ଚୌଦ୍ୱାରରେ ଜନତା କର୍ଫ୍ୟୁ: ଦୋକାନ ବଜାର ବନ୍ଦ, ଚାଲୁ ରହିଛି ଜରୁରୀ ସେବା

ଚୌଦ୍ୱାର,୨୨।୩(ଡି.ଏନ୍‌.ଏ.):କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଦିଗରେ ସଚେତନ କରାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦଅ ମୋଦି ଜନତା କର୍ଫ୍ୟୁ ଲାଗି ନିବେଦନ କରିଥିଲେ। ଏହାର ପ୍ରଭାବ ରବିବାର କଟକ ଜିଲା ଚୌଦ୍ୱାରରେ ଦେଖିବାକୁ ମିଳିଛି। ଚୌଦ୍ୱାର ସମେତ ଅନ୍ୟ ସମସ୍ତ ଅଞ୍ଚଳରେ ଦୋକାନ ବଜ଼ାର ବନ୍ଦ ରହିଛି। ରାସ୍ତାରେ କାଁ ଭାଁ ବାଇକ ଚଳାଚଳ କରୁଥିବା ବେଳେ ଆମ୍ବୁଲାନ୍ସ ପ୍ରଭୃତି ଜରୁରୀ ସେବା ଚାଲୁରହିଛି। ସେହିପରି ମେଡ଼ିସିନ ଷ୍ଟୋର ଓ ଖାଦ୍ୟ ସାମଗ୍ରୀ ଦୋକାନ ଖୋଲା ରହିଛି । ପୋଲିସ ଛକ ମାନଙ୍କରେ ମୁତୟନ ହୋଇଥିବା ବେଳେ ନିୟମ ଉଲ୍ଲଂଘନ କରୁଥିବା କିଛି ଲୋକଙ୍କୁ ଘରକୁ ଫେରାଉଥିବା ଦେଖାଯାଇଛି ।