ଛାମୁ ଦେଇଛନ୍ତି ହରଷେ…

ତୁଷାରକାନ୍ତ ଶତପଥୀ

ହାସ୍ୟକବି ଯଦୁମଣି ମହାପାତ୍ର ନୟାଗଡ଼ ରାଜାଙ୍କୁ ଖଣ୍ଡେ ଜମି ମାଗିଥିଲେ। ବର୍ଷେ ପରେ ତାଙ୍କୁ ଚାକୁଣ୍ଡାଗଛ ଉଠୁଥିବା ଅତି ନିକୃଷ୍ଟ ଜମିରୁ ଖରାପ ଜମିଖଣ୍ଡେ ଦିଆଯାଇଥିଲା। ତା’ ପରେ ରାଜା ‘କ’ଣ ଯଦୁମଣି ଖୁସି ତ’ ବୋଲି ପଚାରନ୍ତେ ଯଦୁମଣି କହିଥିଲେ ”ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ, ଏମନ୍ତ ଭୂଇଁ, ଚାକୁଣ୍ଡା ବୁଣିଲେ ଉଠଇ ନାହିଁ।“ ରାଜତନ୍ତ୍ରରେ ସେ ରାଜାଙ୍କ ଆଗରେ ଏପରି କହିବାର ସାହସ କରିଥିଲେ, ଯାହା ଗଣତନ୍ତ୍ରରେ ଆମେ କଲେ ସଙ୍ଗେ ସଙ୍ଗେ ”ଦେଶଦ୍ରୋହ ଅପରାଧରେ ଦଣ୍ଡ ପ୍ରଦାନ“କୁ ନିମନ୍ତ୍ରଣ କରେ।
ଆମ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ”କରୋନା ମୁକାବିଲା କରିବା ପାଇଁ ଜିଲାପାଳଙ୍କୁ କ୍ଷମତା ଅର୍ପଣ କରିଛନ୍ତି। ବିଜୁବାବୁ ଅବିଭକ୍ତ କୋରାପୁଟ ଜିଲାର ସୁମନୀ ଝୋଡିଆଙ୍କ ଆପତ୍ତି କ୍ରମେ ମହିଳାମାନଙ୍କୁ ”ନିଶା ନିବାରଣ ପାଇଁ ପୋଲିସ କ୍ଷମତା ଦେଇଥିବା“କୁ ଟପିଯାଇ ସେ ”ସରପଞ୍ଚମାନଙ୍କୁ କରୋନା ମୁକାବିଲା ପାଇଁ ଜିଲାପାଳ କ୍ଷମତା“ ଦେଇଛନ୍ତିି। ଏହ ଅବସରରେ ”୭୩ ତମ ସମ୍ବିଧାନ ସଂଶୋଧନ ଜରିଆରେ ପଞ୍ଚାୟତିରାଜ ସଂସ୍ଥାଗୁଡିକୁ ଦିଆଯାଇଥିବା କ୍ଷମତା“ ଉପରେ କିଛି ତଥ୍ୟ ମନେପଡିଗଲା। ଅଳ୍ପ ଖୋଜାଖୋଜିରେ ତାହା ଟିପାଖାତାରୁ ମିଳିଗଲା, ଯାହାର ବର୍ଣ୍ଣନା ଏଠାରେ ଉପସ୍ଥାପନ କରୁଛି। ବହୁ ପରୀକ୍ଷାନିରୀକ୍ଷା ପରେ ୧୯୯୨ ମସିହାରେ ପଞ୍ଚାୟତିରାଜ ବ୍ୟବସ୍ଥା ପାଇଁ ୭୩ତମ ଓ ସହରାଞ୍ଚଳ ସ୍ବାୟତ୍ତ ଶାସନ ପାଇଁ ୭୪ତମ ସମ୍ବିଧାନ ସଂଶୋଧନ ବିଲ୍‌ ସଂସଦରେ ଗୃହୀତ ହୋଇଥିଲା। ୧୯୯୩ରେ ଉଭୟ ବିଲ୍‌ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇ ଆଇନରେ ପରିଣତ ହେଲା।
ସମ୍ବିଧାନର ନବମ ଭାଗର ୨୪୩ (ଛ)ଧାରାର ଏକାଦଶ ଅନୁସୂଚୀରେ ମୋଟ ୨୯ଟି ବିଷୟରେ ଗ୍ରାମପଞ୍ଚାୟତ ସଂସ୍ଥାଗୁଡ଼ିକୁ କାମ କରିବାକୁ କ୍ଷମତା ଦିଆଗଲା।
ସେଗୁଡିକ ହେଲା -କୃଷି ଓ କୃଷିଭିତ୍ତିକ ସମ୍ପ୍ରସାରଣ, ଭୂ-ଉନ୍ନୟନ, ଭୂ-ସଂସ୍କାର, ଚକବନ୍ଦୀ ଓ ମୃତ୍ତିକା ସଂରକ୍ଷଣ, କ୍ଷୁଦ୍ର ଜଳସେଚନ, ଜଳ ପରିଚାଳନା ଓ ଜଳଛାୟା ଉନ୍ନୟନ, ପଶୁପାଳନ, ଦୁଗ୍ଧ ଉତ୍ପାଦନ ଓ କୁକୁଡାପାଳନ, ମାଛ ଚାଷ, ସାମାଜିକ ଓ କୃଷିକ୍ଷେତ୍ର ବନୀକରଣ, କ୍ଷୁଦ୍ର ଜଙ୍ଗଲଜାତ ଦ୍ରବ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସହ କ୍ଷୁଦ୍ରଶିଳ୍ପ, ଖଦି, ଗ୍ରାମ୍ୟ ଓ କୁଟୀରଶିଳ୍ପ, ଗ୍ରାମ୍ୟ ବାସଗୃହ, ପାନୀୟଜଳ,ଜାଳେଣି ଓ ପଶୁଖାଦ୍ୟ, ରାସ୍ତା, ନାଳ, ପୋଲ, ଘାଟ, ଜଳପଥ ଓ ଗମନାଗମନର ଅନ୍ୟାନ୍ୟ ଉପାୟ, ଗ୍ରାମ୍ୟ ବିଦ୍ୟୁତୀକରଣ ସହ ବିଦ୍ୟୁତଶକ୍ତି ବଣ୍ଟନ, ଅଣପାରମ୍ପରିକ ଶକ୍ତି ଉତ୍ସ, ଦାରିଦ୍ର୍ୟ ଦୂରୀକରଣ ଯୋଜନା, ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷା, ବୈଷୟିକ ପ୍ରଶିକ୍ଷଣ ଓ ବୃତ୍ତିଗତ ଶିକ୍ଷା, ପ୍ରୌଢ଼ ଓ ଅଣାନୁଷ୍ଠାନିକ ଶିକ୍ଷା, ପାଠାଗାର, ସାଂସ୍କୃତିକ କାର୍ଯ୍ୟକ୍ରମ, ବଜାର ଓ ମେଳା, ଚିକିତ୍ସାଳୟ, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଡାକ୍ତରଖାନା ସମେତ ସ୍ବାସ୍ଥ୍ୟ ଓ ପରିଚ୍ଛନ୍ନତା କାର୍ଯ୍ୟକ୍ରମ, ପରିବାର କଲ୍ୟାଣ, ମହିଳା ଓ ଶିଶୁ କଲ୍ୟାଣ, ଭିନ୍ନକ୍ଷମ ଓ ମାନସିକ ଦୁର୍ବଳମାନଙ୍କ କଲ୍ୟାଣ ସମେତ ସମାଜ ମଙ୍ଗଳ, ଦୁର୍ବଳ ଶ୍ରେଣୀ ବିଶେଷକରି ତଫସିଲଭୁକ୍ତ ଜାତି ଓ ଜନଜାତି କଲ୍ୟାଣ, ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା ଓ ଗୋଷ୍ଠୀ ସମ୍ପତ୍ତିର ରକ୍ଷଣାବେକ୍ଷଣ।
ସେହିପରି ସମ୍ବିଧାନର ନବମ ଭାଗରେ ୨୪୩ (ବି) ଧାରାର ଦ୍ୱାଦଶ ଅନୁସୂଚୀରେ ମୋଟ ୧୮ଟି ବିଷୟରେ ସହରାଞ୍ଚଳ ସ୍ବାୟତ୍ତ ଶାସନ ସଂସ୍ଥାଗୁଡ଼ିକୁ କାର୍ଯ୍ୟ କରିବା ପାଇଁ କ୍ଷମତା ଦିଆଗଲା। ଯଥା:- ସହରାଞ୍ଚଳ ଯୋଜନା ସମେତ ପୌର ଯୋଜନା, ଭୂମି ଉପଯୋଗ ଓ କୋଠା ନିର୍ମାଣର ନିୟନ୍ତ୍ରଣ, ଅର୍ଥନୈତିକ ଓ ସାମାଜିକ ବିକାଶ ଯୋଜନା, ରାସ୍ତା ଓ ପୋଲ, ଘରୋଇ ଶିଳ୍ପ ଓ ବାଣିଜ୍ୟ ଉଦ୍ଦେଶ୍ୟରେ ଜଳଯୋଗାଣ, ଜନସ୍ବାସ୍ଥ୍ୟ, ପରିଚ୍ଛନ୍ନତା ଓ ବର୍ଜ୍ୟବସ୍ତୁ ପରିଚାଳନା, ଅଗ୍ନି ସୁରକ୍ଷା ସେବା, ପୌରଜଙ୍ଗଲ, ପରିବେଶ ସୁରକ୍ଷା ଓ ପ୍ରୋତ୍ସାହନ, ଭିନ୍ନକ୍ଷମ ଓ ମାନସିକ ଅନଗ୍ରସରଙ୍କ ସମେତ ସମାଜର ଦୁର୍ବଳଶ୍ରେଣୀ ଲୋକଙ୍କ ସୁରକ୍ଷା, ବସ୍ତି ଉନ୍ନୟନ, ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ, ପାର୍କ, ଉଦ୍ୟାନ ଓ ଖେଳପଡିଆ ଭଳି ପୌରାଞ୍ଚଳ ସୁବିଧା ଯୋଗାଣ, ସାଂସ୍କୃତିକ, ଶିକ୍ଷାଗତ ଓ ନୈସର୍ଗିକ ଦିଗରେ ପ୍ରୋତ୍ସାହନ, ଶବସତ୍କାର ପାଇଁ ଶ୍ମଶାନ, କବରଖାନା ଓ ବୈଦ୍ୟୁତିକ ଶ୍ମଶାନ ପ୍ରତିଷ୍ଠା, ପଶୁ ନିଷ୍ଠୁରତା ନିବାରଣ, ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସମେତ ଗୁରୁତ୍ୱପୂଣ୍ଣର୍ର୍ ପରିସଂଖ୍ୟାନ, ରାସ୍ତାରେ ଆଲୋକ, ଗାଡ଼ି/ବସ ରଖିବା ସ୍ଥାନ ଭଳି ସର୍ବସାଧାରଣ ସୁବିଧା ପ୍ରଦାନ ଓ କଂସେଇଖାନା ଏବଂ ଚମଡାଶିଳ୍ପ ନିୟନ୍ତ୍ରଣ।
କିନ୍ତୁ ବାସ୍ତବ କ୍ଷେତ୍ରରେ ପଞ୍ଚାୟତିରାଜ କି ସହରାଞ୍ଚଳର ସ୍ବାୟତ୍ତ ଶାସନ ଅନୁଷ୍ଠାନଗୁଡ଼ିକ ସେହି କ୍ଷମତାସବୁକୁ ଜନତାଙ୍କ ସ୍ବାର୍ଥରେ ଉପଯୋଗ କରିବାକୁ ଅଧିକାରପ୍ରାପ୍ତ କି, ଯେହେତୁ ଉପରମୁଣ୍ଡିଆମାନେ ନିଜ କ୍ଷମତା ଛାଡ଼ିିବାକୁ ନାରାଜ?
କ୍ଷମତା ମିଳିଲେ ବି ସେମାନେ ଯେ ନିଃସ୍ବାର୍ଥପର ଭାବେ ଗାନ୍ଧୀ କହିଥିବା ”ଯୋଜନାଟିଏ କଲାବେଳେ ସମାଜର ସବୁଠାରୁ ତଳେ ଥିବା ଲୋକଟିର ଏହାଦ୍ବାରା କି ଲାଭ ହେବ, ତାହାକୁ ନଜରରେ ରଖି ଯୋଜନା କରିବ“ ଆଜିର ଦିନରେ ପାଳନ କରିବେ, ତାହା ସମ୍ଭବ କି?
tusar1950kanta@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri