ଛୁଟି ପାଇଁ ମିଛ

ନୂଆଦିଲ୍ଲୀ: କାର୍ଯ୍ୟକ୍ଷେତ୍ରରେ ଛୁଟି ପାଇଁ ଅନେକେ କରିଥାନ୍ତି ବାହାନା। ଏହା ଭାରତ ଭଳି ଦେଶରେ ସାଧାରଣ କଥା। ହେଲେ ଏକଥା ଜାଣି ଆଶ୍ଚର୍ଯ୍ୟ ହେବେ ବିଶ୍ୱର ଅନ୍ୟତମ ବିକାଶିତ ରାଷ୍ଟ୍ର ବ୍ରିଟେନ ମଧ୍ୟ ଏଥିରୁ ବାଦ୍‌ ପଡ଼ିନି। ଏଠାକାର କର୍ମଚାରୀମାନେ ମାଲିକ (ବସ୍‌)ଙ୍କୁ ମିଛ କହି ଛୁଟି ନେଇଥାନ୍ତି। ସବୁଠାରୁ ବଡ଼ କଥା ଅଧିକାଂଶଙ୍କ ଛୁଟିର କାରଣ ସ୍ବାସ୍ଥ୍ୟଗତ। ହାରାହାରି ୫ଜଣ କର୍ମଚାରୀଙ୍କ ଭିତରୁ ୨ଜଣ ଏପରି କରିଥାନ୍ତି। ଏକ ପ୍ରତିଷ୍ଠିତ ଖବର ସରବରାହ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରୁ ଏପରି ତଥ୍ୟ ପଦାକୁ ଆସିଛି।
କାର୍ଯ୍ୟକ୍ଷେତ୍ରରେ ନୈତିକତାକୁ ନେଇ କରାଯାଇଥିବା ସର୍ଭେରେ ଅଧିକାଂଶ କର୍ମଚାରୀ ସ୍ପଷ୍ଟ ମତ ରଖିଥିଲେ। ଛୁଟି ପାଇଁ ମିଛରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇବା, ଅଫିସରୁ ଚୋରି କରିବା, ଅନ୍ୟ ଲୋକର କାମ ପାଇଁ ନିଜେ ଶ୍ରେୟ ନେଉଥିବା ସେମାନେ ଦର୍ଶାଇଥିଲେ। ବ୍ରିଟେନର ଅଫିସ ଫର୍‌ ନ୍ୟାଶନାଲ ଷ୍ଟାଟିଷ୍ଟିକ୍ସର ତଥ୍ୟ ଅନୁଯାୟୀ, ଜଣେ କର୍ମଚାରୀ ବର୍ଷକୁ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ହାରାହାରି ୪ଦିନ ଛୁଟି ନେଇଥାନ୍ତି। ୨୦୧୮ରେ କର୍ମଚାରୀମାନେ ଅଫିସ ନ ଆସିବାର ପ୍ରମୁଖ କାରଣ ସର୍ଦ୍ଦି, ଥଣ୍ଡା, ପିଠି ପୀଡ଼ା ଏବଂ ମାନସିକ ଅସୁସ୍ଥତା ବୋଲି ଦରଖାସ୍ତରେ ଉଲ୍ଲେଖ କରିଥିଲେ।
ସର୍ଭେରୁ ଆହୁରି ମଧ୍ୟ ଜଣାପଡ଼ିଛି, ସିନିୟରଙ୍କ ତୁଳନାରେ ଜୁନିୟର କର୍ମଚାରୀମାନେ ଅଧିକ ମିଛ କହିଥାନ୍ତି। ଏ କ୍ଷେତ୍ରରେ କନିଷ୍ଠମାନେ ସେମାନଙ୍କ ସହଯୋଗୀଙ୍କୁ ସର୍ବଦା ସହାୟତା କରିବାକୁ ପ୍ରସ୍ତୁତ ରହିଥାନ୍ତି। ମହିଳାଙ୍କ ତୁଳନାରେ ପୁରୁଷଙ୍କ ନିକଟରେ ଅନ୍ୟ ଜଣଙ୍କ କାମର ଶ୍ରେୟ ନେବା ପ୍ରବୃତ୍ତି ଦୁଇଗୁଣ। ସେହିପରି ୬୬% କର୍ମଚାରୀ ସେମାନଙ୍କ ସହକର୍ମୀ ଅସୁସ୍ଥ ନ ଥାଇ ଛୁଟିରେ ରହିଥିବା ଜାଣିଥିବା ସତ୍ତ୍ୱେ ଏହି ସୂଚନା ଲୁଚାଇଥାନ୍ତି। ସର୍ଭେରେ ସାମିଲ ହୋଇଥିବା ଏକ ତୃତୀୟାଂଶ ସଦସ୍ୟ କହିଥିଲେ, ସେମାନେ ଅଫିସରୁ ଷ୍ଟାପଲର, ନୋଟବୁକ୍‌ ଭଳି ଛୋଟ ଛୋଟ ଜିନିଷ ଚୋରି କରିଛନ୍ତି। କାର୍ଯ୍ୟାଳୟରେ ଯୌନ ଉତ୍ପୀଡ଼ନ ମାମଲାରେ ୩୪ବର୍ଷରୁ କମ୍‌ ବୟସର କର୍ମଚାରୀ ବୟସ୍କଙ୍କ ତୁଳନାରେ ଅଧିକ ପ୍ରତିକ୍ରିୟାଶୀଳ ହୋଇଥାନ୍ତି। ଯୌନ ଟିପ୍ପଣୀ ମାମଲାରେ ୭୦% ଯୁବ କର୍ମଚାରୀ ପୀଡ଼ିତାଙ୍କ ସହ ଛିଡ଼ା ହୋଇଥାନ୍ତି, ଯେଉଁଠି ୫୫ବର୍ଷରୁ ଊର୍ଦ୍ଧ୍ୱ ବୟସର କର୍ମଚାରୀମାନେ ଏପରି ଘଟଣାରୁ ନିଜକୁ ଦୂରେଇ ରଖିବାକୁ ପସନ୍ଦ କରିଥାନ୍ତି ଅଥବା ସହଯୋଗ ପାଇଁ ପଛଘୁଞ୍ଚା ଦେଇଥାନ୍ତି। ୧୬ବର୍ଷରୁ ଊର୍ଦ୍ଧ୍ୱ ୩୬୫୫ ଜଣ ବୟସ୍କ ଲୋକଙ୍କୁ ନେଇ ଏହି ସର୍ଭେ ରିପୋର୍ଟ ପ୍ରସ୍ତୁତ କରାଯାଇଛି।
ଏ ନେଇ ବ୍ୟବସାୟିକ ମନୋବିଜ୍ଞାନୀ ହେଲ୍‌ ଲୁଇସ୍‌ କୁହନ୍ତି, କାମରୁ ଫୁରସତ ପାଇଁ କର୍ମଚାରୀମାନେ ଛୁଟି ପାଇଁ ବେମାର ରହିବା ବାହାନା କରିଥାନ୍ତି। ମାଲିକଙ୍କ ଭଲ ଦୃଷ୍ଟିରେ ରହିବାକୁ ସେମାନେ ପ୍ରାଣପଣେ ଚେଷ୍ଟା କରିଥାନ୍ତି। ଏଥିପାଇଁ ଆବଶ୍ୟକ ପଡ଼ିଲେ ବସ୍‌ଙ୍କ ଖାଇବା ଟେବୁଲ ଆଖପାଖରେ ଉପସ୍ଥିତି ଜାହିର କରି ତାଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri