ଚେଳିତୋଳ ବାଲିଯାତ୍ରାକୁ ମାସେ ପୁରିବ: ସଫେଇ ହୋଇ ପାରିଲାନି ପଡ଼ିଆ

ତିର୍ତ୍ତୋଲ,୪ା୧୨(ଡି.ଏନ.ଏ.): ତିର୍ତ୍ତୋଲ ନିକଟସ୍ଥ ମହାନଦୀପଠା ଗୋପିଆକୁଦଠାରେ ପାଳିତ ହୋଇଥିବା ଚେଳିତୋଳ ବାଲିଯାତ୍ରାକୁ ଆଉ କିଛିଦିନ ପରେ ମାସେ ପୁରିବ। ବାଲିଯାତ୍ରା ପରେ ପଡ଼ିଆ ସଫା କରାଯିବା କଥା। ମାତ୍ର ଏହି ପଡିଆରେ ଏ ପର୍ଯ୍ୟନ୍ତ ପଲିଥିନ ସମେତ ବିଭିନ୍ନ ବର୍ଜ୍ୟ ସାମଗ୍ରୀ ପଡିରହିଛି। ପଡିଆ ସଫେଇ ପ୍ରତି କେହି ଦୃଷ୍ଟି ଦେଇନାହାନ୍ତି। ବାଲିଯାତ୍ରାରେ ବିଭିନ୍ନ ବିପଣି ଖୋଲିଥିବା ଦୋକାନୀମାନେ ବହୁଳ ଭାବରେ ପଲିଥିନ, ଥର୍ମକୁଲ ପାତ୍ର, ଖଲିପତ୍ର, ଆଇସକ୍ରିମଜରି ସମେତ ଅନ୍ୟାନ୍ୟ ଅଳିଆ ଇତ୍ୟାଦି ଏହି ପଡିଆରେ ବିକ୍ଷିପ୍ତ ଭାବରେ ପକାଇଥିଲେ। ଫଳରେ ଏହି ଜରି ଏବଂ ଅନ୍ୟାନ୍ୟ ଅଳିଆ ପବନରେ ଉଡି ପରିବେଶ ଖରାପ କରିବା ସହ ନିକଟରେ ଥିବା ଗୋପିଆକୁଦ ଅଧିବାସୀଙ୍କ ବାଡିଘରେ ପଡୁଛି। ଏହାକୁ ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିବା ସହ ପଡିଆ ସଫା ଦିଗରେ ବାଲିଯାତ୍ରା କମିଟି ଉଦ୍ୟମ କରିବାକୁ ଦାବି କରିଛନ୍ତି। ବିଗତ ବର୍ଷରେ ବାଲିଯାତ୍ରା ସରିବା ପରେ ଏହିପରି ଭାବରେ ପଲିଥିନ ଓ ଅଳିଆ ପଡିଆରେ ଗଦାହୋଇ ରହିଥାଏ। କିଛିବର୍ଷ ବାବା ବଳିଆଙ୍କ ନିର୍ଦ୍ଦେଶରେ ଶିଶୁ ଅନନ୍ତ ଆଶ୍ରମ ତରଫରୁ ଏହି ପଡିଆରୁ ଅଳିଆ ସଫା କରାଯାଇଥିଲା। ଏଥିସହ ଝଙ୍କଡ ସାହିତ୍ୟ ସଂସଦ ସଦସ୍ୟ ମଧ୍ୟ ଥରେଦୁଇଥର ପୂର୍ବ ବର୍ଷ ମାନଙ୍କରେ ଏହି ପଡିଆ ସଫା କରିଥିଲେ। ଚଳିତବର୍ଷ ବାଲିଯାତ୍ରା କମିଟି କିମ୍ବା ଅନ୍ୟ କୌଣସି ଅନୁଷ୍ଠାନ ଏହି ପଡିଆ ସଫାଦିଗରେ ପଦକ୍ଷେପ ନେଇନାହାନ୍ତି। ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

ହ୍ୟୁମାନଙ୍କ ମୃତ୍ୟୁ ମାମଲାରେ ଆସିଲା ବଡ଼ ଟୁଇଷ୍ଟ: ଅର୍ପିତାଙ୍କୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ସ୍ତ୍ରୀ ଶ୍ରୀୟା

ବଲାଙ୍ଗୀର,୮।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟିଟିଲାଗଡ଼ରେ ରବିବାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାଇଁ ଥିଲା ଶ୍ରଦ୍ଧାଞ୍ଜଳି ସଭା। ଏହି ସଭାରେ ଅଭିନେତା ଅନୁଭବ ମହାନ୍ତି, ଅସିମା...

ପିକ୍‌ନିକ୍‌ ସ୍ପଟ୍‌ ଶାନ୍ତିବନ: ମନ ଭିତରେ ଆପେ ଆପେ ସୃଷ୍ଟି ହୋଇଯାଏ ଆଧ୍ୟାତ୍ମିକ ଭାବନା

କର୍ଲାମୁଣ୍ଡା,୮ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଓ ମ. ରାମପୁର ବ୍ଲକ୍‌ ମସ୍କାଦାଣ୍ଡି ଗ୍ରାମ ସୀମାରେ ରହିଛି ଶାନ୍ତିବନ ଗ୍ରାମ୍ୟ ଜଙ୍ଗଲ।...

ହ୍ୟୁମାନଙ୍କ ଗୀତ ଶୁଣି ଷ୍ଟେଜ୍‌ରେ କାନ୍ଦି ପକାଇଲେ ମା’-ସ୍ତ୍ରୀ-ଝିଅ

ବଲାଙ୍ଗୀର,୮ା୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶାର ସୁନାମଧନ୍ୟ ଗାୟକ ହ୍ୟୁମାନ ସାଗରଙ୍କ ଉଦ୍ଦେଶ୍ୟରେ ଟିଟିଲାଗଡ଼ର ବୟଜ ହାଇସ୍କୁଲ ପଡ଼ିଆରେ ଓଡ଼ିଶା କଳାକାର ଏକତା ମଞ୍ଚ ପକ୍ଷରୁ ରବିବାର...

ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri