ଚୋରା ଶାଳ ଗଣ୍ଡି ସହ ଶଗଡ଼ ଜବତ, ୨ ଗିରଫ

ପରଜଙ୍ଗ,୧୮।୧୨(ଡି.ଏନ.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଦଦରାଘାଟି ଫରେଷ୍ଟ ସେକ୍ସନ ଅଧିନ ଜାତୀୟ ରାଜପଥଠାରୁ କୁଲେଇ ଯାଇଥିବା ରାସ୍ତାର କୁଲେଇ ଗ୍ରାମ ନିକଟ ଆମ୍ବ ତୋଟା ନିକଟରେ ବୁଧବାର ବନବିଭାଗ ଚଢାଉ କରି ଏକ ଶଗଡ଼ ଗାଡ଼ି ସହ ଚୋରା ଶାଳ ଗଣ୍ଡି ଜବତ କରିଛି। ଏହି ଘଟଣାରେ କୁଲେଇ ଗ୍ରାମର ଦୁର୍ଯ୍ୟୋଧନ ମହାଭୋଇ ଓ ତାଙ୍କ ପୁତୁରା ଜିତୁ ମହାଭୋଇଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି। ଉଭୟ ଦାଦା ପୁତୁରା ଶଗଡ଼ରେ ଚୋରା ଶାଳ ଗଣ୍ଡି ନେଇ ଯାଉଥିବାବେଳେ ଖବରପାଇ ମହାବିରୋଡ଼ ରେଞ୍ଜର ସୁବ୍ରତ ବେହେରା, ଦଦରାଘାଟି ଫରେଷ୍ଟର ବିଶନାଥ ସୁରେନ, ହାତୀ ସ୍କ୍ବାଡ୍‌ ଚଢାଉ କରିଥିଲେ।