ଛାତ୍ରଙ୍କୁ ମାଡ଼ ଘଟଣା ,ସହକାରୀ ଶିକ୍ଷକ ନିଲମ୍ବିତ

ଦିଗପହଣ୍ଡି,୩ା୨(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ନୋଡାଲ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ବିରେଣି କୁମାର ସାହୁଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି। ବିଦ୍ୟାଳୟ ପ୍ରଧାନଶିକ୍ଷକ ଅଶୋକ କୁମାର ସ୍ବାଇଁଙ୍କୁ ସହକାରୀ ଶିକ୍ଷକଙ୍କ ନିଲମ୍ବିତ ସମ୍ପର୍କିତ ଚିଠି ପ୍ରଦାନ କରାଯାଇଥିବା ବ୍ଲକ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା କହିଛନ୍ତି। ଗତ ୨୨ ତାରିଖରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବହି ହଜିଯିବାରୁ ଶିକ୍ଷକଙ୍କୁ ଜଣାଇଥିଲେ। ଶିକ୍ଷକ ଜଣକ ରାଗିଯାଇ ଛାତ୍ରଙ୍କୁ କାଠ ଫାଳିଆରେ ପିଟିଥିଲେ। ଛାତ୍ରଙ୍କ ବାପା ଟି.କପିଳାସ ପାତ୍ର ଦିଗପହଣ୍ଡି ଥାନାରେ ଏନେଇ ଏତଲା ଦେଇଥିଲେ। ଆଇଆଇସି ବସନ୍ତ କୁମାର ସେଠୀ ନଂ.୧୯/୨୦ ଦଫା ୨୯୪/୩୨୩/୩୪୧/୫୦୬ରେ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।