ଛିଡା ହୋଇଥିବା ଚିପ୍ସ ବୋଝେଇ ହାଇୱାକୁ ପଛରୁ ଧକ୍କା ଦେଲା ଟ୍ରକ୍‌: ଟ୍ରକ୍‌ ହେଲ୍ପର ମୃତ, ଡ୍ରାଇଭର ଗୁରୁତର

ରେଙ୍ଗାଲି, ୨୬।୪ (ଡି.ଏନ.ଏ.)- ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅନ୍ତର୍ଗତ ରମ୍ପେଲା ଗ୍ରାମ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଚିପ୍ସ ବୋଝେଇ ହାଇୱା (ଓଡି ୨୩ ବି- ୯୮୯୨)କୁ ଗୋଠିଏ ଟ୍ରକ୍‌ (ଓଡି ୧୭ ଏନ- ୯୦୧୧) ଧକ୍କା ଦେଇଛି। ଫଳରେ ଟ୍ରକର ହେଲ୍ପର ଅଜିତ କୁମାର ସିଂ (୩୫)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଏହାର ଡ୍ରାଇଭର ଅଭୟ କୁମାର (୩୦) ଗୁରୁତର ଆହତ ହୋଇଛନ୍ତି। ପୋଲିସ ସୂଚନା ଆଧାରରେ ଚିପ୍ସ ବୋଝେଇ ହାଇୱା ଛିଡା ହୋଇଥିଲା । ଏହି ସମୟରେ ଝାରସୁଗୁଡାରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଟ୍ରକ୍‌ ହାଇୱାର ପଛ ପଟେ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଟ୍ରକର ହେଲ୍ପରଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ରେଙ୍ଗାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଥିଲା। ଗ୍ୟାସ କଟରରେ ଟ୍ରକ୍‌ ଡ୍ରାଇଭର ଅଭୟଙ୍କୁ ଉଦ୍ଧାର କରି ବୁର୍ଲା ଭିମସାର ପଠାଯାଇଥିଲା। ଅଜିତଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ମଧ୍ୟ ବୁର୍ଲା ପଠାଯାଇଥିଲା। ତେବେ ଉଭୟ ଅଜିତ ଏବଂ ଅଭୟଙ୍କ ଘର ବିହାର ଔରଙ୍ଗାବାଦ ବୋଲି ଜଣାପଡଛି । ରେଙ୍ଗାଲି ପୋଲିସ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।