ଛାତ୍ରୀଛାତ୍ରଙ୍କୁ ପାଠ୍ୟ ଉପକରଣ, ମାସ୍କ ବଣ୍ଟନ

ଚମ୍ପୁଆ, ୨।୫(ଡି.ଏନ.ଏ.) -କରୋନା ଭୂତାଣୁ ଠାରୁ ଦୂରେଇ ରହିବା ପାଇଁ ତଥା ଛାତ୍ରୀଛାତ୍ରଙ୍କୁ ସହଯୋଗ ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ମାସ୍କ, ପେନ, ଖାତା ଓ ସାବୁନ ଆଦି ବଣ୍ଟନ କରାଯାଇଛି। ଚମ୍ପୁଆ ବ୍ଲକ ସରେଇ ପଞ୍ଚାୟତରେ ଶନିବାର ଚମ୍ପୁଆ ଏବିଭିପି ପକ୍ଷରୁ ଜିଲା ସଂଯୋଜକ ଦିବ୍ୟଜ୍ୟୋତି ନନ୍ଦ, ଚମ୍ପୁଆ ନଗର ଯୁଗ୍ମ ସଂପାଦକ ମାନସ କୁମାର ଗିରୀ, ସତ୍ୟଜିତ ସେଠି, ସମିର କୁମାର ସେଠି ପ୍ରମୁଖ ଉପସ୍ଥିତ ରହି ଛାତ୍ରୀଛାତ୍ରମାନଙ୍କୁ ଏହା ପ୍ରଦାନ କରିଥିଲେ।