ଛକନା ହତ୍ୟାକାଣ୍ଡ: ବୀମା ଟଙ୍କା ପାଇଁ ମା’ଙ୍କୁ ହତ୍ୟା, ଲୁଣା ନଦୀରେ ଫିଙ୍ଗିଥିଲେ; ସାବତ ପୁଅ, ବୋହୁ, ସହଯୋଗୀ ଗିରଫ

କେନ୍ଦ୍ରାପଡା ଅଫିସ, ୨୩।୮- କେନ୍ଦ୍ରାପଡ଼ା ସଦର ଥାନା ଛକନା ଗ୍ରାମର ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ସ୍ତ୍ରୀ ସସ୍ମିତା ହତ୍ୟାକାଣ୍ଡ ମାମଲାରେ ଶୁକ୍ରବାର ୩ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ସଶ୍ମିତାଙ୍କ ସାବତ ପୁଅ ସନ୍ତୋଷ (୨୫), ବୋହୁ ଦେବସ୍ମିତା (୨୪) ଏବଂ ଉକ୍ତ ଗ୍ରାମର ଦିପି ଓରଫ ଦୁଃଖୀଶାମ ନାୟକ ।

ଏସ୍‌ପି ନୀତିଶେଖର ଏକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇ କହିଛନ୍ତି, ଅଲେଖଙ୍କ ସ୍ତ୍ରୀ ସଶ୍ମିତା ଅଭିଯୁକ୍ତ ସାବତ ପୁଅବୋହୁଙ୍କଠାରୁ ଅଲଗା ରହୁଥିଲେ। ତେବେ ଏକ ଜମି ଓ ଅଲେଖଙ୍କ ବୀମାରାଶି ୨ ଲକ୍ଷ ଟଙ୍କା ପାଇଁ ସେମାନଙ୍କ ମଧ୍ୟରେ କଳହ ହୋଇଥିଲା। ଗତ ୧୦ ତାରିଖରେ ଅଭିଯୁକ୍ତମାନେ ସଶ୍ମିତାଙ୍କୁ ମାରି ଗ୍ରାମ ନିକଟ ଲୁଣା ନଦୀରେ ଫିଙ୍ଗି ଦେଇଥିଲେ ।