ଛତ୍ରପୁରକୁ ମ୍ୟୁନିସିପାଲିଟି ମାନ୍ୟତା ପ୍ରକ୍ରିୟା ଆରମ୍ଭ : ଜିଏନ୍‌ପାଲମ୍‌, ପୁରୁଣା ଛତ୍ରପୁର ଗଁ। ମିଶିବାକୁ ରାଜି

ଛତ୍ରପୁର,୧୪ା୧(ଡି.ଏନ.ଏ.)-ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁର ଏନ୍‌ଏସିକୁ ମ୍ୟୁନିସିପାଲିଟି ମାନ୍ୟତା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଛତ୍ରପୁର ବ୍ଲକ ଅଧୀନ ଅଗସ୍ତିନୂଆଗଁ। ପଞ୍ଚାୟତ ଜିଏନ୍‌ପାଲମ୍‌ ଓ କଣାମଣା ପଞ୍ଚାୟତର ପୁରୁଣା ଛତ୍ରପୁର ରାଜସ୍ବଗଁ। ମ୍ୟୁନିସିପାଲଟିରେ ମିଶିବା ପାଇଁ ସହମତି ଦେଇଛନ୍ତି। ଅପରପକ୍ଷରେ ଚିକଲଖଣ୍ଡି ପଞ୍ଚାୟତ ପକ୍ଷରୁ ଏହାର ଅଧୀନ ବାସନାପଲ୍ଲୀ ରାଜସ୍ବ ଗଁା ଛତ୍ରପୁର ଏନ୍‌ଏସିରେ ମିଶିବନି ବୋଲି ଲିଖିତ ଭାବେ ଜଣାଇଛି। ପୋଡାପଦର ପଞ୍ଚାୟତରୁ ଏଯାବତ୍‌ କୌଣସି ଉତ୍ତର ମିଳିପାରିନାହିଁ। ଏହି ରିପୋର୍ଟ ଏନ୍‌ଏସି ପକ୍ଷରୁ ଜିଲାପାଳ ଓ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।
ପ୍ରକାଶଯେ, ଛତ୍ରପୁର ଏନ୍‌ଏସି ଉପକଣ୍ଠରେ ଥିବା ଚିକିଲଖଣ୍ଡି ପଞ୍ଚାୟତର ବାସନାପଲ୍ଲୀ ରାଜସ୍ବ ଗଁା, କଣମଣା ପଞ୍ଚାୟତର ପୁରୁଣା ଛତ୍ରପୁର, ଅଗସ୍ତିନୂଆଗଁାର ଜିଏନ୍‌ ପାଲମ୍‌ ଓ ପୋଡାପଦର ପଞ୍ଚାୟତର କୁମାରବେଗପଲ୍ଲୀ ରାଜସ୍ବଗଁାକୁ ଏନ୍‌ଏସିରେ ମିଶ୍ରଣ କରି ଏହାକୁ ମ୍ୟୁନିସିପାଲିଟି କରିବାର ଯୋଜନା ହୋଇଥିଲା। ଏନ୍‌ଏସିକୁ ମ୍ୟୁନିସିପାଲିଟି କରିବାକୁ ହେଲେ ସେଠାକାର ଜନସଂଖ୍ୟା ୨୫ ହଜାରରୁ ଊର୍ଦ୍ଧ୍ୱ ହେବା ଆବଶ୍ୟକତା ରହିଛି। ମିଳିଥିବା ସୂଚନା ଅନୁସାରେ, ୨୦୧୧ ଜଣଗଣନା ଅନୁସାରେ ଛତ୍ରପୁର ଏନ୍‌ଏସିର ଜନସଂଖ୍ୟା ୨୨ ହଜାର ୨୭ ରହିଥିଲା। ଜିଏନ ପାଲମର ଜନସଂଖ୍ୟା ୧୯୫୪ ଓ ପୁରୁଣା ଛତ୍ରପୁର ଜନସଂଖ୍ୟା ୨୮୪୫ ରହିଛି। ଏହି ୨ ରାଜସ୍ବ ଗଁା ମିଶିଲେ ଛତ୍ରପୁର ଏନ୍‌ଏସିକୁ ମ୍ୟୁନିସିପାଲିଟିର ମାନ୍ୟତା ମିଳିବାରେ ଅସୁବିଧା ହେବନି ବୋଲି ଜଣାପଡିଛି।
ପ୍ରକାଶଯେ, ଛତ୍ରପୁର ଏନ୍‌ଏସି ୧୯୫୫ରେ ଗଠନ ହୋଇଥିଲା। ଜିଲାର ଛତ୍ରପୁର, ଭଞ୍ଜନଗର ଓ ଆସିକା ଏନ୍‌ଏସିକୁ ମ୍ୟୁନିସିପାଲିଟିର ମାନ୍ୟତା ଘୋଷଣା କରିବା ନେଇ ପୂର୍ବରୁ ହାଇକୋର୍ଟରେ ଏକ ପିଟିଶନ ଦାଖଲ ହୋଇଥିଲା। ଏହି ପିଟିଶନକୁ ଆଧାର କରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବଙ୍କୁ ଏହା ତ୍ୱରାନ୍ବିତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜିଲାର ଆସିକା, ଭଞ୍ଜନଗର ଓ ଛତ୍ରପୁର ଏନ୍‌ଏସିକୁ ମ୍ୟୁନିସିପାଲିଟି ପାଇଁ ୩ମାସ ମଧ୍ୟରେ ଏହା ଉପରେ ନିଷ୍ପତ୍ତି ନେବାକୁ କୁହାଯାଇଥିଲା। ଏହି ୩ ଏନ୍‌ଏସିକୁ ମ୍ୟୁନିସିପାଲିଟି ଘୋଷଣା କରିବା ନେଇ ମୁଖ୍ୟ ଶାସନ ସଚିବ, ନଗର ଉନ୍ନୟନ ସଚିିବ, ଦକ୍ଷିଣାଞ୍ଚଳ ଆରଡିସି, ଗଞ୍ଜାମ ଜିଲାପାଳ, ଛତ୍ରପୁର ଓ ଭଞ୍ଜନଗର ଉପଜିଲାପାଳ, ଛତ୍ରପୁର, ଭଞ୍ଜନଗର ଓ ଆସିକା ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କୁ ହାଇକୋର୍ଟରେ ଦାଖଲ ହୋଇଥିବା ପିଟିଶନରେ ପକ୍ଷଭୁକ୍ତ କରାଯାଇଥିଲା। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କୁ ଏକ ପତ୍ର ମାଧ୍ୟମରେ ବିଭିନ୍ନ ତଥ୍ୟ ମଗାଯାଇଥିଲା। ଯେଉଁ ସବୁ ଗଁା ଏନ୍‌ଏସିରେ ମିଶିବ ତା’ର ପ୍ରସ୍ତାବ ସହ ଏହାର ଜନସଂଖ୍ୟା କେତେ ରହିଛି ଏବଂ ମ୍ୟୁନିସିପାଲିଟି ହେଲେ ଉକ୍ତ ଅଞ୍ଚଳଗୁଡିକୁ ସମସ୍ତ ସୁବିଧା ଯୋଗାଇ ପାରିବେ କି ନାହିଁ ସେ ସମ୍ପର୍କରେ ତଥ୍ୟ ମଗାଯାଇଥିଲା। ଜିଲାପାଳଙ୍କ ପକ୍ଷରୁ ଛତ୍ରପୁର ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କୁ ବିଭିନ୍ନ ତଥ୍ୟ ମଗାଯାଇଥିଲା। ଏହି ପରିପ୍ରେକ୍ଷୀରେ ଛତ୍ରପୁର ଏନ୍‌ଏସି ପକ୍ଷରୁ ଉକ୍ତ ତଥ୍ୟ ସଂଗ୍ରହ କରାଯାଇଛି। ଅପରପକ୍ଷରେ ୩ ମାସ ବିତି ଯାଇଥିଲେ ମଧ୍ୟ ଏହାର କୌଣସି ଉତ୍ତର ମିଳି ନ ଥିବାରୁ ମୁଖ୍ୟ ଶାସନ ସଚିବ ଓ ନଗର ଉନ୍ନୟନ ସଚିବଙ୍କ ବିରୋଧରେ ନିକଟରେ ହାଇକୋର୍ଟରେ ଏକ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri