ଛାତ୍ରୀଛାତ୍ରଙ୍କ ଅହିଂସା ପଦଯାତ୍ରାକୁ ଅଟକାଇଲା ପ୍ରଶାସନ

ବାରିପଦା ଅଫିସ,୬ା୧୧- ମୟୂରଭଞ୍ଜ ଜିଲା ବାରିପଦା ତକତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଦୀର୍ଘଦିନ ହେବ ଛାତ୍ର ଅଶାନ୍ତି ଲାଗି ରହିଛି। ଏଠାରେ ସମନ୍ବିତ ବିଏଡ୍‌, ଏମଏଡ୍‌ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରମାନଙ୍କୁ କେବଳ ଏମଏଡ୍‌ ପାଠ୍ୟକ୍ରମ ପରୀକ୍ଷା ଦେବା ପାଇଁ ଅନୁମତି ମିଳୁଛି। ତେବେ ସେମାନେ ବିଏଡ୍‌ ପାଠ୍ୟକ୍ରମ ସମ୍ବନ୍ଧୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଯଥା ଓଟିଇଟି, ଓଏସଏସଟିଇଟି ଏବଂ ସିଟିଇଟିରୁ ବଞ୍ଚିତ ହେଉଛନ୍ତି। ଏନେଇ ଛାତ୍ରୀଛାତ୍ରମାନେ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ, ଜିଲା ପ୍ରଶାସନ, ଉଚ୍ଚ ଶିକ୍ଷା ବିଭାଗକୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କିଛି ସୁଫଳ ପାଇପାରି ନାହିଁ। ଏହାର ପ୍ରତିବାଦରେ ଛାତ୍ରନେତା ଦୁର୍ଯ୍ୟୋଧନ ବେହେରାଙ୍କ ନେତୃତ୍ୱରେ ପ୍ରାୟ ୧୨୦ ଜଣ ଛାତ୍ରୀଛାତ୍ର ମଙ୍ଗଳବାର ବିଶ୍ୱବିଦ୍ୟାଳୟଠାରୁ ଭୁବନେଶ୍ୱରକୁ ଅହିଂସା ପଦଯାତ୍ରାରେ ବାହାରିଥିଲେ। ଏମପିସି ଅଟୋନମସ୍‌ କଲେଜ ନିକଟରେ ବାରିପଦା ଉପଜିଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଏସପି ପରମାର ସ୍ମିଥ ପୁରୁଷୋତ୍ତମଦାସ ଛାତ୍ରୀଛାତ୍ରମାନଙ୍କୁ ଅଟକାଇ ଆଲୋଚନା କରିଥିଲେ। ଜିଦ୍‌ରେ ଅଟଳ ଥିବା ଛାତ୍ରୀଛାତ୍ରମାନେ ପ୍ରଶାସନିକ ଅଧିକାରୀଙ୍କ କଥା ନ ଶୁଣି ପଦଯାତ୍ରା ଜାରି ରଖିଥିଲେ। ପୁନର୍ବାର ପ୍ରଶାସନ ପକ୍ଷରୁ ସେମାନଙ୍କୁ ଆଇନ ମହାବିଦ୍ୟାଳୟ ନିକଟରେ ଅଟକା ଯାଇଥିଲା। ପରେ ଜିଲାପାଳ ବିନୀତ ଭରଦ୍ୱାଜ, ପତ୍ର ସଂଖ୍ୟା.୨୦୧୮ ତା ୫ା୪ା୧୯ରିଖରେ ଲିଖିତ ଭାବେ ୩ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରାଯିବା ନେଇ ପ୍ରତିଶ୍ରୁତି ଦେବାରୁ ଛାତ୍ରୀଛାତ୍ରମାନେ ସେମାନଙ୍କ ପଦଯାତ୍ରା ବନ୍ଦ କରିଥିଲେ। ଛାତ୍ରୀଛାତ୍ରମାନଙ୍କ ଅଭିଯୋଗ ସମ୍ପର୍କରେ ଉଚ୍ଚ ଶିକ୍ଷା ବିଭାଗକୁ ଅବଗତ କରାଯାଇଥିବା ଜିଲାପାଳ ଏହି ଚିଠିରେ ଦର୍ଶାଇଛନ୍ତି।
ଛାତ୍ରନେତା ବେହେରାଙ୍କ କହିବା ମୁତାବକ ଦୀର୍ଘଦିନ ହେବ ଏହି ଦାବି ନେଇ ସେମାନେ ବିଶ୍ୱବିଦ୍ୟାଳୟ କର୍ତ୍ତୃୃପକ୍ଷ, ଗଣଶିକ୍ଷା ସଚିବ, ଜାତୀୟ ଶିକ୍ଷକ ଶିକ୍ଷଣ ପରିଷଦର ଆଞ୍ଚଳିକ ସମିତି, ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ ସାହୁ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ପାଇ ନ ଥିଲେ। ପରେ ଛାତ୍ରୀଛାତ୍ରମାନେ ପଦଯାତ୍ରା ସମ୍ପର୍କରେ ଜିଲା ପ୍ରଶାସନକୁ ଗତ ୨୯ ତାରିଖରେ ଅବଗତ କରାଇଥିଲେ ବୋଲି କହିଛନ୍ତି। ତେବେ ୩ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ପୁନର୍ବାର ପଦଯାତ୍ରା କରାଯିବ ବୋଲି ସେ କହିଛନ୍ତି। ଭକ୍ତହରି ମିଶ୍ର, ରାହୁଲ ନନ୍ଦି, ଦିବ୍ୟସିଂହ ବେହେରା, ଉଜ୍ଜ୍ୱଳ ନାୟକ, ପ୍ରିୟରଞ୍ଜନ ବେହେରା, ହିମାଂଶୁ ତରେଇ, ସୁଜେନ୍ଦୁ ଦାସ, ସଂଗ୍ରାମ କେଶରୀ ପଣ୍ଡା, ଦୁଷ୍ମନ୍ତ ବେହେରା ପ୍ରମୁଖ ଛାତ୍ରମାନେ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲ ଧନୁଯାତ୍ରାରେ ରଙ୍ଗସଭା: କମାଲ କଲେ ସତ୍ୟଜିତ

ମଥୁରା ନଗରୀ,୨୭।୧୨:ବରଗଡ଼ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ବାଲ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା। ଏହି...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

ଦୋକାନରେ ଶୋଇଥବା ବେଳେ ଲାଗିଗଲା ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

ପାଟକୁରା ୨୭/୧୨(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡା ଜିଲା ଗରଦପୁର ବ୍ଳକ ଅଧୀନ କଳାବୁଦା ବାରୁଣୀ ବଜାରରେ ଶନିବାର ଏକ ଦୁଃଖଦ ଘଟଣା ଘିଟିଛି ।...

ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ

ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...

୫୨୦ ନମ୍ବର ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ୨ ଡ୍ରାଇଭରଙ୍କ ମୃତ୍ୟୁ

ବଣାଇଁ, ୨୭|୧୨(ପ୍ରଦୀପ ତ୍ରିପାଠୀ )-: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri