Categories: ରାଜ୍ୟ

ଛେଣ୍ଡିପଦା ଅଞ୍ଚଳରେ ଘନ କୁହୁଡି

ଛେଣ୍ଡିପଦା,୧୮।୫(ଡି.ଏନ୍‌.ଏ): ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅଞ୍ଚଳ ସମେତ ଜରପଡା ଥାନା ଅଞ୍ଚଳରେ ଶନିବାର ସକାଳେ ଘନ କୁହୁଡି ହୋଇଥିବା ଦେଖିବାକୁ ମିଳିଛି। ପ୍ରାୟ ୩ରୁ ୪ ଘଣ୍ଟା ଧରି ଆକାଶରେ ଘନ କୁହୁଡି ଲାଗି ରହିଥିଲା। ଘନ କୁହୁଡି ଯୋଗୁ ରାସ୍ତାରେ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା। ସେହିପରି ପବିତ୍ର ବୈଶାଖ ମାସ ପୂର୍ଣ୍ଣିମା ତିଥିରେ ଅର୍ଥାତ ବାର୍ଷିକ ଚନ୍ଦନ ଯାତ୍ରା ଅବସରରେ କୁହୁଡି ହୋଇଥିବା ଯୋଗୁ ପାଣିପାଗ ପରିବର୍ତ୍ତନ ହେବା ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଆଲୋଚନା ହେଉଛି। ଅପରପକ୍ଷରେ ସକାଳ ୮ଟା ପରେ ସହରରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇଛି।