ଚୋରା ଦେଶୀ ମଦ ସହ ବାଇକ ଜବତ, ୨ ଗିରଫ

ବଇଣ୍ଡା,୨୭।୮(ଡି.ଏନ.ଏ.)-ଠାକୁରଗଡ଼ ଥାନା ନାକିଚି ରୋଡ ଛକ ନିକଟରେ ମଙ୍ଗଳବାର ସକାଳେ ପୋଲିସ ଚଢାଉ କରି ୧୫ ଲିଟର ଦେଶୀ ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ହଣ୍ଡପା ଥାନା ବୁଦୁଲିମୁଣ୍ଡା ଗ୍ରାମର ଅଜୟ ଘିଓ୍ବାଲା ଓ ବସନ୍ତ ସେଠୀ।

ପୋଲିସ କହିଛି, ଉଭୟେ ଏକ ବାଇକ ଯୋଗେ ୧୫ ଲିଟର ଦେଶୀ ମଦ ଧରି ଧଣ୍ଡାତୋପା ଗ୍ରାମ ଅଭିମୁଖେ ଯାଉଥିବାବେଳେ ଖବରପାଇ ଠାକୁରଗଡ଼ ଆଇଆଇସି ଗବାକ୍ଷ ନାୟକ, ଏଏସଆଇ କରୁଣାକର ନନ୍ଦ ଚଢାଉ କରିଥିଲେ। ଏଥିସହ ଉକ୍ତ ବାଇକକୁ ଜବତ କରାଯାଇଛି। ଏ ନେଇ ନଂ. ୮୪/୧୯ରେ ଏକ ମାମଲା ରୁଜୁ କରି ଉଭୟଙ୍କୁ ଆଠମଲ୍ଲିକ କୋର୍ଟ ଚାଲାଣ କରାଯାଇଛି।