Categories: ଗଞ୍ଜାମ

ଛତ୍ରପୁରରେ ରେଳ ସମସ୍ୟା : ଡିଆରଏମ୍‌ଙ୍କୁ ଭେଟିଲେ ବିଧାୟକ

ଛତ୍ରପୁର,୫ା୧୧(ଡି.ଏନ.ଏ.)-ଛତ୍ରପୁର ନିର୍ବାଚନମଣ୍ଡଳୀରେ ବିଭିନ୍ନ ରେଳ ସମସ୍ୟା ନେଇ ସ୍ଥାନୀୟ ବିଧାୟକ ସୁବାସଚନ୍ଦ୍ର ବେହେରା ସୋମବାର ଖୋର୍ଦ୍ଧା ଡିଆରଏମ୍‌ ଶଶିକାନ୍ତ ସିଂଙ୍କ ସହ ଆଲୋଚନା କରିଛନ୍ତିି ା ଏଥିସହ ଏକ ସ୍ମାରକପତ୍ର ଡିଆରଏମ୍‌ଙ୍କୁ ପ୍ରଦାନ କରାଯାଇଥିଲା ା ଛତ୍ରପୁର ରେଡ୍ଡୀସାହି ନିକଟ ରେଳବାଇ ଫାଟକ-୨୯୧କୁ ପୁନଃ ଖୋଲିବା, ନରସିଂହପୁର ପାସେଞ୍ଜର ହଲ୍ଟକୁ ପୁଣି କାର୍ଯ୍ୟକ୍ଷମ କରି ଟ୍ରେନ୍‌ ରହଣି, ରମ୍ଭା ଷ୍ଟେଶନରେ ଅଧିକ ଏକ୍ସପ୍ରେସ ଟ୍ରେନ୍‌ ରହଣି। ଛତ୍ରପୁର ଷ୍ଟେଶନର ଉନ୍ନତୀକରଣ ଆଦି ଦାବି ରହିଛି ା ଏହି ଆଲୋଚନା ବେଳେ ଜି. ପାପା ରାଓ ଉପସ୍ଥିତ ଥିଲେ।