ଛାଡ଼ପତ୍ରର ୨ ବର୍ଷ ପରେ ଏମିତି କହିଲେ ଅରବାଜ୍‌

୧୮ ବର୍ଷର ସାଂସାରିକ ଜୀବନ ବିତାଇବା ପରେ ମଲାଇକା ଆରୋରା ଏବଂ ଏବଂ ଅରବାଜ୍‌ ଖାନ୍‌ ଅଲଗା ହୋଇଗଲେ। ଏମାନଙ୍କ ଛାଡ଼ପତ୍ରକୁ ୨ ବର୍ଷ ପୂରିଛି। ଛାଡ଼ପତ୍ର ପରଠାରୁ ଏ ସମ୍ପର୍କରେ କେବେ ମୁହଁ ଖୋଲି ନ ଥିଲେ ଅରବାଜ। କିନ୍ତୁ ଅନୁପମା ଚୋପ୍ରାଙ୍କ ଶୋ’ରେ ଅରବାଜ ପହଞ୍ଚି ଏନେଇ ମୁହଁ ଖୋଲିଛନ୍ତି।  ଶୋ’ରେ ଯେତେବେଳେ ମଲାଇକାଙ୍କୁ ନେଇ ଅରବାଜଙ୍କୁ ପ୍ରଶ୍ନ ପଚରା ଯାଇଥିଲା, ଏହାର ଉତ୍ତରରେ ସେ କହିଥିଲେ, ସବୁକିଛି ଠିକ୍‌୍‌ଠାକ୍‌ ଚାଲିଥିଲା। କିନ୍ତୁ ଅଚାନକ ସମ୍ପର୍କ ତୁଟିଗଲା। କିଛି ଭୁଲ ନୁହେଁ।  ଦୁଇଜଣ ନିଜ ନିଜର ଲାଇଫ୍‌କୁ ଚଳାଇବାକୁ ନିଷ୍ପତ୍ତି ନେଇଛୁ। ବିବାହର ସ୍ମୃତିକୁ କ’ଣ ଆପଣ ମନେ ରଖିବେ ବୋଲି ପଚରାଗଲା। ସେ କହିଲେ, ନିଶ୍ଚିତ କରିବି। ବାହାଘର ଦୀର୍ଘବର୍ଷର ସମ୍ପର୍କ। ତେଣୁ ମଣିଷ ମରିବା ପୂର୍ବରୁ ଭଲରେ ରହିବା ପାଇଁ ଚେଷ୍ଟା କରିଥାଏ।  କିନ୍ତୁ ସମୟ ବଦଳିବା ବି ଠିକ୍‌। ଏସବୁ ଘଟଣା ଏବେ ଅତୀତ ହୋଇସାରିଛି।  ଏଥିରୁ ଅରବାଜଙ୍କ ହୃଦୟ କଥା ସ୍ପଷ୍ଟ ବାରି ହୋଇପଡୁଛି। ଅନ୍ୟପକ୍ଷରେ ଏହା ପୂର୍ବରୁ କରୀନା କପୁରଙ୍କ ଏକ ଶୋ’ରେ ମଲାଇକା କହିଥିଲେ, ଏ ବିବାହରେ ଆମେ ଦୁଇଜଣ କେହି ଖୁସି ନ ଥିଲୁ। ଏହାର ପ୍ରଭାବ ପରିବାର ଅନ୍ୟ ସଦସ୍ୟଙ୍କ ଉପରେ ପଡ଼ିଲା। ଛାଡ଼ପତ୍ର ପରେ ସମାଜକୁ ସାମ୍ନା କରିବାକୁ ପଡୁଥିବା କହିଥିଲେ। କହିରଖୁଛୁ, ମଲାଇବା ଅର୍ଜୁନ କପୁରଙ୍କୁ ବିବାହ କରିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଦ୍ୱିତୀୟ ବିବାହ କଲେ ରାପର୍‌ Badshah, ଫଟୋ ସେୟାର କରି ଚମକାଇଲେ ଶାଶୁ

ମୁମ୍ୱାଇ: ପଞ୍ଜାବୀ ଗାୟକ ଏବଂ ରାପର୍‌ ବାଦଶାହଙ୍କ କିଏ ବା ଜାଣିନି? ସମଗ୍ର ଦେଶ ତାଙ୍କ ଗୀତରେ ଝୁମି ଉଠୁଛି। ତଥାପି, ତାଙ୍କ ବିଷୟରେ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri