ଛାତ୍ର କଂଗ୍ରେସ କଲା ଟୁଇଟ୍‌

ଅନୁଗୋଳ ଅଫିସ, ୧।୫ – ଲକ୍‌ଡାଉନ କଟକଣା ଉଲ୍ଲଂଘନ କରି ଡିସ୍‌ ସଫେଇ ବାହାନାରେ ଅନୁଗୋଳ କଳାକେନ୍ଦ୍ରରେ ବୁଧବାର ପୌରପାଳିକାର କେତେଜଣ କର୍ମଚାରୀ ଭୋଜିର ଆୟୋଜନ କରିବା ଘଟଣାର ତଦନ୍ତ ଆରମ୍ଭ କରିଛି ପୌରପରିଷଦ। ଗୁରୁବାର ଏ ନେଇ ‘ଧରିତ୍ରୀ’ରେ ପ୍ରକାଶିତ ଖବରକୁ ଅନୁଗୋଳ ଜିଲା ଛାତ୍ର କଂଗ୍ରେସ ନେତା ଲୁଲୁ ପାଣିଗ୍ରାହୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ଟୁଇଟ୍‌ କରାଯିବା ପରେ ଭୋଜି କରୁଥିବା କର୍ମଚାରୀ ଏବଂ ଉପସ୍ଥିତ ନେତା, ଠିକାଦାରଙ୍କ ମଧ୍ୟ ଛନକା ପଶିଛି। ଅନ୍ୟପକ୍ଷରେ ଅନୁଗୋଳ ପୌରପାଳିକା ପକ୍ଷରୁ ଘଟଣାର ତଦନ୍ତ କରାଯାଉଥିବା ସୂଚନା ମିଳିଛି। ପୌର ପ୍ରଶାସକ ତଥା ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ମଧ୍ୟ ଘଟଣାକୁ ଗୁରୁତ୍ୱର ସହ ନେଇ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି।