ଡିଜିଟାଲ ଅର୍ଥ ବ୍ୟବସ୍ଥା,ଷ୍ଟାର୍ଟଅପ୍‌ ପ୍ରତିନିଧିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ

 

ନୂଆଦିଲ୍ଲୀ,୧୭-୧୨: ସାଧାରଣ ବଜେଟ ୨୦୨୦-୨୧ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପ୍ରାକ୍‌ ବଜେଟ ପରାମର୍ଶ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ ଡିଜିଟାଲ ଅର୍ଥ ବ୍ୟବସ୍ଥା, ଷ୍ଟାର୍ଟଅପ୍‌ ଏବଂ ଫିନଟେକ ପ୍ରତିନିଧିଙ୍କୁ ଭେଟିଛନ୍ତି। ବୈଠକରେ ମୁଖ୍ୟତଃ ଡାଟା ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଡାଟା ବିଶ୍ୱସନୀୟତା ଉନ୍ନତିକରଣ ଉପରେ ସରକାର ଏବେ ଫୋକସ ରଖିଥିବା ସୀତାରାମନ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି। ବିଗ୍‌ ଡାଟା ପ୍ରଯୁକ୍ତି, ବୃହତ୍ତ ଡାଟା ତଥ୍ୟର ବିଶ୍ଲେଷଣ, ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ଲାଗି ବିଗ୍‌ଡାଟା ପ୍ରଯୁକ୍ତିର ପ୍ରୟୋଗ, ଜନସାଧାରଣଙ୍କ ଅଭିଯୋଗର ସମାଧାନ ଲାଗି ବିଗ୍‌ ଡାଟା ପ୍ରଯୁକ୍ତିର ପ୍ରୟୋଗ ଭଳିି ପ୍ରସଙ୍ଗ ବୈଠକରେ ସ୍ଥାନିତ ହୋଇଥିଲା। ସେହିଭଳି ଡିଜିଟାଲ ଭିତ୍ତିଭୂମି, ସରକାରଙ୍କ ଭୂମିକା, ଗୋପନୀୟତା ଉପରେ ଗୁରୁତ୍ୱାରୋପ କରୁଥିବା ଡିଜିଟାଲ ଅର୍ଥ ବ୍ୟବସ୍ଥାର ନିୟନ୍ତ୍ରଣ, ଆର୍ଥତ୍କ ନିୟାମକ, ଷ୍ଟାର୍ଟ ଅପ୍‌ଗୁଡିକ ଲାଗି ବ୍ୟବସାୟିକ ସୁଗମତା, ଡିଜିଟାଲ ଇଣ୍ଡିଆ ଲାଗି ଭିତ୍ତିଭୂମି ଅସୁବିଧା ଦୂରୀକରଣ, ଟିକସ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା।
ଡାଟା ସେଣ୍ଟର ପ୍ରତିଷ୍ଠା ଲାଗି ପ୍ରୋତ୍ସାହନ, ଡାଟା କ୍ଷେତ୍ରୀୟକରଣ ଲାଗି ଆର୍ଥତ୍କ ପ୍ରୋତ୍ସାହନ, ଗ୍ରାମାଞ୍ଚଳରେ ଡିଜିଟାଲର ପ୍ରସାରରେ ସହାୟତା, ଷ୍ଟାର୍ଟଅପଗୁଡିକୁ କର୍ପୋରେଟ ଗ୍ୟାରେଣ୍ଟି, ମ୍ୟାଟ ଟିକସ ଦରକୁ ଯୁକ୍ତି ସଙ୍ଗତ କରିବା, ଷ୍ଟାର୍ଟ ଅପ୍‌ ଲାଗି ଟିକସ ଛାଡ, ସୀମାପାର ଆର୍ଥତ୍କ ଅପରାଧ ନିୟନ୍ତ୍ରଣ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା, ମହିଳାଙ୍କ ନିଯୁକ୍ତି ବୃଦ୍ଧି, ଗବେଷଣା ଏବଂ ବିକାଶ ଲାଗି ଆର୍ଥତ୍କ ପ୍ରୋତ୍ସାହନ ପ୍ରସଙ୍ଗରେ ବୈଠକରେ ଆଲୋଚନା କରାଯାଇଛି। ଡିଜିଟାଲ ଅର୍ଥ ବ୍ୟବସ୍ଥା, ଫିନଟେକ ଏବଂ ଷ୍ଟାର୍ଟଅପ କ୍ଷେତ୍ରର ପ୍ରତିନିଧି ମାନେ ସେମାନଙ୍କ ମତାମତ ଏଠାରେ ପ୍ରଦାନ କରିଛନ୍ତି। ସେମାନେ ବିଭିନ୍ନ ସମସ୍ୟାର ସମାଧାନକୁ ପ୍ରସଙ୍ଗରେ ଉଲ୍ଲେଖ କରିଥିଲେ। ଷ୍ଟାର୍ଟଅପ୍‌ଗୁଡିକୁ ଟିକସ ପ୍ରୋତ୍ସାହନ କ୍ଷେତ୍ରରେ ସରକାର ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରନ୍ତୁ ବୋଲି ପ୍ରତିନିଧି ମାନେ ମତ ରଖିଛନ୍ତି।ସ୍ପେଶାଲ ଇକୋନୋମିକ ଜୋନଗୁଡିକରେ କାର୍ଯ୍ୟକରୁଥିବା ସର୍ଭିସସ କମ୍ପାନୀଗୁଡିକ ଲାଗି କର୍ପୋରେଟ ଟିକସ ହ୍ରାସ କରାଯିବା ସହ ଏହାକୁ ୧୫% କରିବା ନେଇ ଆଇଟି ଶିଳ୍ପ ପକ୍ଷରୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri