ଚୋରି ବାଇକ୍‌ ଜବତ, ୨ ଗିରଫ

ବଡ଼ବିଲ,୧।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ମୃଣାଳ କଲୋନୀରୁ ଗତ ରବିବାର ପୂର୍ବାହ୍ନରେ ଚୋରି ହୋଇଥିବା ଏକ ବାଇକ୍‌କୁ ପୋଲିସ ଜବତ କରିବା ସହ ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବଡ଼ବିଲ ଗାଢ଼ା ହଟିଂ ଅଞ୍ଚଳର ସାୱନ ପାତ୍ର ଓରଫ୍‌ କୁନା(୨୦) ଏବଂ ଝୁମ୍ପୁଡି ବସ୍ତି ଅଞ୍ଚଳର ମିଥୁନ ଲୋହାର(୨୧)। ଏତଲାକାରୀ ରବି କୁମାର ବଡ଼ବିଲ ଥାନାରେ ଦେଇଥିବା ଏତଲା ଅନୁଯାୟୀ, ରବିବାର ସକାଳେ ମୃଣାଳ କଲୋନୀସ୍ଥିତ ବାସଭବନ ନିକଟରେ ଜେ.ଏଚ. ୦୫ ବିବି ୬୩୧୦ ନମ୍ବର ବିଶିଷ୍ଟ ବାଇକଟି ରଖିଥିଲାବେଳେ କେହି ଦୁର୍ବୃତ୍ତ ଚୋରି କରିନେଇଥିଲେ। ଘଟଣାର ତଦନ୍ତ କରି ପୋଲିସ ଅଭିଯୁକ୍ତ କୁନାଙ୍କ ଘରୁ ବାଇକ୍‌ଟିକୁ ଜବତ କରିଛି। ଏହି ଘଟଣାରେ ସଂପୃକ୍ତ କୁନାଙ୍କୁ ଗିରଫ କରିବା ସହ ତାଙ୍କ ସହଯୋଗୀ ମିଥୁନଙ୍କୁ ମଧ୍ୟ ଗିରଫ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କେରଳକୁ ଦାଦନ ଖଟି ଯାଇଥିଲେ, କୁଅରୁ ଉଦ୍ଧାର ହେଲା ଶ୍ରମିକଙ୍କ ମୃତଦେହ: ଅର୍ଥ ଅଭାବ ଯୋଗୁ ଚିନ୍ତାରେ ପରିବାର

ଦାରିଙ୍ଗବାଡ଼ି,୩୦।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗୁମିକିଆ ପଞ୍ଚାୟତ କୁନ୍ଦୁପାଙ୍ଗା ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତଦେହକୁ ନିଜ…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ବରଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସ୍କୁଲ ବସ୍‌ ଧକ୍କାରେ ୧୦୮ ଚାଲିଗଲା ଆମ୍ବୁଲାନ୍ସ ଚାଳକଙ୍କ ଜୀବନ

ବରଗଡ଼,୩୦।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି-ଅମ୍ବାଭୋନା ରାସ୍ତା ତରାଜୁଙ୍ଗା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଲ ବସ୍ ଧକ୍କାରେ…

ରେଳମନ୍ତ୍ରୀଙ୍କୁ ଭେଟିଲେ MP ପ୍ରଦୀପ ପୁରୋହିତ: ବରଗଡ଼-ଝାରସୁଗୁଡ଼ା ପାଇଁ ୪ ନୂତନ ଟ୍ରେନ୍ ଚଳାଚଳ ପାଇଁ ଦେଲେ ପ୍ରସ୍ତାବ

ବରଗଡ଼,୩୦।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ବରଗଡ଼ ଓ ଝାରସୁଗୁଡ଼ା ଜିଲାରେ ରେଳସେବାର ବ୍ୟାପକ ବିକାଶ, ଯାତ୍ରୀ ସୁବିଧା ବୃଦ୍ଧି ଏବଂ ନୂତନ ଟ୍ରେନ୍ ସେବା…

‘ମାନବ ଚାଲାଣ ରୋକିବା ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ’

ଭଞ୍ଜନଗର,୩୦।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଗୁରୁବାର ବିଶ୍ୱ ମାନବ ଚାଲାଣ ବିରୋଧୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମାନବ…

ଜମିରୁ ଫେରିବା ବେଳେ ଚାଷୀଙ୍କୁ ଦନ୍ତା ଆକ୍ରମଣ: ଉଜୁଡ଼ିଲା ସଂସାର, ଘର ଚଳାଇବା କଷ୍ଟକର

ଜି.ଉଦୟଗିରି,୩୦।୭ (ଚିନ୍ମୟ କୁମାର ସେଠି): କନ୍ଧମାଳ ଜିଲା ଜି.ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ଡଙ୍ଗାଏଜୁ ଗ୍ରାମର ସିରାପାଦେରୀ ନିକଟରେ ଦନ୍ତାହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। କିଛି…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri