛି।