ଛାତ୍ରୀଛାତ୍ରଙ୍କ ପାଖରେ ପାଠ୍ୟ ପୁସ୍ତକ ପହଞ୍ଚାଇଲେ ଶିକ୍ଷୟିତ୍ରୀ

ଭଟଲି,୧୭।୪(ଡି.ଏନ.ଏ): ଲକ୍‌ଡାଉନ୍‌ କଟକଣା ଯୋଗୁ ଛାତ୍ରୀଛାତ୍ରଙ୍କ ପାଖରେ ସେମାନଙ୍କ ପାଠ୍ୟ ପୁସ୍ତକ ପଠାଇବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଏହି କ୍ରମରେ ଶୁକ୍ରବାର ବରଗଡ଼ ଜିଲା ଭଟଲିର ଶାନ୍ତି ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପାର୍ବତୀ ପ୍ରଧାନ ଏବଂ ସହକାରୀ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାମୟୀ ପ୍ରଧାନ ଘରକୁ ଘର ଯାଇ ଛାତ୍ରୀଛାତ୍ରଙ୍କୁ ସେମାନଙ୍କ ପାଠ୍ୟ ପୁସ୍ତକ ବଣ୍ଟନ କରିଛନ୍ତି। ଏହି ସମୟରେ ସେମାନେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ୱ ଅବଲମ୍ବନ କରିଥିବା ଦେଖିବାକୁ ମିଳିଛି।