ଛତ୍ରପୁର ବଜାର ରାସ୍ତାରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଛତ୍ରପୁର,୧୭ା୧୨(ଡି.ଏନ.ଏ.)-ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁର ସହର ବଜାର ମୁଖ୍ୟ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଫଳରେ ଦୀର୍ଘ ସମୟ ଧରି ଟ୍ରାଫିକ୍‌ ଜାମ୍‌ ରହୁଛି। ଏଥିପାଇଁ ଲୋକଙ୍କୁ ନାକେଦମ ହେବାକୁ ପଡୁଛିା ଅପରପକ୍ଷରେ ଏହାକୁ ସୁଧାରିବା ପାଇଁ ପୂର୍ବରୁ ଦିଆଯାଇଥିବା ବିଭିନ୍ନ ନିର୍ଦ୍ଦେଶ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନିା ଫଳରେ ସମସ୍ୟା ବଢିବାରେ ଲାଗିଛି। ଛତ୍ରପୁର ଉପଖଣ୍ଡସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକରେ ମଧ୍ୟ ସ୍ଥାନୀୟ ସହରରେ କିଭଳି ଟ୍ରାଫିକ୍‌ ସମସ୍ୟା ଦୂର ହେବ ସେ ଉପରେ ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଗୁରୁତ୍ୱାରୋପ କରିଛନ୍ତି। ଅପରପକ୍ଷରେ ତାଙ୍କ ଦ୍ୱାରା ଦିଆଯାଇଥିବା ବିଭିନ୍ନ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଉନିା ରିକାପଲ୍ଲୀଠାରୁ ଅପର ବସ୍‌ଷ୍ଟାଣ୍ଡ ଓ ଲୋଏର ବସଷ୍ଟାଣ୍ଡ ରେ ବହୁ ଫାଷ୍ଟ ଫୁଡ୍‌ ଦୋକାନ ଖୋଲି ରାସ୍ତା ଉପରେ ବେପାର କରୁଛନ୍ତିି। ଫଳରେ ଯାତାୟାତରେ ଅସୁବିଧା ହେଉଛି। ଏଥିସହ ବିଭିନ୍ନ ଫଳ ଦୋକାନଠାରୁ ଆରମ୍ଭ କରି କେତେକ ଦୋକାନୀମାନେ ନିଜ ଦୋକାନ ସମ୍ମୁଖ ତଥା ଏନ୍‌ଏସି ପକ୍ଷରୁ ନିର୍ମାଣ ହୋଇଥିବା ପାଦ ଚଲା ଓ ପାର୍କିଂ ପାଇଁ ରାସ୍ତା ଉପରେ ଖୋଲୁଛନ୍ତିି। ଫଳରେ ଲୋକେ ପାର୍କିଂ ପାଇଁ ସୁବିଧା ପାଇପାରୁନାହାନ୍ତି। ଏସବୁ ପ୍ରଶାସନ ଓ ପୋଲିସ ଦେଖୁଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି। ଫାଷ୍ଟଫୁଡ୍‌ ଦୋକାନଗୁଡିକୁ ସ୍ତାନାନ୍ତର କରିବାକୁ ପୂର୍ବରୁ ସଡକ ସୁରକ୍ଷା କମିଟି ବୈଠକରେ ଆଲୋଚନା ହୋଇଥିଲା। ମାତ୍ର କୌଣସି ପଦକ୍ଷେପ ନିଆଯାଇନି। ନିୟମିତ ବୈଠକ ବସୁଥିଲେ ହେଁ ଏଥିରେ ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଉନି। ଏଥିସହ ପରିବା ମାର୍କେଟ ଥାଇ ମଧ୍ୟ ପରିବା ବେପାରୀମାନେ କୋଟିଏ ଟଙ୍କାରେ ନିର୍ମିତ ରାସ୍ତା ଉପରେ ଦୁଇପଟେ ବେପାର କରୁଛନ୍ତିି। ଫଳରେ ମାଛ ଓ ପରିବା ମାର୍କେଟକୁ ଆସୁଥିବା ଲୋକେ ସେମାନଙ୍କ ଗାଡିକୁ ପାର୍କିଂ କରିବାରେ ସମସ୍ୟା ହେଉଛିା ଏଥିସହ ଉକ୍ତ ରାସ୍ତାରେ ଦୈନିକ ଟ୍ରାଫିକ୍‌ ଜାମ୍‌ ହେଉଛି। ଏହି ରାସ୍ତାରେ ସରକାରୀ ବାଳିକା ହାଇସ୍କୁଲ, କଲେଜ ରହିଛି। ଏନେଇ ଦୈନିକ ସ୍କୁଲକୁ ଯିବା ବେଳେ ଛାତ୍ରୀମାନଙ୍କୁ ଅସୁବିଧା ହେଉଛିା ଲୋଏର ବସ୍‌ଷ୍ଟାଣ୍ଡଠାରୁ ରିକାପଲୀ ପର୍ଯ୍ୟନ୍ତ ବିଭିନ୍ନ ମଲ୍‌, ବ୍ୟବସାୟିକ ପ୍ରତିଷ୍ଠାନ, ଲଜ୍‌ ଗୁଡିକ ବିନା ପାର୍କିଂର ବ୍ୟବସ୍ଥା କରି ନିର୍ମାଣ ହୋଇଛି। ଏନେଇ ଟ୍ରାଫିକ୍‌ ସମସ୍ୟା ଦ୍ୱିଗୁଣିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri