ଛତ୍ରପୁର,ପୁରୁଷୋତ୍ତମପୁର ଉପଖଣ୍ଡର ଅପରାଧ ସମୀକ୍ଷା

ଛତ୍ରପୁର,୧୧ା୧୦(ଡି.ଏନ.ଏ.)- ଗଞ୍ଜାମ ପୋଲିସ ଜିଲା ଅଧୀନ ଛତ୍ରପୁର ଓ ପୁରୁଷୋତ୍ତମପୁର ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଥାନା ଅଞ୍ଚଳର ଅପରାଧ ସମୀକ୍ଷା ବୈଠକ ଏସ୍‌ପିଙ୍କ ସମ୍ମିଳନୀ ଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଅଧ୍ୟକ୍ଷତା କରି ଥାନାୱାରି ଅପରାଧ ସମୀକ୍ଷା କରିଥିଲେ। ପଡ଼ିଥିବା ରହିଥିବା ମାମଲାଗୁଡିକର ଫଇସଲା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗକୁ କୁମାରପୂର୍ଣ୍ଣମୀ ଥିବାରୁ ଜୁଆଖେଳ ଉପରେ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ଏଥିସହ ଆମ ପୋଲିସ, ମୋ ସରକାର, ମହିଳା ଓ ଶିଶୁ ଡେସ୍କକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ଅତିରିକ୍ତ ଏସ୍‌ପି ପତିତପାବନ ଚୌଧୁରୀ, ଡିଆଇବି ଡିଏସ୍‌ପି ପି. କେ. ଦଳାଇ, ଡିଏସପି (ହେଡକ୍ୱାର୍ଟର) ଅଜୟ କୁମାର ମିଶ୍ର, ଛତ୍ରପୁର ଏସଡିପିଓ ଉକତ୍ଳ କେଶରୀ ଦାଶ, ପୁରୁଷୋତ୍ତମପୁର ଏସଡିପିଓ ନିମାଁଇ ଚରଣ ସେଠୀଙ୍କ ସମେତ ସମସ୍ତ ଥାନା ଆଇଆଇସିମାନେ ଯୋଗ ଦେଇଥିଲେ।