Posted inରାଜ୍ୟ

ଚୋରି କରି ଜରିମାନା ଦେଇଥିବା ଖଣି କମ୍ପାନୀକୁ ନିଲାମି ପ୍ରକ୍ରିୟାରୁ ବାଦ୍‌ ଦିଆଯାଉ

ଭୁବନେଶ୍ୱର,୧୨।୬(ବ୍ୟୁରୋ) : ପୂର୍ବରୁ ବେଆଇନ ଭାବେ ଖଣି ଉତ୍ତୋଳନ କରି ଜରିମାନା ଦେଇଥିବା କମ୍ପାନୀଗୁଡିକୁ ନୂଆ ନିଲାମିରୁ ବାଦ୍‌ ଦିଆଯାଉ। ରାଜ୍ୟ ସରକାର ଆଗାମୀ ଦୁଇ ମାସ ମଧ୍ୟରେ ପ୍ରାୟ ୪୦ଟି ଲୁହାପଥର ଖଣି ନିଲାମ କରିବାକୁ ଯାଉଛନ୍ତି। ତେଣୁ ଏହି ନିଲାମି ଯେପରି ସ୍ବଚ୍ଛ ଏବଂ ରାଜ୍ୟକୁ ଅଧିକ ରାଜସ୍ବ ଯୋଗାଇପାରିବ, ସେ ନେଇ ପଦକ୍ଷେପ ନେବା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଦାବି କରିଛନ୍ତି।
ଶ୍ରୀକାନ୍ତ କହିଛନ୍ତି, ଖଣି ଲିଜ୍‌, ଉତ୍ତୋଳନ, ପରିବହନ ଓ ବିଦେଶକୁ ରପ୍ତାନି ଆଦି ପ୍ରକ୍ରିୟା ଓଡ଼ିଆ ଉଦ୍ୟୋଗୀଙ୍କ ନିୟନ୍ତ୍ରଣରେ ରହୁ। ଖଣି ନିଲାମି ସମ୍ପର୍କରେ ଥିବା ନିୟମକୁ ରାଜ୍ୟ ସରକାର ସର୍ବସାଧାରଣରେ ପ୍ରକାଶ କରନ୍ତୁ। ରାଜ୍ୟ ସରକାର ଖଣି ନିଲାମ ନ କରି ନିଜସ୍ବ ସଂସ୍ଥା ନିୟନ୍ତ୍ରଣରେ ରଖନ୍ତୁ, ଯାହା ଦ୍ୱାରା ରାଜକୋଷକୁ ୧୦ଗୁଣା ଅଧିକ ରାଜସ୍ବ ଆସିବ। ଯଦି ରାଜ୍ୟ ସରକାର ଖଣି ନିଲାମି ପାଇଁ ଏତେ ବ୍ୟାକୁଳ, ତେବେ ଯେଉଁ ଖଣି ମାଲିକମାନେ ଖଣି ଚୋରିରେ ଧରାପଡିଛନ୍ତି, ସେମାନଙ୍କୁ ଏହି ପ୍ରକ୍ରିୟାରୁ ବାଦ୍‌ ଦିଆଯାଉ। କାରଣ ଏହି କମ୍ପାନୀଗୁଡିକ ଉପରେ ପ୍ରାୟ ୫୦ ହଜାର କୋଟି ଟଙ୍କାର ଖଣି ଜରିମାନା କରାଯାଇଥିଲା। ଚଞ୍ଚକତା କରି ରାଜ୍ୟ ସରକାର ଏହାକୁ ପ୍ରାୟ ୧୮ ହଜାର କୋଟିକୁ ହ୍ରାସ କରିଥିଲେ। ତେଣୁ ରାଜ୍ୟର ଖଣି ଲୁଟି ଜରିମାନା ବାବଦକୁ ସୁବିଧା ହାତେଇଥିବା କମ୍ପାନୀଗୁଡିକୁ ବାଦ୍‌ ଦେବା ପାଇଁ ଶ୍ରୀକାନ୍ତ ଦୃଢ ଦାବି କରିଛନ୍ତି। ସେହିଭଳି ନିଲାମରେ ଅଂଶଗ୍ରହଣ ପାଇଁ ଚିହ୍ନିତ ଖଣିଗୁଡିକର ନିକଟବର୍ତ୍ତୀ ଗ୍ରାମବାସୀ/ଏସ୍‌ଏଚ୍‌ଜି, ଅଥବା ସ୍ଥାନୀୟ ବେକାରି ଯୁବତୀଯୁବକଙ୍କ କୋଅପରେଟିଭ ମଧ୍ୟରେ ସୀମିତ କରାଯାଉ। ସମ୍ପତ୍ତି ଓଡ଼ିଶାବାସୀଙ୍କର , ହେଲେ ଏଠି ଅନ୍ୟମାନେ ମାଲିକଗିରି ଦେଖାଉଛନ୍ତି। ଉପଯୁକ୍ତ ଖଣିନୀତି ଅଭାବରୁ ଓଡ଼ିଆ ଗରିବିରେ ଶଢୁଛନ୍ତି, ହେଲେ ବେଆଇନ ଉତ୍ତୋଳନ କରୁଥିବା ଖଣି କମ୍ପାନୀମାନେ ରାତିରାତି କୋଟିପତି ହେଉଛନ୍ତି। ତେଣୁ ରାଜ୍ୟ ସରକାର ଜନମଙ୍ଗଳକାରୀ ଖଣିନୀତି ଆଣନ୍ତୁ ବୋଲି ଶ୍ରୀକାନ୍ତ ଦାବି କରିଛନ୍ତି। ପ୍ରକାଶ ଯେ, ୪ଦିନ ତଳେ ଖଣି ବିଭାଗୀୟ ସମୀକ୍ଷା କରାଯାଇଥିଲା। ରାଜ୍ୟ ସରକାର ଆଗାମୀ ଦୁଇମାସ ମଧ୍ୟରେ ୩୬ଟି ଖଣି ନିଲାମ କରିବାକୁ ଯାଉଛନ୍ତି। ୪ଟିର ନିଲାମି ପାଇଁ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି। ଏହିପରି ଭାବେ ୪୦ଟି ଖଣିର ନିଲାମ କରାଯିବ ବୋଲି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri