ଚୋରାରେ ପିଗ୍‌ ଆଇରନ କିଣି ଗିରଫ ହେଲେ ଶିଳ୍ପପତି

ଯାଜପୁର ଅଫିସ, ୩୦-୧୦- ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଏକ କାରଖାନାରୁ ଛତିଶଗଡ଼ ଯାଉଥିବା ପିଗ୍‌ ଆଇରନକୁ ଚୋରାରେ କିଣି ରାରକେଲାର ଜଣେ ଶିଳ୍ପପତି ଯାଜପୁର ପୋଲିସ ଦ୍ବାରା ଗିରଫ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ କଳିଙ୍ଗନଗର ଶିଳ୍ପାଞ୍ଚଳର ଏକ କାରଖାନାରୁ ୨ଟି ଟ୍ରକରେ ପିଗ୍‌ ଆଇରନ ଛତିଶଗଡ଼କୁ ଯାଉଥଲା। ତେବେ ଗନ୍ତବ୍ୟ ସ୍ଥଳକୁ ନ ପହଞ୍ଚାଇ ଡ୍ରାଇଭରମାନେ ଉକ୍ତ ପିଗ୍‌ ଆଇରନକୁ ରାଉରକେଲାର ଜଣେ ଶିଳ୍ପପତିଙ୍କ ନିକଟରେ ବିକ୍ରି କରି ଦେଇଥିଲେ। ଏହି ଘଟଣା କଳିଙ୍ଗନଗର ଥାନାରେ ଅଭିଯୋଗ ହେବା ପରେ ପୋଲିସ ତନାଘନା କରି ମୁମ୍ବାଇରୁ ଦୁଇ ଟ୍ରକ ଡ୍ରାଇଭରଙ୍କୁ ଗିରଫ କରିଥିଲା। ସେହି ଡ୍ରାଇଭରଙ୍କୁ ପଚରାଉଚୁରା କରିବାରୁ ରାଉରକେଲାର ଜଣେ ଶିଳ୍ପପତିଙ୍କ ନିକଟରେ ବିକ୍ରି କରିଥିବା ସେମାନେ ସୂଚନା ଦେଇଥିଲେ। ଏହି ଆଧାରରେ ରାଉରକେଲାର ସେହି ଶିଳ୍ପପତିଙ୍କୁ ଯାଜପୁର ପୋଲିସ ଗିରଫ କରିଛି। ତେବେ ଏନେଇ ପୋଲିସ ସବିଶେଷ ତଥ୍ୟ ପ୍ରକାଶ କରିନାହିଁ।